“ମୋ ଚେହେରା ଦେଖି ଅନ୍ୟମାନେ ସିନା ଭୟ କରନ୍ତି କିନ୍ତୁ ମୁଁ ବି ଭିତରୁ ବହୁତ ଡରେ” ମୃତ୍ୟୁ ପୂର୍ବରୁ Raimohan ନିଜେ ବଖାଣିଥିଲେ ନିଜ ଜୀବନର ଅନେକ କଥା

ଚର୍ଚ୍ଚିତ ଅଭିନେତା ରାଇମୋହନଙ୍କ ମୃତ୍ୟୁ ପରେ ତାଙ୍କୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ମୃତ୍ୟୁର କାରଣ କଣ ଜାଣିବାକୁ ସମସ୍ତେ ଚାହିଁ ବସିଥିବା ବେଳେ ରାଇମୋହନଙ୍କ ଏକ ସାକ୍ଷାତକାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ରାଇମୋହନ ଜୀବିତ ଥିବା ବେଳେ ତାଙ୍କ ପତ୍ନୀ ଓ ସାନ ଝିଅ ଉଦିତାଙ୍କ ସହ ସେ ଏହି ସାକ୍ଷାତକାର ଦେଇଥିଲେ । ରାଇମୋହନ ତାଙ୍କ କ୍ଯାରିୟରରେ ଉନ୍ନତି ହେବାର ଶ୍ରେୟ ପତ୍ନୀ ରଞ୍ଜିତାଙ୍କୁ ଦେଇଥିଲେ । ବାହାଘର ପରେ ଅଷ୍ଟମଙ୍ଗଳା ବାସି ଦିନ ସେ ନାଗପଞ୍ଚମୀ ଫିଲ୍ମର ଶୁଟିଙ୍ଗ କରିବାକୁ ପଳେଇଥିଲେ ।

ଦେଢମାସ ତାଙ୍କୁ ବାହାରେ ରହିବାକୁ ପଡିଥିଲା । ଆଉ ସେହି ଫିଲ୍ମ ସମୟରୁ ସେ ଲୋକଲୋଚନକୁ ଆସିଥିଲେ । ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ ଓ ତା’ ପରଠାରୁ ସେ କେବେ ପଛକୁ ଫେରି ଦେଖିନାହାନ୍ତି । ପତ୍ନୀ ରଞ୍ଜିତାଙ୍କୁ ସେ ଘରର ଲକ୍ଷ୍ମୀ ବୋଲି କହିଥିଲେ । ଦୁହେଁ ପ୍ରେମ ବିବାହ କରିଥିଲେ ଓ ଆଜି ତାଙ୍କ ବଡ ଝିଅ ଶେଫାଳିର ବିବାହ କରି ସାରିଲେଣି, ଏବେବି ସେମାନଙ୍କ ମଧ୍ୟରେ ଭଲ ବୁଝାମଣା ଓ ଭଲପାଇବା ପ୍ରଚୁର ମାତ୍ରାରେ ରହିଥିବା ନଜର ଆସିଛି ।

ରାଇମୋହନ ପିଲାବେଳର କିଛି କଥା ମଧ୍ୟ ଶେୟାର କରିଛନ୍ତି । ସେ ବହୁତ ଦୁଷ୍ଟ ଥିଲେ ଓ ପ୍ରତିଦିନ କିଛି ନା କାଣ୍ଡ କରି ଦେଉଥିଲେ ବୋଲି କହିଛନ୍ତି । କେବେ କାହାକୁ ମାରି ଦେଉଥିଲେ ତ ଆଉ କେବେ ଝିଅ ମାନଙ୍କର ଚୁଟି ଟାଣି ଦେଉଥିଲେ । ମା’ଙ୍କୁ ଆସିକି କହୁଥିଲେ କି ସେ ଝିଅଟା ତାଙ୍କୁ ଅଭଦ୍ର କଥା କହିଛି ।

ଆଉ କେଉଁ ଝିଅର ମା ତାଙ୍କ ଘରକୁ ଅଭିଯୋଗ ଆଣି ଆସିଲେ ତାଙ୍କ ମା’ ତାଙ୍କ ପାଇଁ ଲଢୁଥିଲେ । ଏସବୁ ସେ ଖୁବ ମଜା ଉଠାଉଥିଲେ । ଦିନେ ତାଙ୍କ ବାପା ତାଙ୍କୁ ମାଡ ମାରିବା ସହ ରୋଡକୁ ନେଇ ଯାଇଥିଲେ । ରାତି ସମୟ ହୋଇଥାଏ ସେ ରାଇମୋହନଙ୍କୁ ଆକାଶକୁ ଦେଖାଇ ପଚାରିଲେ କଣ ଦେଖୁଚୁ । ରାଇମୋହନ କହିଲେ ତାରା ଦେଖା ଯାଉଛନ୍ତି । ସେତେବେଳେ ରାଇମୋହନଙ୍କ ବାପା କହିଥିଲେ ଏତେ ବଡ ଜହ୍ନରେ ଜଳୁଛି ସେଇଟା କଣ ତୋତେ ଦିଶୁନାହିଁ ? ତୁ ମୋର ସେଇ ଗୋଟିଏ ଜହ୍ନ ଭଳି କଣ ହୋଇପାରିବୁ ନାହିଁ ?

ସେତେବେଳେ ବାପାଅଙ୍କ ମନ ରଖିବା ପାଇଁ ସେ ହଁ କହି ଦେଇଥିଲେ । କିନ୍ତୁ ପରେ ବାପାଙ୍କ କଥା ବୁଝିପାରି ସତରେ ଜହ୍ନ ହେବାକୁ ଚେଷ୍ଟା କରିଥିଲେ । ବାପାଙ୍କ ମୃତ୍ୟୁ ବେଳେ ସେ ବାପାଙ୍କୁ ଯାଇ ପଚାରିଥିଲେ କି ସେ ଜହ୍ନ ନା ତାରା ? ବାପା ତାଙ୍କୁ କହିଥିଲେ ତୁ ମୋର ପୁନେଇଁ ରାତିର ଜହ୍ନ । ରାଇମୋହନ ସତକୁ ସତ ଜହ୍ନଟିଏ ଭଳି ଜଳି ନିଜ ଆଲୋକ ସାରା ଓଡ଼ିଶାକୁ ଦେଖାଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି ତାଙ୍କ ଚେହେରା ଓ ସିନେମାର ଅଭିନୟ ଦେଖି ତାଙ୍କୁ ସମସ୍ତେ ଡରିଯାନ୍ତି ସିନା ସେ କିନ୍ତୁ ନିଜେ ବି ଭିତରୁ ବହୁତ ଭୟ କରନ୍ତି । ଉପରୁ ଭିଲେନ ହେଲେ ମଧ୍ୟ ଭିତରୁ ସେ ଭୟ କରନ୍ତି । ଏଥିରୁ ଜଣାପଡେ ଯେ ରାଇମୋହନ କେତେ ନରମ ମିଜାଜର ବ୍ୟକ୍ତି ଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତି ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।