“ମଦ ପିଇକି ଆମ ଘର ଆଡକୁ ଅନେଇ ମୁତିଲେ ଆଉ ବହୁତ ଖରାପ ଭାଷାରେ…” ରାଜଧାନୀରେ ଖୁଲମଖୁଲା ପୋଲିସ ଆଗରେ ମହିଳାଙ୍କ ସହ ଏମିତି କଲେ ଦୁର୍ବୃତ୍ତ, ଦେଖନ୍ତୁ Video

ରାଜଧାନୀରେ ଦେଖିବାକୁ ମିଳିଛି ଖୁଲମଖୁଲା ଗୁଣ୍ଡାରାଜ । ଘର ସାମ୍ନାରେ ମଦ ପିଇବାକୁ ବିରୋଧ କରିବାରୁ ଏକ ପରିବାର ଉପରେ ସଙ୍ଘବଦ୍ଧ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ପୋଲିସକର୍ମୀଙ୍କ ଉପସ୍ଥିତିରେ ହିଁ ଏହି ପୁରା ଘଟଣା ଘଟିଛି । କିଛି ଯୁବକ ଏକତ୍ରିତ ହୋଇ ମଞ୍ଚେଶ୍ଵର ଥାନାସ୍ଥିତ ସମେଇଗାଡିଆର ଗୋଟିଏ ପରିବାର ଉପରକୁ ଆକ୍ରମଣ କରିଛନ୍ତି ।

ଘରର କାଚ ଝରକାକୁ ଢେଲା ମାରି ଭାଙ୍ଗିବା ସହ ଘରେ ବଳପୂର୍ବକ ପ୍ରବେଶ କରି ଭଙ୍ଗାରୁଜା କରିଛନ୍ତି ଏବଂ ଘରର ମହିଳାଙ୍କ ସୁନା ଚେନ୍ ମଧ୍ୟ ଛଡେଇ ନେଇଛନ୍ତି । ଏସବୁ କରିବା ପରେ ଘଟଣାସ୍ଥଳରୁ ସହଜରେ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ ଯୁବକମାନେ । ପୁରା କାଣ୍ଡ ପିସିଆର ସାମ୍ନାରେ ହୋଇଥିଲେ ମଧ୍ୟ ସେମାନେ ଚୁପ୍ ରହିଥିଲେ ଓ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରି ନଥିଲା । ଯାହାକି ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି କରୁଛି ।

ଆକ୍ରମଣ ହୋଇଥିବା ପରିବାରର ସମସ୍ତେ ମଧ୍ୟ ଭୟଭୀତ ହୋଇ ଅଛନ୍ତି । ଗତକାଲି ସନ୍ଧ୍ୟା ସମୟରେ ସେମାନଙ୍କ ଘର ସାମ୍ନାରେ କିଛି ଯୁବକ ମିଶି ମଦ୍ୟପାନ କରୁଥିଲେ । ଗାଳିଗୁଲଜ ହୋଇ କଥାବାର୍ତ୍ତା ହେବା ସହ ବାରମ୍ବାର ଆସି ଘର ସାମ୍ନାରେ ପରିସ୍ରା କରି ଯାଉଥିଲେ । ଅନେକ ସମୟ ଧରି ଏମିତି କରିବାରୁ ଘରର ମହିଳାଜଣକ ବ୍ୟସ୍ତ ହୋଇ ତାଙ୍କ ସ୍ଵାମୀଙ୍କୁ ଫୋନ କରିଥିଲେ ଓ ପିସିଆର ଡାକିବା ପାଇଁ କହିଥିଲେ ।

କିନ୍ତୁ ପିସିଆର ପହଞ୍ଚିବା ମାତ୍ରେ କାହିଁକି ପିସିଆର ଡାକିଲା ବୋଲି ବିରୋଧ କରି ଯୁବକମାନେ ତାଙ୍କ ଘର ଉପରକୁ ଢେଲା ମାଡ କରିବା ସହ ଘର ଭିତରକୁ ଧସେଇ ପଶିଥିଲେ । ଘରେ ରହୁଥିବା ଛୁଆପିଲା ଓ ମହିଳାମାନେ ଖୁବ ଡରି ଯାଇଥିଲେ । ସେମାନଙ୍କୁ ଧମକ ଦେବା ସହ ମାଆ ଓ ଝିଅ ଉଭୟଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେଇଥିଲେ ଦୁର୍ବୃତ୍ତମାନେ । ଏମିତିକି ଗଲାବେଳେ ଘରଲୋକଙ୍କୁ ଧମକ ଦେଇ ଯାଇଥିଲେ କି ସେଠି ତାଙ୍କୁ ରଖେଇ ଦେବେନି ଆଉ ବମ୍ ପକେଇ ତାଙ୍କ ଘରକୁ ଉଡେଇ ଦେବେ ବୋଲି ।

ଏସବୁ ପୋଲିସ ଉପସ୍ଥିତ ଥିବାବେଳେ ତାଙ୍କ ସାମ୍ନାରେ ଘଟିଥିଲା । କିନ୍ତୁ ସେମାନେ ଏହାକୁ ରୋକିପାରି ନଥିଲେ । ଯୁବକମାନଙ୍କ ନାଁରେ ଉକ୍ତ ପରିବାର ଥାନାରେ ଏତଲା ସେଇ ସାରିଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ବୋଲି କହିଛନ୍ତି ପରିବାର ଲୋକେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।