ହିନ୍ଦୁ ଧର୍ମ ପୁରାଣ ମାନଙ୍କରେ ଚାରୋଟି ଯୁଗ ବିଷୟରେ ଉଲ୍ଲେଖ ରହିଛି । କଳିଯୁଗ ସେଥିରୁ ଅନ୍ଯତମ, ଯାହାକୁ ଏକ ଅଭିଶାପ ବୋଲି ଶାସ୍ତ୍ରରେ କୁହାଯାଇଛି । ତେବେ ଏହି କଳିଯୁଗ କେମିତି ଓ କାହିଁକି ଆରମ୍ଭ ହେଲା ତାହା ଆଜି ଆମେ ଜାଣିବା । ମହାନ ଗଣିତାଜ୍ଞ ଆର୍ଯ୍ୟଭଟ୍ଟ ତାଙ୍କ ପୁସ୍ତକ ‘ଆର୍ଯ୍ୟଭଟ୍ଟିୟମ’ ରେ ବର୍ଣ୍ଣନା କରିଥିଲେ ଯେ ଯେତେବେଳେ ସେ ୨୩ ବର୍ଷର ଥିଲେ ସେତେବେଳେ କଳିଯୁଗକୁ ୩୬୦୦ ବର୍ଷ ଚାଲିଥିଲା ।

ଧର୍ମରାଜ ଯୁଧିଷ୍ଠିର ଯେତେବେଳେ ନିଜର ସମସ୍ତ ରାଜ୍ୟର ଦାୟିତ୍ଵ ରାଜା ପରିଖିତଙ୍କ ହାତରେ ଦେଇ ପାଣ୍ଡବଙ୍କ ସହ ସ୍ଵର୍ଗଯାତ୍ରା ପାଇଁ ହିମାଳୟ ଯାତ୍ରା ଆରମ୍ଭ କଲେ ସେତେବେଳେ ଧର୍ମରାଜ ଯିବାପରେ ପୃଥିବୀ ମାତା ବହୁତ ଦୁଃଖ ପ୍ରକାଶ କରିଥିଲେ । ସ୍ଵୟଂ ଧର୍ମ ବଳଦ ରୂପରେ ଆସି ଗୋମାତା ରୂପରେ ଥିବା ପୃଥିବୀ ଦେବୀଙ୍କୁ ଦେଖାଦେଲେ । ସେତେବେଳେ ପୃଥିବୀ ଦେବୀଙ୍କ ଆଖିରୁ ଧାର ଧର ଲୁହ ଗଡି ପଡୁଥିଲା । ଏହା ଦେଖି ଧର୍ମ ପୃଥିବୀ ମାତାଙ୍କୁ ପଚାରିଲେ, ତୁମେ ଏଥିପାଇଁ ଦୁଃଖ କରୁଛ କି ବର୍ତ୍ତମାନ ତୁମ ଉପରେ ଖରାପ ଶକ୍ତିର ଶାସନ ହେବ ?
ପୃଥିବୀ ମାତା କହିଲେ, ତୁମକୁ ତ ସବୁ ଜଣା ତଥାପି ଏକଥା କାହିଁକି ପଚାରୁଛ ? ସତ୍ୟ, ବନ୍ଧୁତା, ତ୍ୟାଗ, ଦୟା, କ୍ଷମା, ବୈରାଗ୍ୟ, ଐଶ୍ଵର୍ଯ୍ୟ, କୋମଳତା ଏବଂ ଧୈର୍ଯ୍ୟ ଆଦିର ସ୍ଵାମୀ ଶ୍ରୀକୃଷ୍ଣ ନିଜ ଧାମକୁ ଚାଲିଯିବା ପରେ ମୋ ଉପରେ ବର୍ତ୍ତମାନ କଳିଯୁଗ ଶାସନ କରୁଛି । ଏବେ ମୋର ସୌଭାଗ୍ୟ ସମାପ୍ତ ହୋଇ ସାରିଛି ।

