ମିଛ ଧରାପଡିବା ପରେ ନାଲି ଆଖି ଦେଖାଇଛି ଟୁଙ୍ଗୁରୁ ଭୋଳ । ସତ ପଦାକୁ ଆସିବା ପରେ ରାଗ ଜର୍ଜରିତ ହୋଇ ପଡିଛି ଟୁଙ୍ଗୁରୁ ଭୋଳ । ଯାହାର ଫଳସ୍ଵରୂପ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଛି ଟୁଙ୍ଗୁରୁ । ପ୍ରେମିକା ବର୍ଷା ସତ ସାମ୍ନାକୁ ଆଣିବା ପରେ ଟୁଙ୍ଗୁରୁ ଭୋଳର ରାଗ ଜର୍ଜରିତ ରୂପ ଦେଖିବାକୁ ମିଳିଥିଲା । ଗତକାଲି ଟୁଙ୍ଗୁରୁଅଙ୍କ ଗାର୍ଲଫ୍ରେଣ୍ଡ ବର୍ଷା ସତ ସାମ୍ନାକୁ ଆଣିଥିଲେ । ଆଉ ଏହାକୁ ପ୍ରଥମେ କଭର କରିଥିଲା ଏକ ଗଣମାଧ୍ୟମ ।

ଯାହାପରେ ସତ କାହିଁକି ସାମ୍ନାକୁ ଆସିଗଲା ବୋଲି ଟୁଙ୍ଗୁରୁ ଏବେ ବିଷଧର ସାପ ଭଳି ଫଁ ଫଁ ହେଉଛି । ନିଜକୁ ଆଉ ସମ୍ଭାଳି ପାରି ନଥିବା ଟୁଙ୍ଗୁରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେବା ପାଇଁ ଫୋନ କରି ଡ଼ାକିଥିଲେ । ରସିକିଆ ପ୍ରେମିକ ଟୁଙ୍ଗୁରୁ ଭୋଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିବାକୁ ବାହାରିଥିଲେ । ଯାହାର ସଂପୂର୍ଣ୍ଣ ଭିଡିଓ କ୍ୟାମେରା ଫ୍ରେମରେ କଏଦ ହୋଇଛି ।
ଗତ କିଛିଦିନ ଧରି ଅଟୋ ଡ୍ରାଇଭର ଟୁଙ୍ଗୁରୁ ଭୋଳ ବୟସରେ ବଡ ବର୍ଷାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଆସୁଛି । ଟୁଙ୍ଗୁରୁ ଅନ୍ୟ ଝିଅକୁ ବାହା ହେବା ପରେ ଏନେଇ ବର୍ଷା ପ୍ରଥମେ ଅଭିଯୋଗ ଆଣିଥିଲେ । ଟୁଙ୍ଗୁରୁ ଭୋଳ ଓରଫ ଆଲୋକ ତାଙ୍କୁ କେତେ ଭଲ ପାଇଥିବା ବୋଲି କହୁଥିବା ବେଳେ ବର୍ଷାଙ୍କ କଥାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲା ଟୁଙ୍ଗୁରୁ ।

ସବୁ ଦୋଷ ବର୍ଷାଙ୍କ ମୁଣ୍ଡରେ ବୋଳି ଦେଇ ବର୍ଷା ତାଙ୍କ ପଛରେ ପଡିଥିବା କଥା ସେ କହିଥିଲା । କିନ୍ତୁ ଏହି ମିଛ ବେଶୀ ଦିନ ଲୁଚି ରହି ନଥିଲା । ଗତକାଲି ଏକ ଗଣମାଧ୍ୟମର ଷ୍ଟିଙ୍ଗ ଅପରେସନ ଯୋଗୁଁ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ମଧ୍ୟରେ ଥିବା ବାସ୍ତବ ସମ୍ପର୍କକୁ ଜାଣି ପାରିଥିଲା ସାରା ଓଡିଶା । ମିଡିଆରେ ପବ୍ଲିସିଟି ପାଇବା ପରେ ଅଭିନୟ ପାଇଁ ଅଫର୍ ପାଇଥିଲା ଟୁଙ୍ଗୁରୁ । କିନ୍ତୁ ରାତାରାତି ହିରୋ ହେବାକୁ ସ୍ଵପ୍ନ ଦେଖୁଥିବା ଟୁଙ୍ଗୁରୁ ଏବେ ସଂପୂର୍ଣ୍ଣ ହତାଶ ହୋଇପଡିଛି ।
ଏବେ ତା’ର ଆକ୍ଟିଙ୍ଗ କ୍ଯାରିୟର କଣ ହେବ ଭାବି ଗଣମାଧ୍ୟମ ଉପରେ ରାଗ ସୁଝାଇବାକୁ ଚେଷ୍ଟା କରିଛି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।