ଅନୁଭବ-ବର୍ଷା ବିବାଦରେ ପ୍ରତିକ୍ରିୟା ରଖିଲେ ଏହି ଲୋକପ୍ରିୟ ହିରୋଇନ, ସେ ଯାହା କହିଲେ ଥରେ ଶୁଣନ୍ତୁ

ବର୍ତ୍ତମାନ ବର୍ଷା ଓ ଅନୁଭବଙ୍କ ବୈବାହିକ ବିବାଦ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଭାଇରାଲ ହେବାରେ ଲାଗିଛି । ଅନୁଭବ ଭିଡିଓ ଜାରି କରି ପତ୍ନୀ ବର୍ଷାଙ୍କୁ ଟାର୍ଗେଟ କରିବା ପରେ ଉଭୟଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି । ଅନୁଭବ ନିଜ ଭିଡିଓରେ ବର୍ଷାଙ୍କୁ ଭଲ ପାଇ ଭୁଲ କରିବା କଥା ସହ ତାଙ୍କୁ ସ୍ବାମୀର ଅଧିକାରରୁ ବର୍ଷା ଦୀର୍ଘ ୮ ବର୍ଷ ଯାଏଁ ବଞ୍ଚିତ ରଖିଛନ୍ତି ବୋଲି କହିଛନ୍ତି । ବର୍ଷା ତାଙ୍କ ପରିବାରକୁ ଦାଣ୍ଡକୁ ନେଇ ଆସିବା ସହ ମିଛ ଘରୋଇ ହିଂସା ଅଭିଯୋଗ ଆଣିଥିବା ମଧ୍ୟ ସେ କହିଛନ୍ତି ।

ବର୍ଷା ତାଙ୍କୁ କେବେବି ଭଲ ପାଇ ନଥିଲେ ଓ ତାଙ୍କୁ ମାନସିକ ଭାବେ ଖୁବ ନିର୍ଯ୍ୟାତନା ଦେଇଛନ୍ତି ବୋଲି ମଧ୍ୟ ବର୍ଷାଙ୍କ ବିଷୟରେ କହିଛନ୍ତି ଅନୁଭବ । ଏପରିକି ବର୍ଷା ରାତିରେ ତାଙ୍କ ଜନ୍ମଦିନ କେକ୍ କାଟିବା ପରେ ତା’ ପରଦିନ ଯାଇ ଥାନାରେ ତାଙ୍କ ପରିବାର ଓ ତାଙ୍କ ନାଁରେ ଏତଲା ଦେଇଥିଲେ ବୋଲି କହିଛନ୍ତି । ଯେଉଁ କେକ୍ ଅନୁଭବଙ୍କ ମାଆ ନିଜେ ବନେଇଥିଲା ବର୍ଷାଙ୍କ ପାଇଁ । ତେବେ ବର୍ଷା ମଧ୍ୟ ଚୁପ୍ ରହି ନାହାନ୍ତି ।

ଅନୁଭବ ଲଗାତାର ଦୁଇଥର ଦୁଇଟି ଭିଡିଓ ଜାରି କରି ବର୍ଷାଙ୍କୁ ଟାର୍ଗେଟ କରିବା ପରେ ବର୍ଷା ମଧ୍ୟ ଅନୁଭବଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି । ସେମାନଙ୍କ ମାମଲା କୋର୍ଟରେ ବିଚାରାଧୀନ ଅବସ୍ଥାରେ ଥିବାବେଳେ ଅନୁଭବ ସୋସିଆଲ ମିଡିଆରେ ତାଙ୍କ ଚରିତ୍ର ସଂହାର କରୁଛନ୍ତି ବୋଲି ବର୍ଷା ନିଜ ଅଭିଯୋଗରେ ଲେଖିଛନ୍ତି । ଏନେଇ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ମତ ମଧ୍ୟ ପ୍ରକାଶ କରୁଛନ୍ତି ।

ଜଣେ ଓଲିଉଡ ଅଭିନେତ୍ରୀ ବର୍ଷା ଓ ଅନୁଭବଙ୍କ ବିବାଦକୁ ନେଇ ମନ୍ତବ୍ୟ ଦେଇ କହିଛନ୍ତି କି, ଅନୁଭବ ଭାଇଙ୍କ କେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ସେ କଣ କହୁଛନ୍ତି ତାହା ତ ମୁଁ ଜାଣିନି । ତେଣୁ ସଠିକ କଥା କଣ ନଜାଣି ସେ ବିଷୟରେ ମନ୍ତବ୍ୟ ଦେବା ତାଙ୍କ ପାଇଁ ଠିକ ହେବନି । ଅନୁଭବ ଓଲିଉଡର ଜଣେ ସୁପରଷ୍ଟାର ଓ ବର୍ଷାଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରିର କୁଇନ ବୋଲି କୁହାଯାଏ ।

ସେମାନଙ୍କ ମଧ୍ୟରେ ଯଦିବି କିଛି ମନାନ୍ତର ଚାଲିଛି ତେବେ ସେମାନେ ନିଜ ନିଜ ଭିତରେ ତାହା ଠିକ କରିଦେବେ । ସେମାନଙ୍କ ବ୍ୟକ୍ତିଗତ ଆଲୋଚନା ନକରି ସେମାନଙ୍କୁ ପର୍ସନାଲ ସ୍ପେସ ଦେବା ଠିକ ହେବ ବୋଲି ଅଭିନେତ୍ରୀ ଜଣକ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।