ଆମେ KISS କାହିଁକି କରୁ ? ଜାଣନ୍ତୁ ଏହା କେବେଠୁ ଆରମ୍ଭ ହେଲା ଓ ଏହା ପଛରେ ଥିବା Science

କାହାକୁ ନିଜ ପ୍ରେମ ପ୍ରକାଶ କରିବା ପାଇଁ ମଣିଷ କିସ୍ ବା ଚୁମ୍ବନ କରିଥାଏ । ତେବେ ମଣିଷ କଣ ସୃଷ୍ଟି ଆରମ୍ଭରୁ କିସ୍ କରୁଥିଲା ? ଏହା ପ୍ରାକୃତିକ ନା ମଣିଷ ଏହାକୁ ଇନଭେଣ୍ଟ କରିଛି ? ଏହିପରି କିସିଙ୍ଗକୁ ନେଇ ଅନେକ ପ୍ରଶ୍ନ ଓ ତଥ୍ୟ ରହିଛି । ଏକ ରିପୋର୍ଟ ଅନୁସାରେ କୁହାଯାଏ କି ଭାରତୀୟମାନେ ହିଁ ପୁରା ଦୁନିଆକୁ କିସ୍ କରିବା ଶିଖାଇଛନ୍ତି । ତେବେ କିସ୍ ପଛରେ ଅନେକ ଥିଓରୀ ଓ ସାଇନ୍ସ ଥିବା କଥା ସାମ୍ନାକୁ ଆସିଛି ।

କିସିଙ୍ଗକୁ କିଛି ଲୋକ ପ୍ରାକୃତିକ ନୁହେଁ ଓ ଏହା ମନୁଷ୍ୟ ଦ୍ଵାରା ଆବିଷ୍କାର କରାଯାଇଛି ମାନୁଥିବା ବେଳେ ଆଉ କିଛି ଲୋକ ଏହାକୁ ସଂପୂର୍ଣ୍ଣ ପ୍ରାକୃତିକ ବୋଲି ବିଶ୍ବାସ କରନ୍ତି । ଏକ ଥିଓରୁ ସୁମେର ଓ କିଛି ଭାରତୀୟ ସଭ୍ୟତାରୁ କିସିଙ୍ଗର ସର୍ବପ୍ରଥମ ପ୍ରମାଣ ମିଳିଛି । ବିବିସି ଦର ଏକ ସର୍ଭେ ରିପୋର୍ଟ ଅନୁଯାୟୀ ଦୁନିଆର ୧୬୦ ପରମ୍ପରା ମଧ୍ୟରୁ ୪୦% ଲୋକ ପ୍ରେମ ପ୍ରକାଶ କରିବା ପାଇଁ କିସ୍ କରନ୍ତି । ଏକଥା ମଧ୍ୟ କୁହାଯାଏ କି ଆଲେକଜାଣ୍ଡାର ଯେତେବେଳେ ଭାରତକୁ ଆସିଥିଲେ ସେ ଏଠାରେ କିସ୍ ସମ୍ବନ୍ଧରେ ଜାଣିବାକୁ ପାଇଥିଲେ ।

ଏହାପରେ ପୁରା ୟୁରୋପ ସଭ୍ୟତାରେ ଏହା ବ୍ୟାପୀ ଯାଇଥିଲା । କାମସୂତ୍ରରେ ମଧ୍ୟ ଏକ ସଂପୂର୍ଣ୍ଣ ଅଧ୍ୟାୟ କିସିଙ୍ଗ ଉପରେ ରହିଛି । ଏହିସବୁ ଦେଖିଲେ ମାନାଯାଏ କି ଭାରତରୁ ପୁରା ଦୁନିଆରେ କିସିଙ୍ଗର ପରମ୍ପରା ସୃଷ୍ଟି ହୋଇଥିଲା । ସେହିପରି କେବଳ ମନୁଷ୍ୟ ନୁହେଁ ବରଂ ଆହୁରି ଅନେକ ପଶୁପକ୍ଷୀଙ୍କ ପ୍ରଜାତି ମଧ୍ୟ କିସ୍ କରନ୍ତି ବୋଲି ଥିଓରୀ ରହିଛି । ଏହାର କାରଣ ସେମାନଙ୍କ ପିଲାଦିନ ହୋଇଥାଏ ବୋଲି ମାନାଯାଏ ।

