ସ୍ବର୍ଗତଃ ବାପା ଝିଅ ବାହାଘର ଦେଖିଲେ ଶୁଣିଲେ ଆପଣଙ୍କୁ କଥାଟା ଟିକିଏ ଅଡୁଆ ଲାଗିପରେ । କିନ୍ତୁ ଏହି କଥା ପୁରା ସତ ଯାହା ସ୍ଵର୍ଗବାସୀ ପିତାଙ୍କ ପୁଅ ପାଇଁ ଏହା ସମ୍ଭବ ହୋଇଛି । ଭଉଣୀ ବାହାଘରରେ ଭାଇ ଏମିତି ଏକ ନିଆରା ଉପହାର ଦେଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଭାବୁକ ମଧ୍ୟ କରି ଦେଇଥିଲା । ଭାଇ ଠାରୁ ଏଭଳି ଏକ ଉପହାର ପାଇବା ପରେ ଭଉଣୀ କିଛି ସମୟ ପାଇଁ ଚକିତ ହୋଇ ରହି ଯାଇଥିଲା ଓ ପରେ ଭାବୁକ ହୋଇ କାନ୍ଦି ପକାଇଥିଲେ ।

ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ୱାରୁଙ୍ଗଲର ଏହି ନିଆରା ବାହାଘର ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଅଙ୍କ ଠାରୁ ଝିଅମାନେ ନିଜ ବାପାଙ୍କୁ ଅଧିକ ଭଲ ପାଇଥାନ୍ତି ବୋଲି କୁହାଯାଏ । ଝିଅମାନେ ବାପାଙ୍କର ଅଧିକ ଗେହ୍ଲା ହୋଇଥାନ୍ତି । ଦିନେ ନିଜ ଝିଅକୁ କନିଆଁ ବେଶରେ ଦେଖିବା ପାଇଁ ସବୁ ବାପା ଇଚ୍ଛା ରଖିଥାନ୍ତି । କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇପାରେ ନାହିଁ ।
ଏହିଭଳି ଏକ ପରିବାରର ଘଟଣା ଏବେ ସାମ୍ନାକୁ ଆସିଛି । ଯେଉଁଠି ଜଣେ ବାପା ମୃତ୍ୟୁ ପରେ ମଧ୍ୟ ନିଜ ଝିଅ ବାହାଘରରେ ସାମିଲ ହୋଇଛନ୍ତି । ଭିଡିଓରେ ଆପଣ ଦେଖିବାକୁ ପାଇବେ କି ଝିଅର ବାହାଘରରେ ଯେତେବେଳେ କନ୍ୟା ବେଶରେ ସେ ମଣ୍ଡପକୁ ଆସୁଛନ୍ତି ତାଙ୍କ ଭାଇ ସ୍ବର୍ଗତଃ ବାପାଙ୍କର ଏକ ମହମ ତିଆରି ପ୍ରତିମୂର୍ତ୍ତିକୁ ଉପହାର ସ୍ୱରୂପ ମଣ୍ଡପକୁ ନେଇ ଆସୁଛନ୍ତି ।
ଯାହା ଏକଦମ ଜୀବନ୍ତ ଲାଗୁଛି । ସ୍ବର୍ଗତଃ ବାପାଙ୍କୁ ପାଖରେ ପାଇ କନିଆଁ ଜଣକ ଭାବବିହ୍ଵଳ ହୋଇ ପଡ଼ୁଛନ୍ତି । ଖାଲି ସେ ବରଂ ପରିବାରର ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସୁଛି । ବାପାଙ୍କର ମୂର୍ତ୍ତିକୁ ମଣ୍ଡପ ସାମ୍ନାରେ ରଖାଯିବା ସହ ତାଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ହିଁ ବିବାହ ସମ୍ପନ୍ନ ହୋଇଥିଲା । ତିନି ମିନିଟର ଏହି ଭିଡିଓ କ୍ଲିପକୁ ନେଇ ସୋସିଆଲ ମିଡିଆରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

କେହି କେହି ଭଉଣୀ ପ୍ରତି ଭାଇର ଭଲପାଇବାକୁ ପ୍ରଶଂସା କରିଥିବା ବେଳେ ଆଉ କେହି ଏହାକୁ ନାପସନ୍ଦ କରିଛନ୍ତି । ବିବାହ ଭଳି ଶୁଭ କାର୍ଯ୍ୟରେ ଭାଇ ଏଭଳି କରିବା ଅତ୍ୟନ୍ତ ଖରାପ ଧାରଣା ବୋଲି କିଛି ୟୁଜର୍ସ ମନ୍ତବ୍ୟ ଦେଇଛନ୍ତି । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।