ଆସନ୍ତା ୧୮ ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଦ୍ରୌପଦୀ ମୁର୍ମୁ ଏନଡ଼ିଏ ର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଠିଆ ହୋଇଛନ୍ତି ଯଶବନ୍ତ ସିହ୍ନା । ତେବେ ବିଳମ୍ବ ହେଲେ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥିତ୍ଵକୁ ନେଇ ମନ୍ତବ୍ୟ ଦେଇଛନ୍ତି ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ । କଲିକତା ଇସ୍କନ ରଥଯାତ୍ରା ସମୟରେ ଏନେଇ ମମତା ନିଜ ମନ୍ତବ୍ୟ ଦେଇ କହିଛନ୍ତି କି, ଦ୍ରୌପଦୀ ରାଷ୍ଟ୍ରପତି ପ୍ରାର୍ଥୀ ହେବା ବିଷୟ ସେ ଯଦି ପୂର୍ବରୁ ଜାଣିଥାନ୍ତେ ତେବେ ସମର୍ଥନ ବିଷୟରେ ଚିନ୍ତା କରିଥାନ୍ତେ ।

କିନ୍ତୁ ବର୍ତ୍ତମାନ ଆଉ କିଛି କରି ହେବ ନାହିଁ । କାରଣ ଅଣବିଜେପି ଦଳ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଥିବାରୁ ସେ ଏକା ଏନେଇ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଯେପରି ଅବଦୁଲ କାଲାମଙ୍କ କ୍ଷେତ୍ରରେ ହୋଇଥିଲା ସେହିଭଳି ସର୍ବ ସମ୍ମତି କ୍ରମେ ଜଣଙ୍କୁ ପ୍ରାର୍ଥୀ କରା ଯାଇଥିଲେ ଉଚିତ ପଦକ୍ଷେପ ହୋଇଥାନ୍ତା ବୋଲି ସେ କହିଛନ୍ତି । ମମତାଙ୍କର ଏଭଳି ମନ୍ତବ୍ୟ ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
କାରଣ ବିଳମ୍ବରେ ହେଲେ ମଧ୍ୟ ତାଙ୍କୁ ସମର୍ଥନ କରିବା ଭଳି ଦୁଇ ପଦ କଥା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ତୃଣମୂଳ ନେତ୍ରୀ ମମତା ଅଣବିଜେପି ଦଳଗୁଡିକୁ ଏକତ୍ରିତ କରିଥିଲେ ଏବଂ ୧୭ଟି ଦଳ ପକ୍ଷରୁ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଠିଆ କରିଥିଲେ । ଅନ୍ୟପକ୍ଷରେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଓ ୱାଇଆରଏସ ଦ୍ରୌପଦୀଙ୍କ ସପକ୍ଷରେ ନିଜ ସମର୍ଥନ ଜଣାଇଛନ୍ତି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଗତ ଦୁଇଦିନ ହେବ ମହାରାଷ୍ଟ୍ରର ରାଜନୈତିକ ସମୀକରଣ ଘଟିଛି ତଦ୍ୱାରା ଦ୍ରୌପଦୀଙ୍କୁ ଅଦ୍ଭୁତପୂର୍ବ ସମର୍ଥନ ମିଳିବ । ଦ୍ରୌପଦୀ ଯେ ବିପୁଳ ସଂଖ୍ୟାରେ ବିଜୟୀ ହେବେ ଏଥିରେ କୌଣସି ଆଶଙ୍କା ନାହିଁ । ତେଣୁ ମମତା ଏଭଳି ମନ୍ତବ୍ୟ ଦେଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କାରଣ ଏହାଛଡା ତାଙ୍କ ପାଖରେ ଅନ୍ୟ କୌଣସି ପନ୍ଥା ନାହିଁ ।

କିନ୍ତୁ ସତ କଥା ହେଉଛି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଘୋଷିତ ହେବାର କିଛି ଘଣ୍ଟା ପରେ ମମତାଙ୍କୁ ଫୋନ କରି ତାଙ୍କ ସମର୍ଥନ ଚାହିଁଥିଲେ । କିନ୍ତୁ ମମତା ସେତେବେଳେ ଗଣମାଧ୍ୟମକୁ ପରୋକ୍ଷ ଭାବେ ଜଣାଇଥିଲେ କି ନରେନ୍ଦ୍ର ମୋଦି ଅମିତ ଶାହଙ୍କୁ ନେଇ ପ୍ରାର୍ଥୀ ପତ୍ର ଦାଖଲ କରୁଛନ୍ତି ଆଉ ତାଙ୍କ ସମର୍ଥନ ଚାହୁଁଛନ୍ତି ।
ଯାହା ଦ୍ୱାରା ସେ ପରୋକ୍ଷ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ କଟାକ୍ଷ କରିଥିଲେ । କିନ୍ତୁ ବର୍ତ୍ତମାନ ଦ୍ରୌପଦୀ ମୁର୍ମୁଙ୍କ ଜୟଯାତ୍ରା ଅବ୍ଯାହତ ରହିବା ଦେଖି ସେ ବାଧ୍ୟ ହୋଇ ଏଭଳି ମନ୍ତବ୍ୟ ଦେଇଛନ୍ତି ବୋଲି କୁହାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।