କିଛିଦିନ ତଳେ ବାଲେଶ୍ଵରର ଏକ ସ୍କୁଲରେ ପିଲାଙ୍କୁ ପଣକିଆ ନ ଆସିବାରୁ ଶିକ୍ଷୟତ୍ରୀଙ୍କ ଉପରେ ଆକ୍ସନ ନେବା ପରେ ଆଜି ପୁଣି ଥରେ ସ୍କୁଲକୁ ଡେରିରେ ଶିକ୍ଷୟତ୍ରୀଙ୍କ ଉପରେ ଆକ୍ସନ ନେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ନିମାପଡା ଗସ୍ତ ସମୟରେ ପିପିଲି ଟୋଲଗେଟ ଦେଇ ଯାଉଥିଲେ ମନ୍ତ୍ରୀ ସମୀର ରଞ୍ଜନ ଦାସ । ଦିନ ୧୦ଟା ୨୦ମିନିଟ ସମୟରେ ଦୁଇଜଣ ଶିକ୍ଷୟତ୍ରୀ ସ୍କୁଲ ଯାଉଥିବା ବେଳେ ସେମାନଙ୍କୁ ଅଟକାଇ ପ୍ରଶ୍ନ କରିଥିଲେ ସମୀର ।

କିନ୍ତୁ ଦୁଇ ଶିକ୍ଷୟତ୍ରୀ ମନ୍ତ୍ରୀଙ୍କ ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ପରବର୍ତ୍ତୀ ସମୟରେ ମନ୍ତ୍ରୀ ପିପିଲି ନିମାପଡା ମୁଖ୍ୟ ରାସ୍ତାରେ ଥିବା ଜଗନ୍ନାଥପୁର ୟୁପି ସ୍କୁଲକୁ ଅଚାନକ ଗସ୍ତ କରିଥିଲେ । ସେହି ସମୟରେ ପିଲାମାନେ ଏଣେତେଣେ ବୁଲୁଥିବା ବେଳେ ଶିକ୍ଷକମାନେ ଅଫିସ ଭିତରେ ବସି କଥା ହେଉଥିଲେ । ଖାଲି ସେତିକି ନୁହେଁ ବରଂ ପ୍ରଧାନ ଶିକ୍ଷକ ଗାଡି ଧରି ବାହାରକୁ ବାହାରୁଥିବା ଦେଖିବାକୁ ପାଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ଏହାପରେ ଡ଼ିଓ ଓ ବିଓ ଙ୍କୁ ଫୋନ କରି ସେହି ସ୍କୁଲର ୮ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଦରମା ବନ୍ଦର ନୋଟିସ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସୂଚନାଯୋଗ୍ୟ ଯେ ଗତକାଲି ପିଲାମାନେ ପଣିକିଆ କହି ନ ପାରିବାରୁ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ କରିଥିଲେ ମନ୍ତ୍ରୀ ।
ତୃତୀୟ ଶ୍ରେଣୀର ପିଲା ତିନିକ ପରୀକ୍ଷା କହି ନ ପାରିବାରୁ ସେ ଏପରି ନିଷ୍ପତ୍ତି ନେଇଥିଲେ । ଜଣେ କି ଦୁଇଜଣ ନୁହେଁ ଚାରିରୁ ପାଞ୍ଚ ଜଣଙ୍କୁ ସେ ତିନିକ ପଣିକିଆ ପଚାରିଥିଲେ । କିନ୍ତୁ କେହି କହି ନ ପାରିବାରୁ ସେ ବାଲେଶ୍ଵର ମଠସାହି ମହାବୀର ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ ।

ଆଉ ଆଜି ପୁଣି ଥରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଆକ୍ସନ ମୋଡରେ ଦେଖିବାକୁ ମିଳିଛି । ସ୍କୁଲର ଢିଲା ଶିକ୍ଷା ବ୍ୟବସ୍ଥା ଉପରେ ତାଙ୍କ ନଜର ରଖୁଥିବାର ସାଧାରଣରେ ତାଙ୍କର ପ୍ରଶଂସା କରୁଛନ୍ତି ଲୋକେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।