ସକାଳୁ ଘର ଦୁଆର ମୁହଁରେ ପାଣି ଢାଳିଲେ କେଉଁ ଲାଭ ହୋଇଥାଏ ? ଜାଣନ୍ତୁ ଏହା ସହ ଆହୁରି 20ଟି Anuchinta

ମଣିଷ ଜୀବନକୁ ସରଳ ଓ ସୁନ୍ଦର କରିବା ପାଇଁ ଶାସ୍ତ୍ରରେ ଅନେକ ଅନୁଚିନ୍ତା ଉଲ୍ଲେଖ ରହିଛି ଯାହାର ପାଳନ କରିବା ଦ୍ଵାରା ଜୀବନ ସୁଖମୟ ହୋଇଥାଏ । ଆଜି ସେହିପରି କିଛି ଅନୁଚିନ୍ତା ଆପଣଙ୍କ ସହ ଶେୟାର କରିବୁ । ପ୍ରଖର ସୂର୍ଯ୍ୟଙ୍କ କିରଣରେ କେବେବି ବେଶୀ ସମୟ ଠିଆ ହେବ ଉଚିତ ନୁହେଁ କିମ୍ବା ଶବଦାହ ବେଳେ ଧୂଆଁ ନାକରେ ବାଜିବା ଅନୁଚିତ, ଏହାଦ୍ବାରା ଆୟୁ ନଷ୍ଟ ହୋଇଥାଏ । ରାତିରେ ଦହି ଖାଇବା ଉଚିତ ନୁହେଁ ଏବଂ ଜୀବନରେ କେବେବି ମଦ୍ୟପାନ କିମ୍ବା ଧୂମ୍ରପାନ କରିବା ଅନୁଚିତ, ଏହାଦ୍ବାରା ଆୟୁ କ୍ଷୀଣ ହୋଇଥାଏ ।

ଅଧିକ ଦିନ ପର୍ଯ୍ୟନ୍ତ ରାତିରେ ଉଜାଗର ରହିବା ଉଚିତ ନୁହେଁ କିମ୍ବା ଅତ୍ୟଧିକ ମୈଥୁନ କରିବା ଦ୍ଵାରା ଆୟୁ ନଷ୍ଟ ହୋଇଥାଏ । ଘରେ କେବେବି ଛେଳି ପାଳନ କରିବା ଉଚିତ ନୁହେଁ । ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଦାରିଦ୍ର୍ୟତା ଦେଖାଦେବା ସହ ଅଭାବ ଅନଟନ ଲାଗିରୁହେ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯୁକ୍ତିତର୍କ କିମ୍ବା କଳହ ଲାଗି ରହିଲେ ଅଶୁଭ ହୋଇଥାଏ ଏବଂ ଘରେ ଅର୍ଥ ଅଭାବ ଦେଖାଦେବା ସହ ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ ।

ଘରକୁ ଆସିଥିବା ଅତିଥିଙ୍କ ସତ୍କାର କରିବା କଲ୍ୟାଣକାରୀ ହେବା ସହ ଧନଧାନ୍ୟ ପ୍ରାପ୍ତି ହୋଇଥାଏ ଏବଂ ଦେବାଦେବୀଙ୍କ ଆଶୀର୍ବାଦ ମିଳିଥାଏ । ସ୍ଵାମୀ ସ୍ତ୍ରୀ ଶୋଇବା ଘର ଶେଯର ଠିକ ବିପରୀତ ଦିଗରେ ଦର୍ପଣ ରଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କ ଦୁର୍ବଳ ହୋଇଥାଏ ।

ପ୍ରତ୍ଯେକ ଦିନ ସକାଳୁ ଉଠିବା ପରେ ଏକ ଲୋଟା ପାଣି ଘର ଆଗରେ ଢାଳିବା ଉଚିତ । ଏହା ଶୁଭ ହେବା ସହିତ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଦ୍ଵିତୀୟା ଏବଂ ତୃତୀୟ ତିଥିରେ କୌଣସି ସ୍ଥାନକୁ ଯିବା ଦ୍ଵାରା ଯାତ୍ରା ଶୁଭ ହେବ ସହ କାର୍ଯ୍ୟ ସଫଳ ହୋଇଥାଏ । କିନ୍ତୁ ପ୍ରତିପଦା କିମ୍ବା ଚତୁର୍ଥୀ ତିଥିରେ କୌଣସି ଯାତ୍ରା କଲେ କାର୍ଯ୍ୟ ନିଷ୍ଫଳ ହୋଇଥାଏ ଏବଂ ଅର୍ଥହାନି ହୋଇଥାଏ ।

ପିତ୍ତଳ ପାତ୍ରରେ ଭୋଜନ କଲେ ଆତ୍ମଶାନ୍ତି ପ୍ରାପ୍ତି ହୋଇଥାଏ, ସେହିପରି ତମ୍ବା ପତ୍ରରେ ଭୋଜନ କରିବା ଦ୍ଵାରା ଶରୀରର କାନ୍ତି ବୃଦ୍ଧି ହୋଇଥାଏ ଏବଂ ଶରୀର ସୁସ୍ଥସବଳ ରହିଥାଏ । କଦଳୀ ପତ୍ରରେ ଭୋଜନ କରିବା ଦ୍ଵାରା ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ ଏବଂ ଆୟୁ ବୃଦ୍ଧି ହେବ ସହିତ ଦାରିଦ୍ୟତା ଦୂର ହୋଇଥାଏ ।

ଭୋଜନ କରୁଥିବା ସମୟରେ, ସ୍ନାନ କରୁଥିବା ସମୟରେ ଏବଂ ଅଶୌଚ ସମୟରେ କାହାକୁ ନମସ୍କାର କରିବା ଉଚିତ ନୁହେଁ, ଏହାଦ୍ବାରା ଦାରିଦ୍ର୍ୟତା ଦେଖା ଦେଇଥାଏ । ଏକ ହସ୍ତରେ ଗୁରୁ, ଗୁରୁଜନ, ବ୍ରାହ୍ମଣ ଏବଂ ଦେବତାଙ୍କୁ କେବେବି ନମସ୍କାର କରିବା ଉଚିତ ନୁହେଁ, ଏହା ଅଶୁଭ ହେବା ସହିତ ଅମଙ୍ଗଳକାରୀ ହୋଇଥାଏ । ପିଲାଙ୍କ ଜନ୍ମଦିନରେ ଖସାତେଲ ଲଗେଇ ଗାଧୋଇବା ଉଚିତ ଏବଂ ଖସାଲଡୁ ଖାଇବା ଦ୍ଵାରା ବର୍ଷେ ପର୍ଯ୍ୟନ୍ତ ବିଘ୍ନନାଶ ହୋଇଥାଏ ।

ଶନିବାର ଦିନ ଲୁହା ଜିନିଷ କିଣାବିକା କରିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ଏବଂ ବିଭିନ୍ନ ପ୍ରକାରର କ୍ଷତି ହେବା ସହିତ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।