ଲୋକପ୍ରିୟ ଓଡିଆ ଅଭିନେତା ରାଇମୋହନ ପରିଡା ଆଉ ଆମ ଗହଣରେ ନାହାନ୍ତି । ତାଙ୍କ ମୃତ୍ୟୁକୁ ଦୁଇ ଦିନ ବିତିଗଲାଣି, ତଥାପି ସେ ଯେ ଆତ୍ମହତ୍ୟା କରିଥିଲେ ଏକଥା କେହି ମଧ୍ୟ ବିଶ୍ବାସ କରି ପାରୁନାହାନ୍ତି । ସେ ପଞ୍ଚଭୂତରେ ଲୀନ ହେବା ପରେ ତାଙ୍କ ଅଭିନୟ ଜୀବନ, ପାରିବାରିକ ଜୀବନ ସବୁକିଛିକୁ ନେଇ ଏବେ ଚର୍ଚ୍ଚା ଚାଲିଛି ଏହାରି ମଧ୍ୟ ରାଇମୋହନ, ତାଙ୍କ ପତ୍ନୀ ରଞ୍ଜିତା ଓ ସାନ ଝିଅର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଏହି ତିନିଜଣ ଏକ ସାକ୍ଷାତକାର ଦେଉଥିବା ଦେଖାଯାଇଛି ।

ସେମାନଙ୍କ ପରିବାର ଓ ସମ୍ପର୍କ ବିଷୟରେ ଏହି ଭିଡିଓରେ ସେମାନେ କଥା ହେଉଛନ୍ତି । ରାଇମୋହନ ଜଣେ ସାଧାରଣ ମଣିଷ ଭଳି ଜୀବନ କାଟିବାକୁ ଭଲ ପାଉଥିଲେ । ଭାତ, ଡାଲି, ଆଳୁ ଭରତା, ବାଇଗଣ ଭରତା ଏସବୁ ତାଙ୍କର ପ୍ରିୟ ଖାଦ୍ଯ ଥିଲା । ଘରେ ରହିବା ସମୟରେ ସେ ଏସବୁ ଖାଇବାକୁ ଅଧିକ ପସନ୍ଦ କରୁଥିଲେ । ସେ ଶୁଟିଙ୍ଗ ପାଇଁ ପଳେଇ ଯାଉଥିବାରୁ ସ୍ତ୍ରୀ ରଞ୍ଜିତା ଦୁଇ ଝିଅଙ୍କୁ ନେଇ ଘର ସମ୍ଭାଳୁଥିଲେ । ବଡ ଝିଅର ବିବାହ ହୋଇ ସାରିଛି ଏବଂ ସାନ ଝିଅତି ବିବାହ ପାଇଁ ରହିଛି ।
ରାଇମୋହନ ବାହାରକୁ ଗଲେ ପତ୍ନୀ ଓ ଝିଅଙ୍କ ପାଇଁ କିଛି ନା କିଛି ଆଣି ଦିଅନ୍ତି । ରଞ୍ଜିତାଙ୍କର ସମ୍ବଲପୁରୀ ଡ୍ରେସ ବହୁତ ପସନ୍ଦ । ତେଣୁ ରାଇମୋହନ ସମ୍ବଲପୁର ଗଲେ ତାଙ୍କ ପାଇଁ ଡ୍ରେସ ଆଣିବାକୁ ଭୁଲନ୍ତି ନାହିଁ । ଏପରିକି ସାକ୍ଷାତକାର ବେଳେ ସେ ପିନ୍ଧିଥିବା ପୋଷାକ ବି ରାଇମୋହନ ଆଣି ଦେଇଥିଲେ ବୋଲି ପତ୍ନୀ କହିଛନ୍ତି ।
ରାଇମୋହନ ଓ ରଞ୍ଜିତା ନୂଆ ନୂଆ ବିବାହ କରିବା ବେଳର କିଛି ସ୍ମୃତି ମଧ୍ୟ ସେମାନେ ମନେ ପକାଇଥିଲେ । ନୂଆ ନୂଆ ବାହାଘର ପରେ ରଞ୍ଜିତା ବହୁତ ଡିମାଣ୍ଡ କରୁଥିଲେ । ଯେତେ ରାତି ହେଲେ ବି ରାଇମୋହନ ନାନ୍ ତଡକା ଆଣିଲେ ଖାଇବେ ବୋଲି ରଞ୍ଜିତା ଅନେଇ ବସିଥିବେ । ରାଇମୋହନ ତାଙ୍କ ସାନ ଝିଅଙ୍କୁ ନିଜ ସାଙ୍ଗ ବୋଲି କହିଛନ୍ତି । ରଞ୍ଜିତା ହଲାନ୍ତ ହୋଇଥିଲେ ଜଲ୍ଦି ଶୋଇପଡନ୍ତି । ସାନ ଝିଅ ଆଉ ସେ କିନ୍ତୁ ଡ୍ରଇଂ ରୁମରେ ବସି ଅନେକ କଥା ହୁଅନ୍ତି ।

ପରସ୍ପରକୁ କଥା ସବୁ ଶେୟାର କରନ୍ତି ବୋଲି ରାଇମୋହନ କହିଛନ୍ତି । ତେବେ ସବୁ ସ୍ଵାଭାବିକ ଥିବା ବେଳେ ଏମିତି କଣ ହେଲା ଯେ ରାଇମୋହନ ହଠାତ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।