ଧର୍ମ ଓ ପୃଥିବୀ ମାତା କଥା ହେଉଥିବା ବେଳେ ଅସୁର ରୂପୀ କଳି ଆସି ସେଠାରେ ପହଞ୍ଚିଗଲା । ଆଉ ସେମାନଙ୍କୁ ମାରିବାକୁ ଲାଗିଲା । ସେତେବେଳେ ସେହି ବାଟ ଦେଇ ଯାଉଥିଲେ ରାଜା ପରିଖିତ । ଏହା ଦେଖି ରାଜା ପରିଖିତ ରାଗିଗଲେ ଓ ପଚାରିଲେ, କିଏ ତୁ ପାପୀ, ଏହି ନିରପରାଧୀ ଗାଈ ଓ ବଳଦକୁ ମାରୁଛୁ ? ଏଭଳି ଅପରାଧ ପାଇଁ ତୋତେ ଦଣ୍ଡ ମିଳିବ । ତୁ ଦୁନିଆରେ ରହିବାର ଯୋଗ୍ୟ ନୁହେଁ ।
ରାଜା ପରିଖିତ ଧର୍ମ ଏବଂ ପୃଥିବୀ ମାତାଙ୍କୁ ଚିହ୍ନିପାରିଲେ ଆଉ କହିଲେ, ହେ ଧର୍ମ ସତ୍ୟଯୁଗରେ ଆପଣଙ୍କର ତପ, ପବିତ୍ରତା, ଦୟା ଏବଂ ସତ୍ଯ ଏହି ଚାରୋଟି ଚରଣ ଥିଲା । ଏଥିମଧ୍ୟରୁ ତ୍ରେତୟା ଯୁଗରେ ତିନୋଟି ଏବଂ ଦ୍ଵାପର ଯୁଗରେ ଦୁଇଟି ଚରଣ ରହିଗଲା । ବର୍ତ୍ତମାନ ଏହି ଦୁଷ୍ଟ କଳିଯୁଗ ପାଇଁ ଆପଣଙ୍କର କେବଳ ଗୋଟିଏ ଚରଣ ରହିଛି ।

ଏହା କହି ରାଜା ପରିଖିତ ନିଜ ଖଣ୍ଡା ବାହାର କରି କଳିକୁ ହତ୍ୟା କରିବାକୁ ଯାଉଥିଲେ । କିନ୍ତୁ କଳି ଭୟରେ ରାଜାଙ୍କ ପାଦତଳେ ପଡି କ୍ଷମା ପ୍ରାର୍ଥନା କଲା । ଏହାପରେ ରାଜା କଳିକୁ ହତ୍ୟା କରିବା ଉଚିତ ମନେ କଲେ ନାହିଁ ଓ କହିଲେ ଟି ମୋ ପାଦତଳେ ପଡିଲୁ ବୋଲି ମୁଁ ତୋତେ କ୍ଷମା କରିଦେଲି । କିନ୍ତୁ ତୁ ଏ ସ୍ଥାନ ଛାଡି ଚାଲିଯା । ଏହା ଶୁଣି କଳି କହିଲା ହେ ମହାରାଜ ସମଗ୍ର ଧରାପୃଷ୍ଠ ତ ଆପଣଙ୍କର , ମୁଁ କେଉଁଆଡେ ଯିବି ? ମୋତେ ଗୋଟିଏ ସ୍ବତନର ଜାଗା ପ୍ରଦାନ କରନ୍ତୁ ।
ରାଜା ପରିଖିତ ଏହା ଶୁଣି କହିଲେ, ତୁ ଅସତ୍ୟ, ମଦ୍ୟ, କ୍ରୋଧ ଏବଂ କାମ ଏହିସବୁ ସ୍ଥାନରେ ରହିବୁ । ଏସବୁ ଜାଗା କଳିକୁ କମ୍ ହେବାରୁ ସେ ରାଜାଙ୍କୁ ଆଉ କିଛି ସ୍ଥାନ ମାଗିଲା । ରାଜା ତାକୁ ଶେଷରେ ସ୍ଵର୍ଣ୍ଣରେ ବାସ କରିବାକୁ ଅନୁମତି ଦେଲେ । ଏହାପରେ କଳି ସେଠାରୁ ଅଦୃଶ୍ୟ ହୋଇଗଲା ଓ ଲୁଚି ଲୁଚି ରାଜାଙ୍କ ସ୍ଵର୍ଣ୍ଣ ମୁକୁଟରେ ବାସ କଲା । ଏହା ପରଠାରୁ ଧରାପୃଷ୍ଠରେ କଳିଯୁଗର ଆରମ୍ଭ ହେଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।