ରାହୁଲଙ୍କୁ ଗାତରୁ ଟାଣି ଆଣିଥିଲା ଛୋଟ ପିଲାଟିଏ, ଏବେ ସାମ୍ନାକୁ ଆସିଲା ବଡ ସତ…

ଛତିଶଗଡର ରାହୁଲ ଉଦ୍ଧାର ହେବା ଘଟଣାକୁ ନେଇ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି କି ଗୋଟିଏ ଛୋଟ ପିଲା ସାହାଯ୍ୟରେ ରାହୁଲକୁ ଉଦ୍ଧାର କରାଯାଉଛି । ଶୁଣିବାକୁ ମିଳୁଥିବା ସୂଚନା ଅନୁସାରେ ସେହି ଛୋଟପିଲାର ଶରୀରରେ ଏକ ରଶି ବନ୍ଧା ଯାଇଥିଲା ଓ ତାକୁ ରାହୁଲ ପାଖକୁ ପଠା ଯାଇଥିଲା । ଆଉ ପିଲାଟି ରାହୁଲକୁ ସେଠାରୁ ଉଦ୍ଧାର କରିଥିଲା । ଏହା ମଧ୍ୟ କୁହାଯାଉଛି କି ଛୋଟ ପିଲାଟିକୁ ଓଲଟାଇ ରଶି ସାହାଯ୍ୟରେ ତାକୁ ତଳକୁ ପଠା ଯାଉଥିଲା ।

ଆଉ ଖାଦ୍ୟ ବି ପହଞ୍ଚା ଯାଉଥିଲା ବୋଲି ସୂଚନା ରହିଛି । ୫ଦିନ ଧରି ରାହୁଲର ଉଦ୍ଧାର କାର୍ଯ୍ୟ ଚାଲିଥିଲା ଓ ସେ ବୋରୱେଲ ମଧ୍ୟରେ ଫସି ରହିଥିଲେ । ଅନବରତ ତାହା ଖବର ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଥିଲା । ରାହୁଲଙ୍କୁ ଲଗାତାର ଭାବେ ସମସ୍ତେ ସାହାଯ୍ୟ କରି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । NDRF, SDRF, ଭାରତୀୟ ସେନା ଓ ସ୍ଥାନୀୟ ପ୍ରଶାସନ ସମସ୍ତେ ଚେଷ୍ଟା କରୁଥିଲେ କି ରାହୁଲ ଶୀଘ୍ର ସୁରକ୍ଷିତ ଭାବେ ଉଦ୍ଧାର ହୋଇଯାଉ ।

ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉନ୍ନତମାନର ମେସିନ ସବୁ ମଧ୍ୟ ଲାଗିଥିଲା । ସୁଡଙ୍ଗ ଖୋଳିବା ସମୟରେ ଏକ ବିଶାଳ ଆକାରର ପଥର ରହିଥିଲା, ଯାହାକୁ ଖୋଳିବାକୁ ଘଣ୍ଟା ଘଣ୍ଟା ସମୟ ଚାଲିଗଲା । ଏତେ ବଡ ବିଶାଳ ଓ ଟାଣୁଆ ପଥରରେ ଏତେ ବଡ ରନ୍ଧ୍ର କରିବା ସମ୍ଭବ ନଥିଲା ।

ସେଥିପାଇଁ କୁହାଯାଉଛି କି ସେଠାରେ ଏକ ଛୋଟିଆ ରନ୍ଧ୍ର କରା ଯାଇଥିଲା ଯେମିତି ଜଣେ ଛୋଟପିଲା ଯାଇ ତାଙ୍କୁ ଉଦ୍ଧାର କରିପାରିବ । ସେହିଭଳି ଭାବେ ଗୋଟେ ଛୋଟପିଲାର ଦେହରେ ରଶି ବନ୍ଧାଯାଇ ତାକୁ ରାହୁଲ ପାଖକୁ ଛଡା ଯାଇଥିଲା । ତେବେ ପ୍ରଶ୍ନ ଉଠୁଛି ଏକଥା କାହିଁକି ଲୁଚା ଯାଇଥିଲା ? ପ୍ରଶାସନର କହିବା ଅନୁଯାୟୀ ଏମିତି ପରିସ୍ଥିତି ଥିଲା ଯାହାକି ଲୋକଲୋଚନକୁ ଆଣିଲେ ଅନ୍ୟକିଛି ପ୍ରଭାବ ପଡିପାରେ ବୋଲି ସେମାନେ ଭାବିଥିଲେ ।

ତେବେ ସେ ଛୋଟପିଲାଟି କିଏ ତାହା ଜଣାପଡିନି । କିନ୍ତୁ ପିଲାଟି ହୁଏତ ସେହି ସ୍ଥାନୀୟ ଅଞ୍ଚଳର ହୋଇପାରେ ବୋଲି ଆଶା କରାଯାଉଛି । ତେବେ ଏକଥା କେତେ ସତ କେତେ ମିଛ ତାହା କେବଳ ପ୍ରଶାସନ ହିଁ କହିପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।