ସମ୍ବେଦନଶୀଳ ମୂହୁର୍ତ୍ତରେ Raimohan ଙ୍କୁ ଏକୁଟିଆ ଛାଡି ପତ୍ନୀ Ranjita କାହିଁକି ବାହାରକୁ ଯାଇଥିଲେ ? ଯାଞ୍ଚ ହେବ ଘରଲୋକଙ୍କ କଲ୍ ଡିଟେଲ୍ସ

ରାଇମୋହନଙ୍କୁ ଏକୁଟିଆ ଛାଡି ପତ୍ନୀ ରଞ୍ଜିତା କାହିଁକି ବାହାରକୁ ଯାଇଥିଲେ ? କାହିଁକି ତାଙ୍କ ରାଗକୁ ଶାନ୍ତ କରି ନଥିଲେ ? ପତ୍ନୀ ଭାବେ ସେ ରାଇମୋହନଙ୍କ ପାଖେ ପାଖେ ରହିବା କଥା । ସେହି ସମ୍ବେଦନଶୀଳ ମୁହୂର୍ତ୍ତରେ ରାଇମୋହନଙ୍କୁ ଜଗିଥିଲେ ହୁଏତ ତାଙ୍କ ଜୀବନ ଯାଇ ନଥାନ୍ତା । ରାଇମୋହନ ଓ ରଞ୍ଜିତା ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ । ପରିବାରରେ ଏମିତି କଣ ଘଟିଲା ଯେ ଆତ୍ମହତୟଆ ଭଳି ଚରମ ପନ୍ଥା ଆପଣେଇ ନେଲେ ରାଇମୋହନ ?

ବିଗତ ଦିନର କଥା ମନେପକାଇ ଆମଫୋଇର ପ୍ରତିଷ୍ଠାତା ଭୋଲଟିୟର ଏଭଳି କିଛି କହିଛନ୍ତି । ସେ ରାଇମୋହନଙ୍କୁ ଜଣେ ଆଦର୍ଶ ବ୍ୟକ୍ତି ଭାବେ ମାନ୍ୟ କରନ୍ତି ଓ ସମସ୍ତଙ୍କୁ ତାଙ୍କ ପ୍ରେମ କାହାଣୀ ବିଷୟରେ କୁହନ୍ତି । ତାଙ୍କ ପାଖେ ୩୦ ବର୍ଷ ତଳର ରାଇମୋହନଙ୍କ ପ୍ରେମ କାହାଣୀର ମୂକସାକ୍ଷୀ ମଧ୍ୟ ରହିଛି ।

ଆତ୍ମହତୟଆ ସମୟରେ ପତ୍ନୀ ରଞ୍ଜିତା କେଉଁଠି ଥିଲେ ? ଦୁଇ ଝିଅଙ୍କୁ ନେଇ ସେ କେଉଁଆଡେ ଯାଇଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଭୋଲଟିୟର । ଯଦି ସେ କୌଣସି କଥାକୁ ନେଇ ବ୍ୟଥିତ ଥିଲେ ଓ ତାଙ୍କ ମନରେ ରାଗ ଥିଲା ତେବେ ପତ୍ନୀଙ୍କର କର୍ତ୍ତବ୍ୟ ଥିଲା କି ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥାନ୍ତେ । ଏହିଭଳି ଏକ ମୂହୁର୍ତ୍ତରେ ସେ ତାଙ୍କୁ ଏକା ଛାଡିଯିବା ଉଚିତ ନଥିଲା ।

ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଥିଲେ ତେବେ ତାଙ୍କୁ ସାଥିରେ ନେଇ ଯାଇଥାନ୍ତେ । ନିଜ ବିବାହ ବାର୍ଷିକୀର ପୂର୍ବଦିନ ସେ କାହିଁକି ଆତ୍ମହତୟଆ କଲେ ? ପରିବାରରେ ନିହାତି ଭାବେ କୌଣସି ବିଷୟକୁ ନେଇ ବ୍ୟତିକ୍ରମ ଘଟିଛି ଯାହା ଜଣେ ବାପା ତଥା ସ୍ବାମୀର ହୃଦୟକୁ ଆଘାତ ଦେଇଛି । ଆଉ ସେଥିପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି ।

ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ନିଜ ମତ ରଖିଛନ୍ତି । ପାରିପାର୍ଶ୍ଵିକ ପରିସ୍ଥିତି ଓ ପଡୋଶୀଙ୍କ ବୟାନକୁ ଆଧାର କରି ଜଣାପଡୁଛି ଯେ ନିହାତି ଭାବେ ରାଇମୋହନଙ୍କ ପରିବାରରେ କୌଣସି ଅଶାନ୍ତି ଥିଲା । ପୋଲିସ ସେଠାକାର ସିସିଟିଭି ଓ ଲୋକମାନଙ୍କୁ ପଚରାଉଚରା କରିବ ଓ ଭଲଭାବେ ତଦନ୍ତ କରିବା ପରେ ସତ୍ୟ ଲୋକଲୋଚନକୁ ଆସିବ ବୋଲି ସେ କହିଛନ୍ତି ।

ପାରିବାରିକ କଳହ ହିଁ ରାଇମୋହନଙ୍କ ଆତ୍ମହତୟଆର କାରଣ ବୋଲି ସମସ୍ତେ ସନ୍ଦେହ କରୁଥିବା ବେଳେ ତାଙ୍କର ଦୁଇ ଝିଅ, ପତ୍ନୀ ରଞ୍ଜିତା ଓ ଡ୍ରାଇଭରଙ୍କ କଲ୍ ଡିଟେଲ୍ସ ପୋଲିସ ଅନୁଧ୍ୟାନ କରିବ ବୋଲି ଜଣାପଡିଛି । ଘଟଣା ଦିନ କଣ ସବୁ ଘଟିଥିଲା ଓ ଘରେ କି ବିବାଦ ଥିଲା ଏସବୁ ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ରାଇମୋହନଙ୍କ ଘରକୁ ଯାଇ ପଚରାଉଚରା କରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।