ଭଗବାନ ଗଣେଶଙ୍କୁ ବିଘ୍ନହର୍ତ୍ତା ବୋଲି କୁହାଯାଏ । ବିଶ୍ବାସ ରହିଛି କେଉଁ ବ୍ୟକ୍ତିଙ୍କ ଉପରେ ଥରେ ଭଗବାନ ଗଣେଶଙ୍କ ଆଶୀର୍ବାଦ ପଡିଲେ ତାଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ । ଗଣେଶ ଭଗବାନ ଅଟକି ରହିଥିବା ସମସ୍ତ କାର୍ଯ୍ୟକୁ ସମ୍ପନ୍ନ କରିବା ସହ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ରାଶିଚକ୍ରରେ ଏଭଳି ତିନୋଟି ରାଶି ଅଛନ୍ତି ଯେଉଁମାନଙ୍କ ବୁଧ ମଜବୁତ ହୋଇଥାନ୍ତି ଏବଂ ଗଣେଶ ଭଗବାନଙ୍କ ଅତିପ୍ରିୟ ହୋଇଥାନ୍ତି । ତେବେ ଚାଲନ୍ତୁ ଜାଣିବା କେଉଁ ଗୁଡିକ ସେହି ଭାଗ୍ୟଶାଳୀ ରାଶି ।
ପ୍ରଥମରେ ହେଉଛି ମେଷ ରାଶି । ଏହି ରାଶିର ଜାତକଙ୍କ ଉପରେ ଭଗବାନ ଗଣେଶ ସବୁବେଳେ ପ୍ରସନ୍ନ ରହିଥାନ୍ତି । ଏମାନଙ୍କ ଉପରେ ଯେବେବି କୌଣସି ସମସ୍ଯା ଆସେ ସେ ସବୁରୁ ଗଣେଶ ତାଙ୍କୁ ରକ୍ଷା କରିଥାନ୍ତି । ମେଷ ରାଶିର ଜାତକଙ୍କୁ ସଠିକ ରାସ୍ତା ଦେଖାଇ ସବୁ ବିଷୟରେ ତାଙ୍କର ମାର୍ଗ ଦର୍ଶନ କରିଥାନ୍ତି । ଗଣେଶ ଭଗବାନଙ୍କ ଆଶୀର୍ବାଦ ଏମାନଙ୍କ ଉପରେ ରହିଥିବାରୁ ଭାଗ୍ୟ ମଧ୍ୟ ସବୁବେଳେ ଏମାନଙ୍କ ସପକ୍ଷରେ ରହିଥାଏ ।
ସମସ୍ଯା ଆସିବା ଆଗରୁ ହିଁ ଶ୍ରୀଗଣେଶ ଏମାନଙ୍କୁ ସଙ୍କେତ ଦେଇ ଦିଅନ୍ତି । ଏହି ରାଶିର ଜାତକ ବିଧି ବିଧାନ ସହ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରିବା ଉଚିତ । ଏହାଦ୍ବାରା ପ୍ରତ୍ଯେକ କାର୍ଯ୍ୟ ଶୀଘ୍ର ସଫଳ ହେବା ସହ ବାଧାବିଘ୍ନ ମଧ୍ୟ ଦୂର ହୋଇଥାଏ ।
ଦ୍ବିତୀୟରେ ହେଉଛି ମିଥୁନ ରାଶି । ଏମାନଙ୍କ ଉପରେ ୨୪ ଘଣ୍ଟା ଭଗବାନ ଗଣେଶଙ୍କ କୃପା ରହିଥାଏ । ଏମାନଙ୍କୁ ଭଗବାନ ଗଣେଶ ପ୍ରଚୁର ବୁଦ୍ଧି ପ୍ରଦାନ କରିଥାନ୍ତି, ସେଥିପାଇଁ ଏମାନଙ୍କ ବୁଢୀ ବହୁତ ତେଜ ହୋଇଥାଏ । ଏହି ରାଶିର ଲୋକମାନେ ଶିକ୍ଷାକ୍ଷେତ୍ରରେ ଖୁବ ଉନ୍ନତି କରିଥାନ୍ତି ।
ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ମନ୍ଦିର ଯାଇ ନିଶ୍ଚୟ ଭୋଗ ଚଢାନ୍ତୁ, ଦେଖିବେ ସବୁ କାର୍ଯ୍ୟରେ ସଫଳତା ମିଳିବ । ଯଦି ପାରୁଛନ୍ତି ତେବେ ପ୍ରତ୍ଯେକ ବୁଧବାର ଦିନ ବ୍ରତ ମଧ୍ୟ ରଖନ୍ତୁ । ଏଥିରେ ଭଗବାନ ଗଣେଶ ଆହୁରି ପ୍ରସନ୍ନ ହେବେ ଓ ପ୍ରତ୍ଯେକ କାର୍ଯ୍ୟରେ ଶୁଭଫଳ ପ୍ରଦାନ କରିବେ ।
ତୃତୀୟରେ ହେଉଛି ମକର ରାଶି । ଏହି ରାଶିର ଜାତକଙ୍କ ଉପରେ ମଧ୍ୟ ଶ୍ରୀଗଣେଶ ନିଜ କୃପାଦୃଷ୍ଟି ବଜାୟ ରଖିଥାନ୍ତି । ଏମାନେ ପରିଶ୍ରମୀ ହୋଇଥିବାରୁ ଏମାନଙ୍କ ପରିଶ୍ରମରେ ଭଗବାନ ଗଣେଶ ଖୁସି ହୋଇ ତାଙ୍କୁ ନିଶ୍ଚିତ ଫଳ ପ୍ରଦାନ କରନ୍ତି । ଏମାନେ ବିଶ୍ଵସ୍ତ ହେବା ସହ ସବୁବେଳେ ସତ୍ୟ ପଥରେ ଚାଲିବାକୁ ପସନ୍ଦ କରନ୍ତି । ଭଗବାନ ଗଣେଶଙ୍କ କୃପାରୁ ଏମାନଙ୍କୁ ନିଜ କର୍ମର ଉତ୍ତମ ଫଳ ମିଳିଥାଏ ଓ କ୍ଯାରିୟରରେ ଖୁବ ଆଗକୁ ଯାଇଥାନ୍ତି ।
ଏମାନଙ୍କ ଘରେ କେବେବି ଧନର ଅଭାବ ହୁଏ ନାହିଁ ଓ ଏମାନେ ପରୋପକାରୀ ମଧ୍ୟ ହୋଇଥାନ୍ତି । ବୁଧବାର ଭଗବାନ ଗଣେଶଙ୍କ ମନ୍ଦିର ଯିବା ସହ ଦାନପୁଣ୍ୟ କରିବା ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।