ଆଜି ବିଶ୍ଵ ଏକବିଂଶ ଶତାବ୍ଦୀରେ ପହଞ୍ଚି ସାରିଥିଲେ ମଧ୍ୟ ଇଂଲଣ୍ଡର ଲୋକେ ଆଜି ମଧ୍ୟ କଳା ଗୋରାର ଭେଦଭାବ ଭୁଲି ନାହାନ୍ତି । ସାରା ବିଶ୍ଵ ସମୁଖରେ ଇଂଲଣ୍ଡର ନାକ କାଟିଲେ ଇଂରେଜମାନେ । ସ୍ଥାନୀୟ ଦର୍ଶକଙ୍କ ଲଜ୍ୟାଜନକ ବ୍ୟବହାର ଯୋଗୁଁ ପୁରା ଇଂଲଣ୍ଡକୁ ମୁଣ୍ଡ ନୁଆଁଇବାକୁ ପଡିଛି । ବର୍ତ୍ତମାନ ଏଜବାଷ୍ଟନରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ଯାଚ ଚାଲିଛି । ଚଳିତ ଟେଷ୍ଟ ସିରିଜର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ଯାଚ ହୋଇଥିବାରୁ ଷ୍ଟାଡିୟମର ମାହୋଲ ଏକଦମ ସରଗରମ ରହିଛି ।

କ୍ରିକେଟକୁ ଭଦ୍ରବ୍ୟକ୍ତିଙ୍କ କ୍ରୀଡା ବୋଲି କୁହାଯାଏ । କିନ୍ତୁ ବିଡମ୍ବନାର ବିଷୟ ହେଉଛି ଇଂରେଜ ଦର୍ଶକମାନେ ବୋଧହୁଏ ଏହି ପଥ ପଢିନାହାନ୍ତି । ଯେଉଁଥି ପାଇଁ ବର୍ଣ୍ଣବୈଷମ୍ୟକୁ ଆକ୍ଷେପ କରି ନିଜ ଦେଶକୁ ହିଁ ହୀନସ୍ଥା କରିଛନ୍ତି । ଏଜବାଷ୍ଟନରେ ଟେଷ୍ଟ ମ୍ଯାଚ ଚାଲିଥିବା ବେଳେ କିଛି ସ୍ଥାନୀୟ ଦର୍ଶକ ଭାରତୀୟ ଦର୍ଶକଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଛନ୍ତି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଟ୍ବିଟ ୱାର ଆରମ୍ଭ ହୋଇଯାଇଛି ।
ଭାରତୀୟ ପ୍ରଶଂସକ ମାନେ ଇଂରେଜଙ୍କ ଏଭଳି ଆଚରଣକୁ ନେଇ ଅଭିଯୋଗ କରିବା ସହ ଇଂଲଣ୍ଡ ଉପରେ ଆକ୍ରୋଶ ଜାହିର କରୁଛନ୍ତି । ଅତିଥିଙ୍କୁ ଏଭଳି ବର୍ଣ୍ଣବୈଷମ୍ୟ ଆକ୍ଷେପ କରିବା କେତେଦୂର ଠିକ ବୋଲି ବହୁଳ ସଂଖ୍ୟକ ଭାରତୀୟ ଦର୍ଶକ ପ୍ରଶ୍ନ କରୁଛନ୍ତି । ଇଂରେଜଙ୍କ ଏଭଳି ଆଚରଣକୁ ଚାରିଆଡେ ବିରୋଧ କରା ଯାଉଥିବା ବେଳେ ଏହାକୁ ନେଇ ଦୁଃଖପ୍ରକାଶ କରିଛି ଇଂଲଣ୍ଡ କ୍ରିକେଟ ବୋର୍ଡ ।

ଏଥି ସହିତ ଏହି ମାମଲାର ତଦନ୍ତ ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । କିଛି ଦର୍ଶକଙ୍କ ଏଭଳି ହରକତ ପୁରା ବିଶ୍ଵ ଆଗରେ ଇଂଲଣ୍ଡକୁ ଲଜ୍ଜିତ କରିଛି । ଆଦ୍ୟକାଳରୁ ଏହି ବର୍ଣ୍ଣବୈଷମ୍ୟର ଆକ୍ଷେପ ପ୍ରଚଳିତ ହୋଇଆସୁଛି । କୌଣସି ବ୍ୟକ୍ତିଙ୍କ ଶାରୀରିକ ଗଠନ, ବର୍ଣ୍ଣ ଓ ଭାଷାର ବିଭିନ୍ନତାକୁ ଆକ୍ଷେପ କରିବା କିମ୍ବା ସେଥିପାଇଁ ତାଙ୍କୁ ମାନସିକ ଭାବେ ଆଘାତ ନ କରିବାକୁ ଅନେକ ବଡ ବଡ ନେତାମାନେ ଏହି ବର୍ଣ୍ଣବୈଷମ୍ୟ ବିରୋଧରେ ସ୍ଵର ଉତ୍ତୋଳନ କରି ଆସିଛନ୍ତି ।
ସେମାନେ ଅନେକ ମାତ୍ରାରେ ସଫଳ ହୋଇଥିଲେ ମଧ୍ୟ ଆଜି ବି ଅନେକ ଲୋକଙ୍କ ମନରୁ ଏହି କୁତ୍ସିତ ମାନସିକତା ଯାଇ ନଥିବା ଦେଖିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।