ସାଉଥ ସୁପରଷ୍ଟାର Mahesh Babu ଙ୍କ ବଡ ଭାଇ Naresh Babu ଙ୍କୁ ଗୋଡେଇ ଗୋଡେଇ ଚପଲରେ ପିଟିଲେ ପତ୍ନୀ Ramyaa, ଭାଇରାଲ ହେଲା video

ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ବଡଭାଇ ନରେଶ ବାବୁ ଓ ତାଙ୍କ ପତ୍ନୀ ରମ୍ୟାଅଙ୍କ ଝଗଡାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ସେମାନଙ୍କ ଝଗଡା ବେଳର ଏକ ଭିଡିଓ ସାମ୍ନାକୁ ଆସିବା ପରେ ତାହା ଭାଇରାଲ ହେବାରେ ଲାଗିଛି । ନରେଶ ବାବୁ ଓ ତାଙ୍କ ପତ୍ନୀ ରମ୍ୟାଙ୍କ ସମ୍ପର୍କ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି ଗତ ରବିବାର ଉଭୟଅଙ୍କ ଝଗଡା ଏତେ ଭୟଙ୍କର ରୂପ ନେଇଥିଲା ଯେ ଶେଷରେ ରମ୍ୟା ସ୍ଵାମୀ ନରେଶଙ୍କୁ ଗୋଡେଇ ଗୋଡେଇ ଚପଲରେ ପିଟିବାକୁ ଲାଗିଥିଲେ ।

ଉଭୟଙ୍କ ଝଗଡା ବେଳର ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି । ସେହି ଭିଡିଓରେ ରମ୍ୟା ସ୍ଵାମୀ ନରେଶ ବାବୁଙ୍କ ପଛେ ପଛେ ଚପଲ ଧରି ଦୌଡୁଥିବା ଦେଖିବାକୁ ମିଳିଛି । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ଉଭୟଙ୍କୁ ଅଟକାଇଛନ୍ତି । କେବଳ ରମ୍ୟା ଚପଲ ଧରି ଗୋଡାଉ ନାହାନ୍ତି ବରଂ ନରେଶ ବାବୁ ମଧ୍ୟ ରମ୍ୟାଙ୍କ ଉପରେ ଚିଲାଉଥିବାର ଦେଖିବାକୁ ମିଳିଛି । ଆଉ ଏନେଇ ପଚରାଉଚରା କରିବା ପରେ ରମ୍ୟା ସ୍ଵାମୀ ନରେଶ ବାବୁଙ୍କ ନାଁରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ନରେଶ ବାବୁ ହୋଟେଲରେ ସାଉଥର ଆଉ ଜଣେ ଅଭିନେତ୍ରୀ ପବିତ୍ରାଙ୍କ ସହ ଥିଲେ ବୋଲି କହିଛନ୍ତି ରମ୍ୟା । ଯାହା ଦେଖିବା ପରେ ରମ୍ୟା ଭୟଙ୍କର ରାଗି ଯାଇଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗଣ୍ଡଗୋଳ ହୋଇଥିଲା ଓ ପରେ ଉଭୟ ହୋଟେଲରୁ ଚାଲି ଯାଇଥିଲେ ।

ଅନ୍ୟପଟେ ନରେଶ ବାବୁଙ୍କ କହିବା ମୁତାବକ ସେ ପତ୍ନୀ ରମ୍ୟାଙ୍କୁ ଛାଡପତ୍ର ନୋଟିସ ପଠାଇଥିଲେ । କିନ୍ତୁ ରମ୍ୟା ଛାଡପତ୍ର ନଦେଇ ତାଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ମିଛ ଗୁଜବ ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି ନରେଶ । ଏହାସହ ନରେଶ ଅଭିନେତ୍ରୀ ପବିତ୍ରା ଲୋକେଶଙ୍କ ସହ ଆଫେୟାରକୁ ସଂପୂର୍ଣ୍ଣ ଭାବେ ମିଛ ବୋଲି କହିଛନ୍ତି । ତେବେ କହିରଖୁଛୁ ଯେ ରମ୍ୟା ହେଉଛନ୍ତି ନରେଶ ବାବୁଙ୍କ ତୃତୀୟ ପତ୍ନୀ ।

ନରେଶ ପ୍ରଥମେ ଡ୍ୟାନ୍ସ ମାଷ୍ଟର ଶ୍ରୀନୁଙ୍କ ଝିଅକୁ ବିବାହ କରିଥିଲେ ଓ ପରେ ସେ ରେଖା ଶାସ୍ତ୍ରୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ତେବେ ହୋଟେଲରେ ଉଭୟଙ୍କ ମଧ୍ୟରେ ହୋଇଥିବା ଝଗଡାର ଭିଡିଓ ଭାଇରାଲ ହେବା ପରେ ଲୋକେ ଏହାକୁ ନେଇ ଅନେକ ଥଟ୍ଟା ପରିହାସ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।