ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ମୁଖ୍ୟମନ୍ତ୍ରୀ । ବିମାନରେ ମୁଖ୍ୟମନ୍ତ୍ରୀ ଯାଉଥିବା ବେଳେ କିଛି ଏଭଳି ଘଟିଲା ଯେ ବିମାନ ଖସି ପଡିବା ଆଶଙ୍କା କରାଗଲା । ଯାହାଫଳରେ ମୁଖ୍ୟମନ୍ତ୍ରୀ ଲକ୍ଷସ୍ଥଳରେ ପହଞ୍ଚିବା ପୂର୍ବରୁ ତାଙ୍କ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା । କାଶୀ ବିଶ୍ଵନାଥ ମନ୍ଦିର ଏବଂ ଅନ୍ୟକିଛି କାର୍ଯ୍ୟର ସମୀକ୍ଷା ପାଇଁ ଯୋଗୀ ବାରଣାସୀ ଯାଇଥିଲେ । କାର୍ଯ୍ୟ ଶେଷ ହେବା ପରେ ଲକ୍ଷ୍ନୌ ଯିବା ପାଇଁ ପ୍ରସ୍ତୁତ କରାଗଲା ହେଲିକପ୍ଟର ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିମାନରେ ବସିଥାନ୍ତି । କିନ୍ତୁ ହେଲିକପ୍ଟର ଉଡାଇବା ଆରମ୍ଭ ହେବା କ୍ଷଣି ହଠାତ ଏକ ବିପଦ ଦେଖାଦେଲା । ମୁଖ୍ୟମନ୍ତ୍ରୀ ବସିଥିବା ବିମାନଟି ଏତେ ଜୋରରେ ଦୋହଲିଲା ଯେ ଏହା ତଳକୁ ଖସି ପଡିବାର ବିପଦ ସୃଷ୍ଟି ହେଲା । ଯାହାଫଳରେ ପାଇଲଟ ଉକ୍ତ ହେଲିକପ୍ଟର ଟିକୁ ବାରଣାସୀ ପୋଲିସ ଗ୍ରାଉଣ୍ଡରେ ତତକ୍ଷଣାତ ଏମରଜେନ୍ସି ଲ୍ୟାଣ୍ଡିଂ କରାଇବାକୁ ବାଧ୍ୟ ହେଲେ ।
ଯେଉଁଥି ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନ ବଞ୍ଚିଗଲା । ଗତ ଶନିବାର ଦିନ କାଶୀ ବିଶ୍ଵନାଥ ଦର୍ଶନ ଶେଷ କରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ଅଭିମୁଖେ ବାହାରିଥିଲେ । ସେ ହେଲିକପ୍ଟର ଯୋଗେ ଲକନୌ ଯିବାର ପ୍ରସ୍ତୁତି ମଧ୍ୟ ସରିଥିଲା ।
କିନ୍ତୁ ବିମାନ ଉଡିବା ଆରମ୍ଭ ହେବା କ୍ଷଣି ଏକ ପକ୍ଷୀଟିଏ ଆସି ବିମାନରେ ବାଡେଇ ହୋଇଗଲା । ଏହାପରେ ସେହି ହେଲିକପ୍ଟରଟି ଜୋରରେ ଦୋହଳି ଯାଇଥିଲା ଓ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା । ଯାହାଫଳରେ ଯୋଗୀ ଆଦିତ୍ୟନାଥ ବସିଥିବ ହେଲିକପ୍ଟରଟି ଖସି ପଡିବାର ସମ୍ଭାବନା ରହିଥିଲା । କିନ୍ତୁ ଏହା ପୂର୍ବରୁ ହେଲିକପ୍ଟରକୁ ଜାଗ୍ରତର ସହ ଜରୁରୀକାଳୀନ ଅବତରଣ କରିବାରେ ସକ୍ଷମ ହୋଇଥିଲେ ପାଇଲଟ ।

ଏହି ଘଟଣା ସାମ୍ନାକୁ ଆସିବା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ୟୁଜର୍ସ ମାନେ ସୋସିଆଲ ମିଡିଆରେ ଖୁବ ସହାନୁଭୁତି ପୋଷ୍ଟ ସବୁ କରୁଥିବାର ଦେଖିବାକୁ ମିଳୁଛି । ଶନିବାର ଦିନ ସକାଳ ପ୍ରାୟ ସାଢେ ନଅଟା ସମୟରେ ଏହି ଘଟଣା ଘଟିଥିଲା ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁରକ୍ଷିତ ଥିବାରୁ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭଗବାନଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଦେଉଛନ୍ତି । ତେବେ ଏହିଭଳି ଘଟଣା ଦେଖାଦେବା ପରେ ଯୋଗୀ ସର୍କିଟ ହାଉସରେ କିଛି ବିତାଇଥିଲେ ଓ ପରେ ରାଜ୍ୟ ସରକାରଙ୍କ ଲକ୍ଷ୍ନୌ ଅଭିମୁଖେ ବାହାରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।