ଏକା ସାଥିରେ 3 ଟି ଝିଟିପିଟି ଦେଖିଲେ ଘଟିଥାଏ ଏହି ଭୟଙ୍କର ଘଟଣା, ଜାଣନ୍ତୁ ଘରକୁ ଧନଦେବୀ ମାତା ଲକ୍ଷ୍ମୀଙ୍କ ଆଗମନର 10 ବଡ ସଂକେତ

ସମସ୍ତେ ଅଧିକରୁ ଅଧିକ ଧନ ପ୍ରାପ୍ତି କରିବାକୁ ଚାହାନ୍ତି । କୁହାଯାଏ ଧନର ଦେବୀ ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ବିନା ଧନଲାଭ କରିବା ସମ୍ଭବ ହୋଇ ନଥାଏ । ଘରେ ମା ଲକ୍ଷ୍ମୀଙ୍କ ନିବାସ ହେବା ଦ୍ଵାରା କେବେବି କୌଣସି ବିଷୟର ଅଭାବ ହୁଏନାହିଁ । ମା ଲକ୍ଷ୍ମୀ ଘରକୁ ଆସିଲେ କିଛି ସଂକେତ ଦେଇଥାନ୍ତି । ଏହି ସଙ୍କେତ ସବୁକୁ ବୁଝିପାରିଲେ ଆପଣ ମା ଲକ୍ଷ୍ମୀଙ୍କ ଆଗମନର ପ୍ରସ୍ତୁତି କରିପାରିବେ । ତେବେ ଚାଲନ୍ତୁ ଜାଣିବା ମା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ କେଉଁ ସବୁ ସଂକେତ ଦିଅନ୍ତି ।

ଘରକୁ ଯଦି ଅଚାନକ କଳା ପିମ୍ପୁଡି ଦଳ ଆସନ୍ତି ଓ ଘରେ ଥିବା ଜିନସିହ ଖାଇବାକୁ ଲାଗନ୍ତି ତେବେ ଏହା ମା ଲକ୍ଷ୍ମୀଙ୍କ ଆଗମନର ସଂକେତ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ପାଖକୁ ଟଙ୍କା ପଇସାର ଆସିବାକୁ ଯାଉଛି । କୌଣସି ପକ୍ଷୀ ଆପଣଙ୍କ ଘରେ ବସା ତିଆରି କରିବା କିମ୍ବା ଅଣ୍ଡା ଦେବା ମଧ୍ୟ ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ମା ଲକ୍ଷ୍ମୀ ଆପଣଙ୍କ ଉପରେ ଧନବର୍ଷା କରିବାକୁ ଯାଉଛନ୍ତି । କିନ୍ତୁ ଏହି ବସାକୁ ଭାଙ୍ଗିବା ଦ୍ଵାରା ଘର କାଙ୍ଗାଳ ହୋଇଯାଏ ।

ଘରେ ତିନୋଟି ଝିଟିପିଟି ଏହାସାଥିରେ ଦେଖାଯିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ମା ଲକ୍ଷ୍ମୀ ଆପଣଙ୍କ ଘରେ ପଦ ଦେବାକୁ ଯାଉଛନ୍ତି ଓ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି । ଦୀପାବଳି ଦିନ ଯଦି ଘରର ତୁଳସୀ ଚଉରାରେ ଝିଟିପିଟି ଦେଖୁଛନ୍ତି ତେବେ ଏହା ମଧ୍ୟ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବାର ସଂକେତ ଅଟେ । କିନ୍ତୁ ଗୋଟିଏରୁ ଅଧିକ ଝିଟିପିଟି ଦେଖିବା ଅଶୁଭ ସଂକେତ ହୋଇଥାଏ ।

ଦକ୍ଷିଣ ହାତ ପାପୁଲି କୁଣ୍ଡାଇ ହେବା ମଧ୍ୟ ଧନ ଆଗମନର ସଂକେତ ହୋଇଥାଏ । ଏହାର ଅର୍ଥ ଆପଣଙ୍କୁ ହାତକୁ ଶୀଘ୍ର ପଇସା ଆସିବାକୁ ଯାଉଛି । କିଛି ସ୍ଵପ୍ନ ମଧ୍ୟ ଧନ ଆଗମନର ସଂକେତ ଦେଇଥାଏ । ସ୍ଵପ୍ନରେ ଝାଡୁ, ପେଚା, ବଇଁଶି, ହାତୀ, ନେଉଳ, ଶଙ୍ଖ, ଝିଟିପିଟି, ତାରା, ସାପ ଓ ଗୋଲାପ ଫୁଲ ଭଳି ଜିନିଷ ଦେଖିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ । ଏହାଏ ଅର୍ଥ ପ୍ରଚୁର ଟଙ୍କା ପଇସା ଆସିବାକୁ ଯାଉଛି ।

ସକାଳୁ ଉଠିବା ପରେ ଶଙ୍ଖ ଧ୍ୱନି ଶୁଣିବା ମଧ୍ୟ ଶୁଭ ସଂକେତ ଅଟେ । ଏହାର ଅର୍ଥ ଆପଣଙ୍କ ଘରକୁ ମା ଲକ୍ଷ୍ମୀ ଆସିବାକୁ ଯାଉଛନ୍ତି ଓ ଆପଣଙ୍କ ଦୁଃଖର ଦିନ ଶେଷ ହେବାକୁ ଯାଉଛି । ଘରୁ ବାହାରକୁ ବାହାରିବା ସମୟରେ ଆଖୁ ଦେଖିବା ମଧ୍ୟ ଧନ ଆଗମନର ସଂକେତ ହୋଇଥାଏ ।

ସକାଳୁ ଘରୁ ବାହାରକୁ ଯିବାବେଳେ କେହି ଝାଡୁ ଲଗାଉଥିବା ଦେଖିବା ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ଆପଣଙ୍କର କୌଣସି ବଡ ବିବାଦ ସମାଧାନ ହେବା ସହ ଆପଣ ବହୁତ ଶୀଘ୍ର ଧନୀ ହେବାକୁ ଯାଉଛନ୍ତି । ସେହିପରି ସକାଳୁ ବାହାରକୁ ଯିବା ସମୟରେ କୌଣସି କୁକୁରକୁ ରୋଟି କିମ୍ବା ଅନ୍ୟ କୌଣସି ଶାକାହାରୀ ଜିନିଷ ମୁହଁରେ ନେଇ ଯାଉଥିବାର ଦେଖିବା ଶୁଭ ହୋଇଥାଏ ।

ଏହାର ଅର୍ଥ ଆପଣ ଶୀଘ୍ର ଟଙ୍କା ପଇସା ପ୍ରପାତ କରିବେ ଓ ଅଚାନକ ଧନ ଲାଭ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।