ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପ୍ରତିଶ୍ରୁତି ମାଗିଲେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା । ବିନା ଭୟରେ କାମ କରିବାକୁ ନିବେଦନ କରି ରବର ଷ୍ଟାମ୍ପ ନହେବ ପାଇଁ କହିଲେ । ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା ହେଉଛି । ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସେ ମାଗିଥିବା ପ୍ରତିଶ୍ରୁତି ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଯଶବନ୍ତ କହିଛନ୍ତି କି, ଯଦି ଦ୍ରୌପଦୀ ରାଷ୍ଟ୍ରପତି ହୁଅନ୍ତି ତେବେ ତାଙ୍କୁ ମୋର ଗୋଟିଏ ନିବେଦନ ଯେ ସେ ରବର ଷ୍ଟାମ୍ପ ହୋଇ କାମ ନ କରନ୍ତୁ ।

କେବଳ ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ସ୍ଥିର କରିଛି ଯଦି ମୁଁ ନିର୍ବାଚିତ ହୁଏ ତେବେ କେବଳ ସମ୍ବିଧାନ ପାଇଁ ଉତ୍ତରଦାୟୀ ହେବି । ଯଦି କେହି ସମ୍ବିଧାନ ଖିଲାପରେ ଯାଆନ୍ତି କିମ୍ବା ଆଇନ ନ ମାନନ୍ତି ତେବେ ସେ ଯିଏ ହେଉନା କାହିଁକି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାପରେ ସେ ଦ୍ରୌପଦୀଙ୍କ ଉଦ୍ଦେଶ୍ୟରେ କହିଥିଲେ ବିଲକୁଲ ନଡରି କାମ କରିବେ ଓ ରବର ଷ୍ଟାମ୍ପ ହେବେ ନାହିଁ ।
ଯଶବନ୍ତ ସିହ୍ନା ଆହୁରି ମଧ୍ୟ କହିଛନ୍ତି କି ବର୍ତ୍ତମାନର ସରକାର ଯେଉଁଭଳି ଭାବେ କାର୍ଯ୍ୟ କରୁଛନ୍ତି ତାକୁ ମୁଁ ନିଶ୍ଚୟ ବିରୋଧ କରିବି । ସମ୍ବିଧାନ ଉପରେ ହେଉଥିବା ଆକ୍ରମଣକୁ ଆମେ ଜମା ବରଦାସ୍ତ କରିବା ନାହିଁ । ତେବେ ଯଶବନ୍ତ ସିହ୍ନା ଏମିତି କାହିଁକି କହିଲେ ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ଆସନ୍ତା ଜୁଲାଇ ୧୮ ତାରିଖରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ।

ଜୁଲାଇ ୨୧ ତାରିଖରେ ଭୋଟ ଗଣତି ହେବ ଓ ଜିତିଥିବା ପ୍ରାର୍ଥୀ ଜୁଲାଇ ୨୫ ତାରିଖରେ ଦେଶର ନୂଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ ତାରିଖରେ ଶେଷ ହେବାକୁ ଯାଉଛି । ସାଂସଦ ଏବଂ ବିଧାୟକ ମାନଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କୋଲାଜ ରାମନାଥ କୋବିନ୍ଦଙ୍କ ପରେ ଦେଶର ନୂଆ ରାଷ୍ଟ୍ରପତି କିଏ ହେବେ ତାହା ଚୟନ କରିବେ ।
ଏହି ଇଲେକ୍ଟୋରାଲ କୋଲାଜରେ ମୋଟ ୪୮୦୯ ମତଦାତା ଅଛନ୍ତି । ସେମାନଙ୍କ ମଧ୍ୟରୁ ୭୭୬ ସାଂସଦ ଥିବା ୪୦୩୩ ଜଣ ହେଉଛନ୍ତି ବିଧାୟକ । ତେବେ ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ଏବେ ତା’ ଉପରେ ରହିଛି ସମସ୍ତଙ୍କ ନଜର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।