ପୁଣି ଚର୍ଚ୍ଚାକୁ ଆସିଲା ବୋରୱେଲ ଗାତରୁ ଉଦ୍ଧାର ହୋଇଥିବା Rahul Sahu ର ଗାଁ, ମାଟିତଳୁ ତୀବ୍ର ବେଗରେ ବାହାରୁଛି ଏସି ଭଳି ଥଣ୍ଡା ପବନ, ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ଏହା ଶୁଣିଲେ ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗିବ ସେତିକି ଅବିଶ୍ଵାସ ମଧ୍ୟ କରିବେ । କାରଣ ମାଟିତଳୁ ବାହାରୁଛି ଥଣ୍ଡା ପବନ । ତା’ ପୁଣି ଶହେ ସ୍ପିଡରେ । ମାସକ ତଳେ ବୋରୱେଲ ଗାତକୁ ଖସି ପଡିଥିବା ଦିବ୍ୟାଙ୍ଗ ବାଳକ ରାହୁଲ ସାହୁର ଉଦ୍ଧାରକୁ ନେଇ ଚର୍ଚ୍ଚାରେ ରହିଥିଲା ଛତିଶଗଡ ଜାଞ୍ଜଗିରି ପିହରିଡ ଗାଁ । ଆଉ ଏବେ ପୁଣି ଥରେ ସେହି ଗାଁ ଚର୍ଚ୍ଚାର ବିଷୟବସ୍ତୁ ପାଲାଇଟିଛି । ଏଥର କିନ୍ତୁ କୌଣସି ଅଘଟଣ ପାଇଁ ନୁହେଁ ବରଂ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ସାମ୍ନାକୁ ଆସିଛି ।

ସେହି ଗାଁର ଜଣେ ଚାଷୀଙ୍କ କ୍ଷେତରୁ ପାଣି ସୁଆର ବାହାରିବା ପରେ ଏବେ ସେଥିରୁ ଜୋରରେ ଗ୍ଯାସ ମଧ୍ୟ ବାହାରୁଛି । ଚାଷୀଜଣକ ସକାଳୁ ଚାଷକାର୍ଯ୍ୟ କରିବା ପାଇଁ କ୍ଷେତକୁ ଯାଇଥିଲେ । କିନ୍ତୁ ଦେଖିଥିଲେ ଯେ ତାଙ୍କ କ୍ଷେତରେ ଏକ ସ୍ଥାନରୁ ମାଟିତଳୁ ପାଣି ଜୋରରେ ବାହାରକୁ ଉଛୁଳି ପଡୁଛି । ଏହା ଦେଖି ଚାଷୀଜଣକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମାଟିତଳୁ କିଭଳି ଏମିତି ଏତେ ପାଣି ବାହାରୁଛି ସେ କିଛି ବୁଝି ପାରି ନଥିଲେ ।

ସେ ଏହା ଉପରେ ନଜର ରଖିଥିଲେ । କିଛି ଘଣ୍ଟା ପରେ ସେହି ସ୍ଥାନରୁ ପାଣି ବାହାରିବା ବନ୍ଦ ହୋଇ ଯାଇଥିଲା । ଆଉ ଯାହାପରେ ସେହି ସ୍ଥାନରୁ ଏସି ଭଳି ଥଣ୍ଡା ପବନ ବାହାରିବା ଆରମ୍ଭ ହୋଇ ଯାଇଥିଲା । ସେହି ପବନ ବାହାରୁଥିବା ସ୍ଥାନରେ କିଛି ଫୁଲ ରଖିବାକୁ ଚେଷ୍ଟା କଲାବେଳେ ପବନ କେମିତି ସେହି ଫୁଲକୁ ଉଡେଇ ଫୋପାଡି ଦେଉଛି ଆପଣ ଦେଖିପାରିବେ ।

ଏଥିରୁ ସେହି ସ୍ଥାନରୁ ବାହାରୁଥିବା ଥଣ୍ଡା ପବନର ବେଗ କେତେ ଆପଣ ଜାଣି ପାରୁଥିବେ । ଯାହାପରେ ସେହି ଅଞ୍ଚଳ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ମାସ୍କ ତଳେ ସେହି ଗାଁର ବୋରୱେଲ ଗାତରେ ଖସି ପଡିଥିଲେ ରାହୁଲ ଓ ତାଙ୍କ ଜୀବନ ବଞ୍ଚାଇବା ସଂଘର୍ଷକୁ ନେଇ ଏହି ଗାଁ ଚର୍ଚ୍ଚାରେ ରହିଥିଲା ।

ଆଉ ଏବେ ପୁଣି ଥରେ ମାଟିତଳୁ ଏସି ଭଳି ଥଣ୍ଡା ପବନ ବାହାରିବା ନେଇ ଚର୍ଚ୍ଚାରେ ରହିଛି । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ଜଣାଇଛନ୍ତି ଗାଁ ଲୋକେ । ତେବେ ମାଟିତଳୁ ଏଭଳି ଥଣ୍ଡା ପବନ ବାହାରିବାର କାରଣ କଣ ହୋଇଥାଇ ପରେ ବୋଲି ଆପଣ ଭାବୁଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।