ନିକଟରେ ଆମ ରାଜ୍ୟରେ ଗଠିତ ହୋଇଛି ନୂଆ ମନ୍ତ୍ରୀମଣ୍ଡଳ । ତେବେ ଆପଣ କଣ ଜାଣିଛନ୍ତି କି ଏହି ନୂଆ ମନ୍ତ୍ରୀମଣ୍ଡଳର କେଉଁ ମନ୍ତ୍ରୀ କେତେ ପାଠ ପଢିଛନ୍ତି ବା କାହା ପାଖେ କେଉଁ ଡିଗ୍ରୀ ରହିଛି ? ଏହି ମନ୍ତ୍ରୀମାନଙ୍କ ମଧ୍ୟରେ କିଏ ସବୁଠୁ ଅଧିକ ପାଠୁଆ ? ତେବେ ଆଜି ଆମେ ଆପଣଙ୍କୁ ନୂଆ ମନ୍ତ୍ରୀମାନଙ୍କ ଶିକ୍ଷାଗତା ଯୋଗ୍ୟତା ବିଷୟରେ କହିବୁ । ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗ୍ରାଜୁଏଟ ଅଟନ୍ତି । ନିରଞ୍ଜନଙ୍କ ପାଖେ ଏଲ.ଏଲ.ବି ଏବଂ ବି.କମ ଡିଗ୍ରୀ ରହିଛି ।

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଶିକ୍ଷାଗତ ହେଉଛି ସ୍ନାତକୋତ୍ତର । ଏହାସହ ସେ ଏଲ.ଏଲ.ବି ମଧ୍ୟ କରିଛନ୍ତି । ସେହିପରି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଆର୍ଟସ୍ ଗ୍ରାଜୁଏଟ ଅଟନ୍ତି । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କେବଳ ଦଶମ ପାସ୍ ଅଟନ୍ତି । ଇସ୍ପାତ, ଖଣି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଜଣେ କମର୍ସ ଗ୍ରାଜୁଏଟ ବା କେବଳ ବି.କମ୍ କରିଛନ୍ତି । ଶିଳ୍ପ, ଶକ୍ତି ଓ ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଆର୍ଟସ୍ ଗ୍ରାଜୁଏଟ ବା କରିଛନ୍ତି ।
ଖାଦ୍ଯ ଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଇନରେ ଗ୍ରାଜୁଏଟ ବା ଏଲ.ଏଲ.ବି କରିଛନ୍ତି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଶିକ୍ଷାଗତ ଯୋଗ୍ୟତା ପୋଷ୍ଟ ଗ୍ରାଜୁଏଟ ଅଟେ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଇଂରାଜୀରେ ସ୍ନାତକୋତ୍ତର ବା ଏମ.ଏ କରିଛନ୍ତି । ସେହିପରି ବିଜ୍ଞାନ କାରିଗରୀ ଓ ସାଧାରଣ ଉଦ୍ଯୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଜ୍ଞାନ ପଢି ନାହାନ୍ତି । କିନ୍ତୁ ସେ ରାଜନୀତି ବିଜ୍ଞାନରେ ଏମ.ଏ କରିଛନ୍ତି । ଜଳ ସମ୍ପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆର୍ଟସ୍ ଗ୍ରାଜୁଏଟ ଅଟନ୍ତି ।

ଯୋଜନା ଓ ସମନ୍ଵୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବି.କମ୍ କରିଛନ୍ତି । ସେହିପରି ଏସସି ଏସଟି ବିକାଶ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଉଭୟ ଏଲ.ଏଲ.ବି କରିଛନ୍ତି । ଅନ୍ୟପଟେ ପର୍ଯ୍ୟଟନ, ଅବକାରୀ ମନ୍ତ୍ରୀ ଅଶ୍ଵିନୀ ପାତ୍ର ଏମ.ଏ ଅଟନ୍ତି । ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ବି.ଟେକ୍ କରିଛନ୍ତି । ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦଶମ ପାସ ଅଟନ୍ତି ।
ସେହିପରି ଆଇଟି, କ୍ରୀଡା ଓ ଯୁବ ଏବଂ ଗୃହବିଭାଗ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଆଇଆଇଟିରେ ଏମ.ଟେକ କରିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବି.ଟେକ କରିଛନ୍ତି ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଦଶମ ପାସ ଅଟନ୍ତି । ଶେଷରେ ମହିଳା ଓ ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ବି.ଏ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।