ରାଗିଂ ସକାଶେ ବିଜେଣି କଲେଜ ଛାତ୍ରୀ ରୁଚିକା ଜୀବନ ହାରିବାକୁ ଦୁଇଦିନ ବିତିଗଲାଣି । ହେଲେ ଏବେ ବି ପୋଲିସ ହାତ ଖାଲି ରହିଛି । ସେହି ତିନିଜଣ ସିନିୟର କିଏ ଯାହାଙ୍କ ପାଇଁ ରୁଚିକା ନିଜ ଜୀବନ ହାରିଦେଲେ ତାହା ଏବେବି ରହସ୍ୟ ଘେରରେ ରହିଛି । ସେହି ସିନିୟରଙ୍କ ପାଖରେ ପୋଲିସ ଏପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ । ରୁଚିକାଙ୍କ ମାମଲାରେ ପୋଲିସ ୧୩୪ ଜଣଙ୍କ ତାଲିକା ପ୍ରସ୍ତୁତ କରିଥିବା ବେଳେ ଏବେ ଯାଏଁ ୬୦ ଜଣଙ୍କୁ ଜେରା କରି ସାରିଛି ।

ତଥାପି ପୋଲିସ ଏହି ତିନିଜଣ ସିନିୟଙ୍କ ପାଖରେ ଏବେବି ପହଞ୍ଚି ପାରିନାହିଁ । ଆଉ ଏହାରି ଭିତରେ ପୋଲିସ ହାତରେ ଏକ ସିସିଟିଭି ଫୁଟେଜ ଲାଗିଛି । ରୁଚିକା ଆତ୍ମହତ୍ୟା ଦିନର ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି ବୋଲି ଜଣାପଡିଛି । ଆଉ ସେହି ଫୁଟେଜରେ ଥିବା କେତେକ ଦୃଶ୍ୟ ପୋଲିସର ସନ୍ଦେହକୁ ବଢେଇ ଦେଇଛି । ଆଉ ସନ୍ଦେହ ଘେରକୁ ଆସିଥିବା କେତେ ଜଣଙ୍କୁ ପୋଲିସ ଚିହ୍ନଟ କରି ଜେରା କରିବା ପାଇଁ ପ୍ରସ୍ତୁତ ହେଉଛି ।
ହେଲେ ମଧ୍ୟ ସେହି ତିନି ଜଣ ସିନିୟର ଏବେବି ସାମ୍ନାକୁ ଆସି ପାରିନାହାନ୍ତି । ଯାହାଙ୍କ ରାଗିଂ ପାଇଁ ରୁଚିକ ନିଜ ଜୀବନ ହାରିଦେଲେ । ସେପଟେ ପୋଲିସ ରୁଚିକାଙ୍କ ମୋବାଇଲକୁ ଜବତ କରିଛି ଓ ସେଥିରୁ ଅନେକ ତଥ୍ୟ ମଧ୍ୟ ହାତେଇଛି ବୋଲି ଜଣାପଡିଛି । ରୁଚିକା କେଉଁମାନଙ୍କ ସହ ଚାଟିଂ କରିଥିଲେ, କାହାକୁ କଲ୍ କରିଥିଲେ ଏହିଭଳି ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସିଡ଼ିଆର ରିପୋର୍ଟ ଯାଞ୍ଚ କରୁଛି ପୋଲିସ ।
ରୁଚିକା କେଉଁମାନଙ୍କ ସହ ସମ୍ପର୍କରେ ଥିଲେ, ସନ୍ଦେହ କରି ପୋଲିସ କିଛି ନମ୍ବର ଗୁଡିକୁ ତାଲିକାଭୁକ୍ତ ମଧ୍ୟ କରିଛି । ସେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରା ଯାଇପାରେ । ଏହାଛଡା ତାଙ୍କ ମୋବାଇଲରୁ କାଳେ କେହି କିଛି ତଥ୍ୟ ଡ଼ିଲିଟ କରିଥିବେ ତେଣୁ ମୋବାଇଲକୁ ଫରେନସିକ ଲ୍ୟାବକୁ ପଠାଯିବ । ମୋବାଇଲ ଓ ସିସିଟିଭି ଫୁଟେଜର ସଠିକ ଯାଞ୍ଚ ପରେ ରୁଚିକାଙ୍କୁ ଟର୍ଚର କରୁଥିବା ସେହି ତିନିଜଣ ସିନିୟର କିଏ ବୋଲି ସ୍ପଷ୍ଟ ଜଣାପଡିବ ।

ଜୀବନରେ ବଡ ବଡ ଲକ୍ଷ୍ୟ ରଖିଥିବା ରୁଚିକା ଏବେ ଅଫେରା ରାଇଜକୁ ଚାଲି ଯାଇଛନ୍ତି ସେମାନଙ୍କ ରାଗିଂର ଶିକାର ହୋଇଥିବା ମେଧାବୀ ଛାତ୍ରୀ ରୁଚିକା ମହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।