କିନ୍ନର ସଂଘର ସଭାପତି Meera Parida ଙ୍କ ବିରୋଧରେ ରାଜରାସ୍ତାରେ ହରତାଳ କରୁଛନ୍ତି କିନ୍ନରଗୋଷ୍ଠୀ, କହିଲେ ‘ସେ ଜଣେ ପୁରୁଷ ଆମ ଟଙ୍କା ଖାଉଛି ଆଉ ଆମକୁ…’

ରାଜଧାନୀରେ ରାଜାରସ୍ତାକୁ ଓହ୍ଲାଇଛନ୍ତି କିନ୍ନରମାନେ । ଲଗାଣ ବର୍ଷାକୁ ଖାତିର ନକରି ରାଜରାସ୍ତାରେ କିନ୍ନର ମାନେ ଧାରଣା ଦେଇଛନ୍ତି । କିନ୍ନର ସଂଘର ସଭାପତି ମୀରା ପରିଡାଙ୍କ ବିରୋଧରେ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି । ମୀରାଙ୍କ ନାଁରେ କିନ୍ନରମାନେ ଅନେକ ପ୍ରକାର ଅଭିଯୋଗ ଆଣିବା ସହ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି । ମୀରାଙ୍କ ଫଟୋକୁ ଚପଲରେ ପିଟିବା ସହ ନାରାବାଜି ମାଧ୍ୟମରେ ନ୍ୟାୟ ଦାବି କରୁଛନ୍ତି ଓ ମୀରାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ନିନ୍ଦା ମଧ୍ୟ କରୁଛନ୍ତି ।

ମୀରାଙ୍କୁ କିନ୍ନର ସଂଘର ସଭାପତି କରା ଯାଇଥିବା ବେଳେ ତାଙ୍କୁ ସଭାପତି ପଦରୁ ହଟାଯାଉ ବୋଲି କିନ୍ନରମାନେ ହରତାଳ କରୁଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ କିନ୍ନରଙ୍କ ଗୋଷ୍ଠୀ ରହିଛନ୍ତି ଓ ସବୁ ଗୋଷ୍ଠୀର ଜଣେ ଲିଡର ମଧ୍ୟ ରହିଛନ୍ତି । ଲିଡରଙ୍କ ନିୟମ ଓ ଆଦେଶକୁ କିନ୍ନରମାନେ ପାଳନ କରିଥାନ୍ତି । ମୀରା ପରିଡା ମଧ୍ୟ ସେହିପରି କିନ୍ନରଙ୍କ ନେତୃତ୍ଵ ନେଇଥିଲେ ।

ତେବେ କିନ୍ନରମାନେ ଆଦାୟ କରୁଥିବା ଟଙ୍କାରୁ ମୀରାଙ୍କୁ କିଛି ଦିଅନ୍ତି ଓ ଆଉ କିଛି ନିଜ ଚଳଣି ପାଇଁ ରଖନ୍ତି । ମୀରା କିନ୍ତୁ ଠକେଇ କରି ନାନା କଥା କହି ଭୁଲାଇ କିନ୍ନରଙ୍କ ଠାରୁ ଅଧିକ ଟଙ୍କା ନେଇଯାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଭିନ୍ନ କିନ୍ନର ଗୋଷ୍ଠୀ । ମୀରା ଏପରି କରୁଥିବାରୁ ଆଜିର ସମୟରେ ମୀରାଙ୍କ ପାଖରେ ବହୁତ କମ୍ କିନ୍ନର ରହୁଛନ୍ତି ।

ସମସ୍ତେ ସ୍ଵିଟି ନାମ୍ନୀ କିନ୍ନରଙ୍କ ସହ ରହିବାକୁ ପସନ୍ଦ କରୁଛନ୍ତି ଓ ତାଙ୍କୁ ସମସ୍ତେ ପ୍ରେମରେ ସ୍ଵିଟି ମମି ବୋଲି ମଧ୍ୟ ଡାକନ୍ତି । କିନ୍ନରଙ୍କ ପାଇଁ ଉନ୍ନତିମୂଳକ କାର୍ଯ୍ୟ କରିବା ବାହାନାରେ କୋଟି କୋଟି ଟଙ୍କା ଆଣି ମୀରା ନିଜେ ଆତ୍ମସାତ କରି ଦେଉଥିବା ଅଭିଯୋଗ ହୋଇଛି । ଏଚଆଇଭି ଏଡସ ସତର୍କତା ଓ ଏପରି ଅନେକ କାରଣ ପାଇଁ କିନ୍ନରଙ୍କ ପାଇଁ ଯାହାବି ଅର୍ଥ ଆସୁଛି ସେସବୁ ଟଙ୍କା ମୀରା ଆତ୍ମସାତ କରୁଛନ୍ତି ।

ଏହାସହ ମୀରା ପ୍ରକୃତରେ ଜଣେ ପୁରୁଷ ବୋଲି ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କିନ୍ନରମାନେ । ମୀରା ଜଣେ ପୁରୁଷ ଥିଲେ ଓ ପୂର୍ବରୁ ବିବାହ ମଧ୍ୟ କରିଥିଲେ । କିନ୍ତୁ ପରେ ସ୍ତ୍ରୀ ପିଲାଛୁଆଙ୍କୁ ଛାଡି ଆସି କିନ୍ନର ଗୋଷ୍ଠୀରେ ମିଶିଥିବା କଥା ଖୁଲାସା କରିଛନ୍ତି କିନ୍ନରମାନେ । ତେଣୁ ଜଣେ ପୁରୁଷ କାହିଁକି କିନ୍ନର ଗୋଷ୍ଠୀର ସଭାପତି ହେବ ଓ ସେମାନଙ୍କ ଅର୍ଥ ଶୋଷଣ କରିବ ବୋଲି କିନ୍ନରଙ୍କ ତରଫରୁ ପ୍ରଶ୍ନ ଉଠାଯାଇଛି ।

ତେଣୁ ତାଙ୍କୁ ସଭାପତି ପଦରୁ ବିଚ୍ଯୁତ କରିବା ପାଇଁ ନଖାଇ ଭୋଳ ଉପାସରେ ଏକଜୁଟ ହୋଇ ପ୍ରତିବାଦ କରୁଛନ୍ତି କିନ୍ନରମାନେ । ଯାହା ଏବେ ସାରା ରାଜ୍ଯରେ ଚର୍ଚ୍ଚାର ବିଷୟ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।