ଚର୍ଚ୍ଚିତ ଅଟୋ ଡ୍ରାଇଭର ଟୁଙ୍ଗୁରୁ ଭୋଳ ଏବେ ଓଡିଆ ସିନେମାରେ ହିରୋ ହେବାକୁ ସ୍ଵପ୍ନ ଦେଖୁଛନ୍ତି । ଟୁଙ୍ଗୁରୁ ଓ ବର୍ଷାଙ୍କ ମାମଲା ସାମ୍ନାକୁ ଆସିବା ପରେ ଅନେକ ମ୍ୟୁଜିକ ସଂସ୍ଥା ତାଙ୍କ ନାଁରେ ଗୀତ ରିଲିଜ କରିଥିଲେ । ବର୍ଷା ଓ ଟୁଙ୍ଗୁରୁଙ୍କ ମାମଲା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଟୁଙ୍ଗୁରୁଙ୍କ ନାଁରେ ରିଲିଜ ହୋଇଥିବା ଗୀତ ମଧ୍ୟ ସମସ୍ତଙ୍କୁ ବେଶ ପସନ୍ଦ ହୋଇଛି । ଟୁଙ୍ଗୁରୁଙ୍କୁ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ ଯେ, ତୁମ ନାଁରେ ଗୀତ ରିଲିଜ ହେଲାଣି ଆଗକୁ ଯଦି କେହି ଅଭିନୟ ପାଇଁ ସୁଯୋଗ ଦିଏ ତୁମେ ଅଭିନୟ କରିବ ନା ନାହିଁ ?

ନିଶ୍ଚୟ ଅଭିନୟ କରିବି ବୋଲି ଏହାର ଉତ୍ତରରେ କହିଥିଲେ ଟୁଙ୍ଗୁରୁ ଭୋଳ । ଯାହାପରେ ସତକୁ ସତ ତାଙ୍କୁ ଅଭିନୟ ପାଇଁ କିଛି ଅଫର୍ ମଧ୍ୟ ଆସିଥିଲା । କିଛି ମ୍ୟୁଜିକ ଭିଡିଓ ରିଲିଜ ହୋଇ ସାରିଥିବା ବେଳେ ଆଉ କିଛିର ଶୁଟିଙ୍ଗ ମଧ୍ୟ କରୁଛନ୍ତି ଟୁଙ୍ଗୁରୁ । ଅନ୍ୟପଟେ ବର୍ଷାଙ୍କ ସହ ତାଙ୍କ ସମ୍ପର୍କକୁ ସେ ପ୍ରଥମ ଦିନରୁ ପ୍ରତ୍ୟାଖ୍ୟାନ କରି ଆସୁଥିଲେ । ଯାହା ବର୍ଷା ନିଜେ ମିଛ ବୋଲି ପ୍ରମାଣିତ କରି ଦେଖେଇଛନ୍ତି ।
ଟୁଙ୍ଗୁରୁ ଭୋଳ ନିଜେ ହିରୋ ହୋଇ ବର୍ଷାଙ୍କ ଉପରେ ସବୁ ଦୋଷ ଲଦି ତାଙ୍କୁ ବଦନାମ କରିବାକୁ ସହଜ ଗ୍ରହଣ କରୁନାହାନ୍ତି ବର୍ଷା । ଟୁଙ୍ଗୁରୁଙ୍କ ସତ ପର୍ଦ୍ଦାଫାଶ କରିବା ସହ ତାଙ୍କୁ ମଧ୍ୟ ଆଲବମରେ ଅଭିନୟ କରିବା ପାଇଁ ସୁଯୋଗ ଦିଆଯାଉ ବୋଲି ସେ ଏକ ପ୍ରକାର ଦାବି କରୁଛନ୍ତି । ତାଙ୍କ ପାଇଁ ଟୁଙ୍ଗୁରୁ ଆଲବମରେ ଝିଅ ଧରି ଅଭିନୟ କରୁଛି ବୋଲି ବର୍ଷା କହିଛନ୍ତି ।

ବର୍ଷାଙ୍କ କହିବା ଅନୁଯାୟୀ ସେ ହିଁ ଟୁଙ୍ଗୁରୁ ଭୋଳଙ୍କୁ ଷ୍ଟାର ବନେଇଛନ୍ତି । ତେଣୁ ଟୁଙ୍ଗୁରୁଙ୍କୁ ଯଦି ଆଲବମରେ କାମ କରିବା ପାଇଁ ସୁଯୋଗ ଦିଆଯାଉଛି ତେବେ ତାଙ୍କୁ ମଧ୍ୟ ଦିଆଯାଉ । ଅନ୍ୟପଟେ ଟୁଙ୍ଗୁରୁଙ୍କ ସତ ସାମ୍ନାକୁ ଆସିବା ପରେ ସେ ରାଗରେ ଫଁ ଫଁ ହେଉଛନ୍ତି । ଟୁଙ୍ଗୁରୁଙ୍କ ପରିବାର ମଧ୍ୟ ବର୍ଷାଙ୍କୁ ମାରିବା ପାଇଁ ଧମକ ଦେଉଥିବା କଥା କହୁଛନ୍ତି ବର୍ଷା । ଟୁଙ୍ଗୁରୁଙ୍କ ସହ ତାଙ୍କର ସମ୍ପର୍କ ଥିଲା ଓ ଏବେବି ସମ୍ପର୍କ ରହିଛି ।
ଟୁଙ୍ଗୁରୁ ଆଲବମରେ ଅଭିନୟ ପାଇଁ କଟକ ଆସିଥିବା ବେଳେ ପୁରା ସମୟ ବର୍ଷାଙ୍କ ସହ ଫୋନ କଲ୍ ରେ ଥିଲେ ବୋଲି କହିଛନ୍ତି ବର୍ଷା । ତେବେ ଦେଖାଯାଉ ଟୁଙ୍ଗୁରୁଙ୍କ ପରି ବର୍ଷାଙ୍କୁ ବି ଅଭିନୟ ପାଇଁ ସୁଯୋଗ ମିଳୁଛି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।