କାରଣ ଅଧିକାଂଶ ପଶୁପକ୍ଷୀ ନିଜ ପିଲାଙ୍କୁ ମୁହଁରେ ଖାଇବାକୁ ଦେଇଥାନ୍ତି । ଆରମ୍ଭରୁ ଯେତେ ମଣିଷ ହାତରେ ଖାଇ ଜାଣି ନଥିଲା ସେତେବେଳେ କ୍ଷୀର ଖୁଆଇବା ବ୍ଯତୀତ ପାଟି ଦ୍ଵାରା ପିଲାଙ୍କୁ ଖାଦ୍ୟ ଦେଉଥିଲା ବୋଲି କୁହାଯାଏ । ତେଣୁ ଅନେକ ବୈଜ୍ଞାନିକଙ୍କ ମତରେ ଖାଦ୍ୟ ଖୁଆଇବାରୁ ଏହି କିସିଙ୍ଗର ପରମ୍ପରା ଆରମ୍ଭ ହୋଇଛି । ପିଲାଙ୍କୁ ଏହାଦ୍ବାରା ନିଜ ମା’ ଓ ନିକଟ ଲୋକଙ୍କୁ ମଧ୍ୟ ଚିହ୍ନି ପାରୁଥିଲା ବୋଲି କୁହାଯାଏ । ୬୦ ଦଶକରେ ଆମେରିକୀୟ ବୈଜ୍ଞାନିକ ହାର୍ଲି ହାରୋ ଏକ ଏକ୍ସପେରିମେଣ୍ଟ କରିଥିଲେ ।

ଯେଉଁଥିରେ ସେ ଏକ ମାଙ୍କଡ ଛୁଆକୁ ଜନ୍ମ ହେବା ମାତ୍ରେ ତା’ ମାଆଠାରୁ ଅଲଗା କରି ଏକ ପିଞ୍ଜରାରେ ରଖିଥିଲେ । ସେଠାରେ ସେ ମୁଲାୟମ ଲୋମ ଥିବା ଏକ ଡମି ମାଙ୍କଡ ଏବଂ ତା’ ଠାରୁ ସଂପୂର୍ଣ୍ଣ ଭିନ୍ନ ଆଉ ଏକ ଡମି ମାଙ୍କଡ ରଖିଥିଲେ, ଯାହାର ପାତିବାଟେ ମାଙ୍କଡ ଛୁଆତି ଖାଦ୍ଯ ଖାଉଥିଲା । ଯେତେବେଳେ ବି ମାଙ୍କଡ ଛୁଆ ଡରି ଯାଉଥିଲା ସାଙ୍ଗେ ସାଙ୍ଗେ ଖାଦ୍ୟ ଖାଉଥିବା ମାଙ୍କଡ ଡମି ପାଖକୁ ଦୌଡି ଯାଉ କୁଣ୍ଢାଇ ପକାଉଥିଲା ।

ଏଥିରୁ ଜଣାପଡେ ଯେ ପିଲାମାନଙ୍କ ପାଇଁ ମା’ର କିସ୍ ଜୀବନ ଜୀଇଁବାର ଏକ ସାଇକୋଲଜିକାଲ ମାଧ୍ୟମ ଅଟେ । ଏହାଦ୍ବାରା ସେମାନେ ସୁରକ୍ଷିତ ଅନୁଭବ କରନ୍ତି । ଏହା କ୍ରମେ ଇଭୋଲ୍ଯୁସନ ହୋଇ ପ୍ରେମ ପରିପ୍ରକାଶ କରିବା ମଧ୍ୟ ବ୍ୟବହାର କରାଗଲା । କିସ୍ କରିବା ସମୟରେ ଆମେ ଅନେକ ଜୀବାଣୁ ଓ ବ୍ୟକ୍ଟେରିଆ ଆଦି ବାଣ୍ଟିଥାଉ ।

କିନ୍ତୁ କିସ କରିବା ବେଳେ ଆମ ମସ୍ତିଷ୍କରେ ଏକ ହରମୋନ ସୃଷ୍ଟି ହୋଇଥାଏ । ଯାହାଦ୍ଵାର ସେହି ବ୍ୟକ୍ତି ଆମକୁ ଭଲ କିମ୍ବା ମନ୍ଦ ଲାଗନ୍ତି ଏବଂ ଆମକୁ ମଧ୍ୟ ଖୁବ ଭଲ ଅନୁଭବ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।