ବିଜେଡି ସାଂସଦ ଅନୁଭବ ମହାନ୍ତି ଲଗାତାର ଦୁଇଟି ଭିଡିଓ ଜାରି କରି ପତ୍ନୀ ବର୍ଷାଙ୍କୁ ଟାର୍ଗେଟ କରିବା ପରେ ଏବେ ଆକ୍ସନ ନେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । କଟକ ପୁରୀଘାଟ ଥାନାକୁ ଯାଇ ଅନୁଭବଙ୍କ ବିରୋଧରେ ଏତଲା ଦେଇଛନ୍ତି ବର୍ଷା । ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ଭାଇରାଲ ହେବା ପରେ ଏହାକୁ ପ୍ରତିବାଦ କରିଛନ୍ତି ବର୍ଷା । ସେ ନିଜ ଏତଲାରେ ଦର୍ଶାଇଛନ୍ତି ଯେ, କୋର୍ଟରେ ସେମାନଙ୍କ ମାମଲା ବିଚାରଧୀନ ଅବସ୍ଥାରେ ଥିବା ବେଳେ ଅନୁଭବ ଭିଡିଓ ଜାରି କରି ତାଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଉଛନ୍ତି ।
ଅନୁଭବ ଭିଡିଓରେ ତାଙ୍କ ନାରୀତ୍ଵକୁ ଅପମାନିତ କରିବା ସହ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ସ୍ଵାମୀ ଅନୁଭବ ତାଙ୍କ ଉପରେ ଆରୋପ ଲଗାଇ ତାଙ୍କ ଚରିତ୍ର ସଂହାର କରିବା ସହ ତାଙ୍କୁ ମାନସିକ ଭାବେ ନିର୍ଯ୍ୟାତନା ଦେଉଥିବା କଥା ସେ ନିଜ ଏଫଆଇଆର ରେ ଲେଖିଛନ୍ତି । କେବଳ ସେତିକି ନୁହେଁ ବରଂ ଉଭୟଙ୍କ ଶାରୀରିକ ସମ୍ପର୍କକୁ ନେଉଆ ଅନୁଭବ ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି ସେ ନିଜ ଏତଲାରେ ଦର୍ଶାଇଛନ୍ତି ।
ବର୍ଷା ନିଜ ଏତଲାରେ ଲେଖିଛନ୍ତି, ୨୦୨୨ର ମୋ ସ୍ଵାମୀ ମୋତେ ଛାଡପତ୍ର ଦେବାକୁ ବାଧ୍ୟ କରିଥିଲେ । ଛାଡପତ୍ର ପାଇଁ ମୁଁ ରାଜି ନହେବାରୁ ମୋତେ ବରବାଦ କରିଦେବାକୁ ଧମକ ଦେଇଥିଲେ । ସେଦିନ ଠାରୁ ସେ ମୋ ଉପରେ ପ୍ରତିଶୋଧ ନେଇ ଚାଲିଛନ୍ତି । ପରବର୍ତ୍ତୀ ସମୟରେ ସେ ମୋତେ ଏକ ବଣ୍ଡ ପେପରରେ ଦସ୍ତଖତ କରିବାକୁ କହିଥିଲେ ।
ସର୍ତ୍ତ ଥିଲା କି ବର୍ଷା ଆଉ ସିନେମାରେ ଅଭିନୟ କରିବେ ନାହିଁ କି ରାଜନୀତିରେ ଯୋଗ ଦେବେ ନାହିଁ । ବର୍ଷା ବ୍ରାକେଟରେ ଲେଖିଛନ୍ତି କି, ଅନୁଭବଙ୍କ ଦିଲ୍ଲୀରେ ଥିବା ବାନ୍ଧବୀ ମୋର ଛାଡପତ୍ରର କାରଣ ବୋଲି ସେ ଲେଖିଛନ୍ତି । ବାରମ୍ବାର ଏତଲା ଦେବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଫଳରେ ମୋର ବଞ୍ଚିବା କଷ୍ଟକର ହୋଇପଡୁଛି ବୋଲି ବର୍ଷା ଲେଖିଛନ୍ତି । ବର୍ଷା ପ୍ରାୟ ୭ରୁ ୮ ଫର୍ଦ୍ଦ ଏତଲାରେ ଅନୁଭବଙ୍କ ସମସ୍ତ ଆରୋପର ଉତ୍ତର ଦେଇ ତାଙ୍କ ଉପରେ ଅଭିଯୋଗ ଆଣିଛନ୍ତି ।
ଅନୁଭବ ଭିଡିଓରେ କହିଥିଲେ କି, ବାହାଘରର ଦୀର୍ଘ ୮ ବର୍ଷ ହୋଇ ଯାଇଥିଲେ ମଧ୍ୟ ବର୍ଷା ତାଙ୍କୁ ସ୍ବାମୀର ଅଧିକାର ଦେଇ ନଥିଲେ ଯାହାକି ତାଙ୍କ ଡିଭୋର୍ସର ମୁଖ୍ୟ କାରଣ ଅଟେ । କିନ୍ତୁ ବର୍ଷା ସେସବୁକୁ ମିଛ ବୋଲି କହିବା ସହ ଅନୁଭବଙ୍କ ଦିଲ୍ଲୀ ବାନ୍ଧବୀ ଜାଗ୍ରତି ଶୁକ୍ଲାଙ୍କୁ ଡିଭୋର୍ସର ପ୍ରକୃତ କାରଣ ବୋଲି ଦର୍ଶାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।