ବିବାହ ପରେ ସୁନ୍ଦର ଓ କୁଳ ଉଜ୍ବଳକାରୀ ସନ୍ତାନଟିଏ ପାଇଁ ସମସ୍ତେ ଆଶା ରଖିଥାନ୍ତି । ସନ୍ତାନଙ୍କୁ ନେଇ ମାତାପିତା କେତେ କଣ ସ୍ଵପ୍ନ ଦେଖିଥାନ୍ତି । କିନ୍ତୁ ସ୍ଵାମୀ-ସ୍ତ୍ରୀ ସହବାସ କରିବା ପୂର୍ବରୁ ଜାଣି ରଖିବା ଉଚିତ ଯେ କେଉଁ ଦିନ ସହବାସ କରିବାର ଫଳାଫଳ କଣ ହୋଇଥାଏ । ଶାସ୍ତ୍ରରେ ଏନେଇ ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା କେଉଁ ଦିନ ସହବାସ କଲେ କିପରି ପୁତ୍ର ବା କନ୍ୟା ଜାତ ହୋଇଥାନ୍ତି ।

ନାରୀ ଋତୁମତୀ ହେବାର ଚାରିଦିନ ପର୍ଯ୍ୟନ୍ତ ଯୌନାଙ୍ଗରୁ ରକ୍ତସ୍ରାବ ହୋଇଥାଏ । ତେଣୁ ଏହିଦିନ ମାନଙ୍କରେ ଶାସ୍ତ୍ରରେ ନାରୀ ସଂଗମ ନିଷେଧ କରାଯାଇଛି । ପଞ୍ଚମ ଦିନରେ ବା ଋତୁସ୍ରାବ ଶେଷ ହେବା ପରେ ନାରୀ ଶୁଦ୍ଧ ସ୍ନାନ କରିବା ପରେ ସହବାସ ବିଧେୟ ଅଟେ ।
ନାରୀ ଋତୁମତୀ ହେବ ଦିନ ଠାରୁ ଆରମ୍ଭ କରି ଏହାପରେ କେଉଁ ଦିନରେ ସହବାସ କଲେ କିପରି ସନ୍ତାନ ଜନ୍ମ ହୋଇଥାନ୍ତି ତାହା ଜାଣି ରଖିବା ଉଚିତ । ନାରୀ ଋତୁମତୀ ହେବାର ପ୍ରଥମ ଦିନରେ ସହବାସ କଲେ ସ୍ଵାମୀ ଓ ସ୍ତ୍ରୀ ରୋଗୀ ହୋଇଥାନ୍ତି । ଦ୍ଵିତୀୟ ଏବଂ ତୃତୀୟ ଦିନରେ ସହବାସ କଲେ ମୃତ ସନ୍ତାନ ଜନ୍ମ ହୋଇଥାନ୍ତି ।

ଚତୁର୍ଥ ଦିନରେ ସହବାସ କରିବା ଦ୍ଵାରା ଜନ୍ମିତ ସନ୍ତାନ ଦରିଦ୍ର ହୁଏ । ପଞ୍ଚମ ଦିନରେ ସହବାସ କଲେ ସୌଭାଗ୍ୟବତୀ କନ୍ୟା ଜନ୍ମ ହୁଏ । ଷଷ୍ଠ ଦିନରେ ସହବାସ କଲେ ପୁତ୍ର ପିତାଙ୍କ ଭଳି ହୋଇଥାଏ । ସପ୍ତମ ଦିନରେ ସହବାସ କରିବା ଦ୍ଵାରା ସୁନ୍ଦରୀ ଓ ଗୁଣବତୀ କନ୍ୟା ଜାତ ହୋଇଥାଏ ।
ଅଷ୍ଟମ ଦିନରେ ସହବାସ କଲେ ଧାର୍ମିକ ପୁତ୍ର ଜାତ ହୁଏ । ନବମ ଦିନରେ ସହବାସ କଲେ ଭାଗ୍ୟବତୀ କନ୍ୟା ଜାତ ହୁଏ ଓ ଦଶମ ଦିନରେ ସହବାସ କଲେ ଗୁଣବାନ ପୁତ୍ର ଜାତ ହୁଏ । ଏକାଦଶ ଦିନରେ ସହବାସ କଲେ ଅଧର୍ମୀ କନ୍ୟା ଜାତ ହୁଏ ଓ ଦ୍ଵାଦଶ ଦିନରେ ସହବାସ କଲେ ଗୋରାପବହ ପୁତ୍ର ଜନ୍ମ ହୁଏ ।

ତେର ଦିନରେ ସହବାସ କଲେ ପାପିନୀ କନ୍ୟା ଜନ୍ମ ହୁଏ ଓ ଚଉଦ ଦିନରେ ସହବାସ କଲେ ସୁଶୀଳ ପୁତ୍ର ଜନ୍ମ ହୁଏ । ପନ୍ଦର ଦିନରେ ସହବାସ କଲେ ସତୀ କନ୍ୟା ଜାତ ହୁଏ । ସେହିପରି 16 ଦିନରେ ସହବାସ କଲେ ବୁଦ୍ଧିମାନ ଓ ଜ୍ଞାନୀ ପୁତ୍ର ଜାତ ହୁଏ ଏବଂ ସତର ଦିନରେ ସହବାସ କଲେ ଗର୍ଭଧାରଣ ହୁଏ ନାହିଁ ।
କେଉଁ ଦିନ ସହବାସ କଲେ କିପରି ପୁତ୍ର ବା କନ୍ୟା ଜାତ ହୋଇଥାନ୍ତି ଏହା ଥିଲା ତା’ର ସଂପୂର୍ଣ୍ଣ ବିବରଣୀ । ଆପଣଙ୍କୁ କେଉଁ ଭଳି ସନ୍ତାନ ଦରକାର ସେହି ଅନୁସାରେ ସେହି ଦିନ ସହବାସ କଲେ ଆପଣ ସୁଫଳ ପାଇବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।