ବୃଷ ରାଶି (Taurus) July 2022 ମାସିକ ରାଶିଫଳ, ମାସଟି ଆପଣଙ୍କୁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ? Monthly Horoscope

ଗ୍ରହଙ୍କ ଚଳନ ଓ ସ୍ଥିତି ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ ଆଉ କେବେ ଦୁଃଖ ଆସିଥାଏ । ଏହି ଗ୍ରହଙ୍କ ସ୍ଥିତି ଓ ଚଳନକୁ ଅନୁଧ୍ୟାନ କରି ବ୍ୟକ୍ତିଙ୍କ ଜୀବନରେ ଆସିବାକୁ ଥିବା ପ୍ରତ୍ଯେକ ସୁଖ ଦୁଃଖ ବିଷୟରେ ଜାଣିହୁଏ । ସେହି ଅନୁସାରେ ଆଜି ଆମେ ଆପଣଙ୍କୁ ବୃଷ ରାଶି ଜୁଲାଇ ମାସର ରାଶିଫଳ ବା ବୃଷ ରାଶିର ଲୋକଙ୍କ ପାଇଁ ଜୁଲାଇ ମାସଟି କିପରି ରହିବ ଏବଂ ଅଶୁଭ ଖଣ୍ଡନର ପ୍ରତିକାର ମଧ୍ୟ ଜଣାଇବୁ ।

ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଧଳା । ଶୁଭକାର୍ଯ୍ୟରେ ଧଳା ରଙ୍ଗର ବସ୍ତୁ ପ୍ରୟୋଗ କଲେ ବା ବସ୍ତ୍ର ପରିଧାନ କଲେ ଶୁଭଫଳ ମିଳିଥାଏ । ବୁଧବାର, ଶୁକ୍ରବାର ଓ ଶନିବାର ଆପଣଙ୍କ ପାଇଁ ଶୁଭବାର । ରାଶିର ଶୁଭଦେବତା ହେଉଛନ୍ତି ଭଗବାନ ଶିବ, ବିଷ୍ଣୁ ଓ ଭୈରବ ଏବଂ ଶୁଭଦେବୀ ହେଉଛି ମା ଲକ୍ଷ୍ମୀ, କମଳା ଓ ସନ୍ତୋଷୀ ମା’ । ବ୍ରତ ଉପବାସ ବାର ହେଉଛି ସୋମବାର ଏବଂ ଶୁକ୍ରବାର । ଏହି ବାରରେ ମାନସିକ ରଖିଲେ ନିଶ୍ଚୟ ପୂରଣ ହେବ ।

ବୃଷ ରାଶିର ଲୋକଙ୍କ ପାଇଁ ୨୦୨୨ ମସିହା ଜୁଲାଇ ମାସଟି ପ୍ରତ୍ଯେକ କ୍ଷେତ୍ରରେ ଫଳପ୍ରଦାନ କରିବ । କ୍ଯାରିୟର ଦୃଷ୍ଟିରୁ ମାସଟି ଉତ୍ତମ ଅନୁକୂଳ ରହିଛି । ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ ଓ ଭାଗ୍ଯର ପୂର୍ଣ୍ଣ ସମର୍ଥନ ପ୍ରାପ୍ତ ହେବ । ଶିକ୍ଷାକ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଏହି ସମୟ ବହୁତ ଭଲ ଫଳ ପ୍ରଦାନ କରିବ ।

ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ନିଶ୍ଚିତ ସଫଳ ହେବେ । ପରିବାରରେ ସୁଖଶାନ୍ତି ବାତାବରଣ ଲାଗି ରହିବ ଓ ଆୟରେ ବୃଦ୍ଧି ମଧ୍ୟ ଘଟିବ । କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସାବଧାନ ରହିବାକୁ ହେବ । ଆପଣଙ୍କୁ ଭାଗ୍ଯର ସହ ସହଯୋଗ ପ୍ରାପ୍ତି ହେବ ଓ କାର୍ଯ୍ୟକ୍ଷେତ୍ରରେ ପୂର୍ଣ୍ଣ ସଫଳତା ମିଳିବ । ଆପଣଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ ଓ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ । ଯେଉଁମାନେ ଚାକିରି ସନ୍ଧାନରେ ଅଛନ୍ତି ସେମାନେ ମନ ମୁତାବକ ଚାକିରି ପାଇପାରନ୍ତି ।

ମାସଟି ବ୍ୟବସାୟୀଙ୍କ ପାଇଁ ମଧ୍ୟ ବହୁତ ଫଳପ୍ରଦ ହେବ । ନୂତନ ବ୍ୟବସାୟ କରିବାକୁ ଚାହୁଁଥିଲେ ସେଥିପାଇଁ ରାସ୍ତା ଖୋଲିଯିବ । ଆପଣଙ୍କ ଯୋଜନ ସବୁ କାର୍ଯ୍ୟକାରୀ ଓ ସଫଳତା ମିଳିବ । ବ୍ୟବସାୟରେ ବିସ୍ତାର କରିବା ପାଇଁ ଏହି ସମୟ ଆପଣଙ୍କ ପାଇଁ ବେଶ ଅନୁକୂଳ ରହିଛି  ଆର୍ଥିକ ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ବେଶ ଉତ୍ତମ ରହିବ । ଆର୍ଥିକ ସ୍ଥିତି ମଜବୁତ ହେବା ସହ ବିଦେଶ ସ୍ରୋତରୁ ମଧ୍ୟ ଧନଲାଭ ହୋଇପାରେ ।

ଆପଣ ନୂତନ ଉପାୟରେ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ । ଗୃହରୁ ଗୁରୁଜନଙ୍କ ସହଯୋଗ ଆପଣଙ୍କୁ ମିଳିବ ଓ ଆପଣ ପରିବାରର ସମସ୍ତ ସଦସ୍ୟଙ୍କ ପ୍ରେମ ଓ ସମ୍ମାନ ପାଇବେ । ପ୍ରେମ ଜୀବନ ଦୃଷ୍ଟିରୁ ମଧ୍ୟ ମାସଟି ଆପଣଙ୍କ ପାଇଁ ବେଶ ଭଲ ରହିବ । ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରି ତାଙ୍କ ନିକଟରେ ୧୧ଟି ଦୁବ ଅର୍ପଣ କରନ୍ତୁ ।

ଏହାସହ ଛୋଟପିଲା ତଥା ବିଶେଷ କରି ଛୋଟ ଝିଅମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ ଓ ଶ୍ରୀଜନ୍ତ୍ରକୁ ଠିକ ଭାବେ ପ୍ରତିଷ୍ଠା କରି ନିୟମିତ ଭାବେ ପୂଜା କରନ୍ତୁ ଦେଖିବେ ଯାହା କିଛି ବି ଅଶୁଭତା ରହିଛି ତାହା ନିଶ୍ଚିତ ଭାବେ ଖଣ୍ଡନ ହେବ ଓ ଆପଣ ନିଶ୍ଚିତ ଶୁଭଫଳ ପ୍ରାପ୍ତି କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।