ବର୍ଷା ଘଡଘଡି ସହ ଥରିଉଠିଲା ମାଟି ଆଉ ଘର ତଳୁ ବାହାରିଲେ ଠାକୁର, ଘର ମାଲିକ ଯାହା କହୁଛନ୍ତି ଶୁଣିଲେ ଆପଣଙ୍କ ମୁଣ୍ଡ ବି ଘାବରେଇ ଦେବ, ଦେଖନ୍ତୁ Video

ରାତି ୩ଟାରେ ମାଟି ଥରିଉଠିଲା ଓ ବିଜୁଳି ଘଡଘଡି ସହ ଚାରିଆଡ ବର୍ଷାରେ କମ୍ପିଲା । ଆଉ ସ୍ଵପ୍ନରେ ମା’ କହୁଥିଲେ ମୋତେ ଉଦ୍ଧାର କର । ଆଖି ଖୋଲିଲା ବେଳକୁ ଘର ମାର୍ବଲ ଫାଟି ଯାଇଥିଲା । ସାଙ୍ଗେ ସାଙ୍ଗେ ନିଜ ଘରକୁ ଖୋଳି ଦେଇଥିଲେ ଘର ମାଲିକ । ଆଉ ଘର ତଳୁ ବାହାରିଥିଲା ୧୪ଟି ପିତ୍ତଳ ମୂର୍ତ୍ତି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚହଳ ପଡିଛି । ଅଲୌକିକ ଭାବନ୍ତୁ ବା ଚମତ୍କାର, ବେଳେବେଳେ ଏମିତି କିଛି ଦୃଶ୍ୟ ଆଖି ସାମ୍ନାକୁ ଆସୁଛି ଯାହା ଦେଖିଲେ ଯେକେହି କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବ ।

ଏହା ସତରେ କଣ ସମ୍ଭବ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି । ଘର ମାଲିକଙ୍କୁ ସ୍ଵପ୍ନାଦେଶ ହେବା ପରେ ସେ ନିଜ ଘରକୁ ଖୋଳି ପକାଇଥିଲେ । ଯାହାପରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ମାଟିତଳୁ ବାହାରିଥିଲା ୧୪ଟି ପିତ୍ତଳ ମୂର୍ତ୍ତି । ଏହିପରି ୧୪ଟି ପିତ୍ତଳ ମୂର୍ତ୍ତି ଉଦ୍ଧାର ହୋଇଛି କଟକ ଜିଲ୍ଲା ରାଉତିପାଟଣା ନାହାରଙ୍ଗା ଗାଁର ଦୀନବନ୍ଧୁ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରୁ ।

ବ୍ୟକ୍ତିଜଣକ କହିଛନ୍ତି କି ତାଙ୍କୁ ମାଆ ସ୍ଵପ୍ନାଦେଶ କହିଥିଲେ କି ମୁଁ ତୋ ଘରେ ଅଛି ମୋତେ ଉଦ୍ଧାର କର । ଘର ମାଲିକ ତାଙ୍କୁ ପଚାରିଥିଲେ ଆପଣ କେଉଁଠି ଅଛନ୍ତୁ ମୋତେ ଜଣାନ୍ତୁ ମୁଁ କେମିତି ଉଦ୍ଧାର କରିବି ? ମା କହିଥିଲେ ମୁଁ ତୋ ଖଟ ତଳେ ଭୂମି ଭିତରେ ଅଛି ।

ଖଟ ତଳେ କେଉଁ ଜାଗାରେ ଅଛନ୍ତି ବୋଲି ସେ ମା’ଙ୍କୁ ଆଉ ଥରେ ପ୍ରଶ୍ନ କରିବାରୁ ସେ ଖଟ ତଳକୁ ଦେଖିବା ପାଇଁ କହିଥିଲେ । ଏହାପରେ ଘର ମାଲିକ ଦେଖିଥିଲେ କି ମା’ ଯେଉଁ ସ୍ଥାନରେ ଅଛନ୍ତି ସେହି ସ୍ଥାନର ମାର୍ବଲ ଫାଟି ଯାଇଥିଲା । ଯାହାପରେ ସେ ମାର୍ବଲ ତାଡି ମାଟି ଖୋଳି ମା’ଙ୍କୁ ଉଦ୍ଧାର କରି ବାହାରକୁ ଆଣିଥିଲେ । ମା’ଙ୍କୁ ଉଦ୍ଧାର କରି ତାଙ୍କର କର୍ମ କରିବା ପାଇଁ ମଧ୍ୟ ମା’ ତାଙ୍କୁ କହିଥିଲେ । ଦୀନବନ୍ଧୁଙ୍କ କହିବା ଅନୁସାରେ ହଠାତ ରାତିରେ ତାଙ୍କୁ ଏହିଅପରି ସ୍ଵପ୍ନାଦେଶ ହୋଇଥିଲା ।

ସ୍ଵପ୍ନରେ ଆସି ମା’ ତାଙ୍କୁ କହୁଥିଲେ ମୁଁ ତୋ ଘର ତଳେ ଅଛି ମୋତେ ଉଦ୍ଧାର କର । ମା’ଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ଖୋଲିବା ପରେ ସତକୁ ସତ ପିତ୍ତଳ ମୂର୍ତ୍ତି ସବୁ ବାହାରିଥିଲା । ମୂର୍ତ୍ତି ମିଳିବା ପରେ ଏବେ ଏନେଇ ଚର୍ଚ୍ଚା ଜୋର ଧରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।