ନମସ୍କାର ବନ୍ଧୁଗଣ । ଆମ ଦେଶରେ ବା ରାଜ୍ୟ ରେ ଦିନକୁ ଦିନ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଉଛି ତ ଆଉ କେତେବେଳେ ହ୍ରାସ ପାଉଛି । ଯାହାକୁ ନେଇ ପେଟ୍ରୋଲ ଦର ବୃଦ୍ଧି ହେବ କାରଣରୁ ସାଧାରଣ ଜନତା ମାନେ ନାହି ନ ଥିବା ଅସୁବିଧାର ସମୁଖିନ୍ନ ହେଉଛନ୍ତି । ଅନ୍ୟ କ୍ଷେତ୍ର ରେ ପେଟ୍ରୋଲ ଦର କମ ହେବା କାରଣରୁ ଜନ ସଦାହରଣ ଆଶ୍ଵସ୍ତି ହେଉଥିବା ବେଳେ ତୈଳ କମ୍ପାନୀ ଗୁଡ଼ିକର ଡିଲର୍ସ ମାନେ ନାହି ନ ଥିବା କ୍ଷତି ସହ୍ୟ କରୁଛନ୍ତି ।
ତେବେ ବର୍ତ୍ତମାନର ସୂଚନା ଅନୁଯାୟୀ ଆଜିଠାରୁ ଦୁଇ ଦିନ ପାଇଁ ଧର୍ମଘଟ କୁ ଓଲହାଇବେ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ । ଆଜି ଠାରୁ ସନ୍ଧ୍ୟା ୬ଟା ରୁ ସକଳ ୬ଟା ପର୍ଯ୍ଯନ୍ତ ବନ୍ଦ ରହିବ ସବୁ ପେଟ୍ରୋଲ ପମ୍ପ । ସରକାର ଟ୍ଯାକସ କମାଇବା ଦ୍ଵାରା ପେଟ୍ରୋଲ ପମ୍ପ ଡିଲର୍ଟ୍ସର୍ସ ମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହ୍ୟ କରୁଛନ୍ତି । ଏଥିପାଇଁ ତୈଳ କମ୍ପାନୀ ମାନଙ୍କ ଠାରୁ କ୍ଷତିପୂରଣ ଦାବି କରିଛନ୍ତି ।
ଯଦି ଦାବି ପୂରଣ ନ କରାଯାଏ ତେବ ଆଗାମୀ ଦିନରେ ତୈଳ କମ୍ପାନୀ ବିରୁଦ୍ଧରେ ଆଇନର ସହୟତା ନିଆଯିବ । ଦୁଇ ଦିନ ଧରି ତୈଳ କମ୍ପାନୀ ଠାରୁ କୌଣସି ପ୍ରଡ଼କ୍ଟ କିନା ହେବ ନାହି ବୋଲି ଡିଲର୍ସ ଆସୋସିଏସନ ପକ୍ଷ ରୁ କୁହା ଯାଇଛି । ଡିଲର୍ସ ମାନେ ମତ ଦେଇଛନ୍ତି କି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଯେଉଁ ପରିମାଣରେ ତେଲ ଦର କମ କରୁଛନ୍ତି ତାହା ପକ୍ଷରେ ସେମାନେ ଅଛନ୍ତି ।
କିନ୍ତୁ ତାଙ୍କର କମ୍ପାନୀ ଗୁଡିକ ଏ ନେଇ କ୍ଷତିପୂରଣ ସହ୍ୟ କରୁଛନ୍ତି ଯାହା ସେମାନଙ୍କ ପକ୍ଷେ ପୂରଣ କରିବା ସମ୍ଭବ ହେଉ ନାହି । ତେବେ ଯଦି ସେରକାର କମାଉଛନ୍ତି ତୈଳ ଦର ତେବେ ଗ୍ରାଜୁଆଲି କମାଯାଉ ବୋଲି ତୈଳ କମ୍ପାନୀ ଗୁଡ଼ିକର ଡିଲର୍ସ ମାନେ ମତ ଦେଇଛନ୍ତି । ଗତ କିଛି ଦିନ ତଳେ ସରକାର ପେଟ୍ରୋଲ ଲିଟର ପିଛା ୯ଟଙ୍କା ୫୦ ପଇସା ଓ ଡିଜେଲ ଲିଟର ପିଛା ୭ଟଙ୍କା କମା ଯାଇଛି ।
ଯାହା ସାଧାରଣ ଲୋକ ମାନଙ୍କ ଅଳ୍ପ ମାତ୍ରା ରେ ଆଶ୍ଵସ୍ତିକର ଖବର ନେଇ ଆସିଛୁ । ଯାହା ଫଳରେ ରାତାରାତି ଜଣେ ଜଣେ ଡିଲର ପେଟ୍ରୋଲ ଡିଜେଲ ଦର କମ ହେବା କାରଣରୁ ଅନେକ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହୁଛନ୍ତି । ତେଣୁ ଜଣ ସାଧାରଣ ଙ୍କୁ ଦ୍ରୁଷ୍ଟି ରେ ରଖି ଆଗାମୀ ଦୁଇ ଦିନ ଯାଏଁ ଦିନ ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବ । ଆଉ ସନ୍ଧ୍ୟା ୬ଟା ଠାରୁ ସକଳ ୬ଟା ଯାଏଁ ସବୁ ପେଟ୍ରୋଲ ପମ୍ପ ବନ୍ଦ ରହିବ ।
ଡିଲର୍ସ ମାନେ ତୈଳ କମ୍ପାନୀ ଗୁଡ଼ିକରୁ ଏହି ଦୁଇ ଦିନ ମଧ୍ୟରେ କୌଣସି ପ୍ରଡ଼କ୍ଟ ନ ଉଠାଇବା ପାଇଁ କୁହା ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।