ସିଡିରୁ ଖସି ପଡିଲେ କଥା ସରିଲା, ଥରେ ଦେଖନ୍ତୁ ଏହି ଭିଡିଓ ଆପଣଙ୍କ ଛାତି ଥରିବ…

ଆମେ ଆପଣଙ୍କୁ ଏଇ ଯେଉଁ ଦୃଶ୍ୟ ଦେଖାଇବାକୁ ଯାଉଛୁ ଦେଖିଲେ ଆପଣ ବି କହିବେ ସାଧାରଣ ଜନତାଙ୍କ ପାଇଁ ମୃତ୍ୟୁର ବାଟ ଖଞ୍ଜାଯାଇଛି ବୋଲି । ଦୃଶ୍ୟ ଦେଖିଲେ ଆପଣଙ୍କୁ ଆଉ କିଛି ବୁଝିବାକୁ କିମ୍ବା ବୁଝେଇବାକୁ ବାକି ନଥିବ । ଏହି ଭିଡିଓରେ ମହିଳାଜଣକ କିପରି ବ୍ରିଜ ଉପରୁ ସିଡି ମାଧ୍ୟମରେ ଓହ୍ଲାଇ କିପରି ବିପଜ୍ଜନକ ନଦୀ ଅତିକ୍ରମ କରୁଛନ୍ତି ଦେଖିବାକୁ ପାଇବେ । ଟିକେ ଚିନ୍ତା କରନ୍ତୁ ମହିଳା ଜଣକ ଯଦି ଓହ୍ଲାଇଥିବା ବେଳେ ସିଡିରୁ ଖସି ପଡିବେ ତେବେ ତାଙ୍କ ଅବସ୍ଥା କଣ ହେବ ।

 

ଯଦି ସ୍କୁଲ ପିଲା କିମ୍ବା ଗାଁ ଲୋକ ନଦୀ ଅତିକ୍ରମ କରିବା ସମୟରେ କୌଣସି ଦୁର୍ଘଟଣା ଘଟିବ ତେବେ ସେଥିପାଇଁ କିଏ ଦାୟୀ ରହିବେ ? ଆପଣ ଜାଣିଲେ ଆହୁରି ଆଶ୍ଚର୍ଯ୍ୟ ହେବେ ଯେ ଏହି ରାସ୍ତାଟି ହେଉଛି ସ୍ଥାନୀୟ ଲୋକଙ୍କର ନିତିଦିନିଆ ରାସ୍ତା । ସାଙ୍ଗରେ ରୋଗିଣା ଲୋକଙ୍କୁ ଧରି ସମ୍ପର୍କୀୟ ମାନେ ଏହି ଅଧଖଣ୍ଡିଆ ବ୍ରିଜ ଅତିକ୍ରମ କରି ଯାଇଥାନ୍ତି ।

ସରକାର ୨୦୧୮ ମସିହାରେ ଏହି ବ୍ରିଜ ନିର୍ମାଣ ହେବ ବୋଲି ଘୋଷଣା କଲେ । କିନ୍ତୁ ଏପର୍ଯ୍ୟନ୍ତ ମଧ୍ୟ ବ୍ରିଜ କାମ ସେଶ୍ସ ହୋଇ ପାରିଲାନି । ଏହି ଦୃଶ୍ୟଟି ହେଉଛି ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ସହ ନୂଆଁ ବ୍ଲକକୁ ଯୋଗାଯୋଗ କରୁଥିବା ଏହି ଅଧଖଣ୍ଡିଆ ବ୍ରିଜର ।

ଉଭୟ ବ୍ଲକ ଅନ୍ତର୍ଗତ ଥିବା ଲୋକମାନେ ନିଜ ଜୀବନକୁ ପାଣି ଛଡାଇ ସେହି ଅଧନିର୍ମିତ ବ୍ରିଜ ଦେଇ ଯିବା ଆସିବା କରୁଛନ୍ତି । ଉଭୟ ବ୍ଲକକୁ ଯୋଗାଯୋଗ କରିବା ପାଇଁ ଏହି ବ୍ରିଜ ସ୍ଥାନୀୟ ଲୋକଙ୍କ ଏକ ମାତ୍ର ସାହାଭରସା ହୋଇଥିବା ବେଳେ ସରକାର ଏପର୍ଯ୍ୟନ୍ତ ବ୍ରିଜ କାମ ଶେଷ କରି ନାହାନ୍ତି । ଏହିପରି ଭାବେ ଯାତାୟାତ କରି ଗାଁ ଲୋକେ ଅତି ଅସହ୍ୟ ହୋଇ ପଡିଲେଣି ।

କେବେ ପୋଲଟିଏ ସଂପୂର୍ଣ୍ଣ ନିର୍ମାଣ ହେବ ଓ ଲୋକେ ନିର୍ଭୟରେ ରାସ୍ତା ଅତିକ୍ରମ କରିବେ ବୋଲି ଚାହିଁ ବସିଛନ୍ତି । ଏହି ଚିନ୍ତାରେ ଏବେ ସ୍ଥାନୀୟ ଲୋକେ ଅପେକ୍ଷାରତ ଅଛନ୍ତି । ତେବେ ଏନେଇ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ । କିନ୍ତୁ ଏହି ଦୃଶ୍ୟ ନିହାତି ଭାବେ ଦେଖିବା ଲୋକର ଛାତି ଥରେଇ ଦେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।