ଜଣେ ଛାତ୍ରଙ୍କୁ ଏକାଧିକ ଶିକ୍ଷକ, ତଥାପି ଫେଲ… ସେମାନଙ୍କ ରେଜଲ୍ଟ ଜାଣିଲେ ଆପଣ କାବା ହୋଇଯିବେ

ଜଣେ ଛାତ୍ରଙ୍କୁ ଏକାଧିକ ଶିକ୍ଷକ ତଥାପି ଫେଲ୍ । ଦୁଇ ଜଣ ଛାତ୍ର ପାଇଁ ଏକାଧିକ ଶିକ୍ଷକ ଥାଇ ସେ ମଧ୍ୟ ଫେଲ୍ । ଧନ୍ୟ ସେହି ଶିକ୍ଷକ ଓ ତାଙ୍କ ଶିକ୍ଷାଦାନ । ଆଉ ଧନ୍ୟ ଗଣଶିକ୍ଷା ମନ୍ତ୍ରୀ । ସ୍କୁଲର ଦଶମ ଶ୍ରେଣୀରେ ମାତ୍ର ଜଣେ ଛାତ୍ର ପାଠ ପଢୁଥିଲେ । ଅର୍ଥାତ ଗୋଟିଏ ବର୍ଷ ତଳେ ନବମ ଶ୍ରେଣୀରେ ମଧ୍ୟ ସେହି ଜଣେ ହିଁ ଛାତ୍ର ଥିବେ । ଚିନ୍ତା କରନ୍ତୁ କେମିତି ଚାଲିଥିବ ସେହି ସ୍କୁଲ । ଜଣେ ଛାତ୍ରଙ୍କୁ ନେଇ ହାଇସ୍କୁଲ ଚାଲିବା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଚିନ୍ତାର ବିଷୟ ମଧ୍ୟ ।

ମାଲକାନଗିରି ଜିଲ୍ଲାର ବୁରୁଡୁ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ କୋଟାପଲି ସରକାରୀ ଉଚ୍ଚ ବିଦ୍ୟାଳୟ, ଏହି ଦୁଇଟି ସ୍କୁଲର ଦଶମ ଶ୍ରେଣୀରେ ଏଥର ଗୋଟିଏ ଲେଖାଏଁ ଛାତ୍ର ଥିଲେ । କିନ୍ତୁ ଦୁଃଖର ବିଷୟ ସେମାନେ ଦଶମ ପାସ କରିପାରିଲେ ନାହିଁ । ଏହା ହାଇସ୍କୁଲ ହୋଇଥିବାରୁ ଏଠି ଏକାଧିକ ଶିକ୍ଷକ ରହିଛନ୍ତି । ଗୋଟିଏ ଗୋଟିଏ ପିଲା ପାଇଁ ଏତେ ଶିକ୍ଷକ ଥିଲେ ମଧ୍ୟ ସେମାନେ ଫେଲ୍ ହୋଇଗଲେ । ଥରେ ଚିନ୍ତା କରନ୍ତୁ କେମିତି ଚାଲିଛି ଆମ ଶିକ୍ଷା ବ୍ୟବସ୍ଥା ।

ଜଣେ ଛାତ୍ରକୁ ବି ଭଲରେ ବି ପାଠ ପଢାଇ ପାରୁନାହାନ୍ତି ଶିକ୍ଷକମାନେ । ସେପଟେ ଅନୁଗୁଳ ଜିଲ୍ଲାର ରେଙ୍ଗାଳୀ ଡ୍ୟାମ ସାଇଟ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ମାତ୍ର ଦୁଇଜଣ ଛାତ୍ରୀ ପାଠ ପଢୁଥିଲେ । ଆଉ ସେହି ଦୁଇଜଣ ଯାକ ମଧ୍ୟ ଫେଲ୍ ହୋଇଛନ୍ତି । ସରକାରୀ ବିଦ୍ୟାଳୟରେ ଗୋଟିଏ ଶ୍ରେଣୀରେ ମାତ୍ର ଜଣେ ଦୁଇଜଣ ପାଠ ପଢୁଛନ୍ତି ।

ଏଭଳି ଅବ୍ୟବସ୍ଥା କାହିଁକି ହେଉଛି ? ଏହିସବୁ ସ୍କୁଲ ଗୁଡିକର ଫଳାଫଳ ଶୁଣ ଆସିଥିବାରୁ ସାମ୍ନାକୁ ଆସିପାରିଛି ଏହି ତଥ୍ୟ । ରାଜ୍ୟରେ ଏହିପରି ଆହୁରି ଅନେକ ସ୍କୁଲ ଥିବ ଯେଉଁଠି ମାତ୍ର ଜଣେ କି ଦୁଇଜଣ ଛାତ୍ରଛାତ୍ରୀ ଥିବେ । ଗଣଶିକ୍ଷା ମନ୍ତ୍ରୀ ନିଜେ ରେଜଲ୍ଟ ଘୋଷଣା କରୁଥିବାରୁ ଏ ବିଷୟରେ ସେ ନିଶ୍ଚିତ ଜାଣିଥିବେ । ପରୀକ୍ଷା ପୂର୍ବରୁ ଫର୍ମ ଭରାଯାଇଛି ମାନେ ବୋର୍ଡ ବି ଏ ସମ୍ପର୍କରେ ଜାଣିଥିବ । ସମସ୍ତେ ଜାଣିବି ଏ ସମ୍ବନ୍ଧରେ ଚୁପ୍ ରହୁଛନ୍ତି କାହିଁକି ?

ଗୋଟିଏ କି ଦୁଇଜଣ ଛାତ୍ରରେ ସ୍କୁଲ କାହିଁକି ଚାଲୁଛି ? ୨୦ରୁ କମ୍ ଛାତ୍ରଛାତ୍ରୀ ଥିଲେ ପ୍ରାଇମେରୀ ସ୍କୁଲ ବନ୍ଦ କରି ଦିଆଯାଉଥିବା ବେଳେ ହାଇସ୍କୁଲ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ କାହିଁକି ? ଏସବୁ ନିହାତି ଭାବେ ଚିନ୍ତାର ବିଷୟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।