SBI ଗ୍ରାହକ ଙ୍କ ପାଇଁ ଚେତାବନୀ ! ଏହି 2 ଟି ନମ୍ବରରୁ କଲ ଆସିଲେ ଉଠାନ୍ତୁ ନାହିଁ, ନହେଲେ ନିମିଷକ ମଧ୍ୟରେ ଆକାଉଣ୍ଟ ହେଇଯିବ ଖାଲି…

ନମସ୍କାର ବନ୍ଧୁଗଣ ତେବେ  ପ୍ରତିଦିନ ଆପଣ ଅନଲାଇନ୍ ସ୍କାମ ଓ ଠକେଇ ବିଷୟରେ ଜାଣିବାକୁ ପାଉଥିବେ । କିଛି କିଛି ଲୋକ ଏହାର ଶିକାର ମଧ୍ୟ ହୋଇସାରିଲେଣି । ଏପରି ସମୟରେ ଦେଶର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ନିଜ ଗ୍ରାହକଙ୍କ ପାଇଁ ଏକ ଚେତାବନୀ ଜାରି କରିଛି । ତେବେ ଏହି ଦୁଇଟି ନମ୍ବରରୁ କଲ ଆସୁଥିଲେ ଉଠାନ୍ତୁ ନାହିଁ । ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକମାନଙ୍କ ପାଇଁ ଏକ ଆଡ଼ଭାଇଜାରୀ ଜାରି କରିଛି ।

କହିଛି ଯେ ଯଦି ଏହି ଦୁଇଟି ନମ୍ବରରୁ କୌଣସି ଫୋନ କଲ ଆସୁଛି ଆଉ ଆପଣ ଉଠାଇବେ ତେବେ ଅସୁବିଧାରେ ପଡିପାରନ୍ତି । ଇମେଲ ସମେତ ଏସଏମଏସ, ଟ୍ୱିଟ୍ ଏବଂ ଅନ୍ୟାନ୍ୟ ଉପାୟ ମାଧ୍ୟମରେ ଏସବିଆଇ ଲୋକଙ୍କୁ ସଚେତନ କରିଛି । ବ୍ୟାଙ୍କ କହିଛି ଯେ ଏଥିରେ ବ୍ୟାଙ୍କର ନାମ ବ୍ୟବହାର କରି ଲୋକଙ୍କୁ ଠକାଯାଉଛି । ଏସବିଆଇ ପକ୍ଷରୁ ସତର୍କତା ଜାରି କରାଯାଇଥିବା ଦୁଇଟି ନମ୍ବର ହେଉଛି ‘୮୨୯୪୭୧୦୯୪୬’ ଏବଂ‘୭୩୬୨୯୫୧୯୭୩’ ।

ତେବେ ଏସବିଆଇର କହିବା ଅନୁଯାୟୀ ଏହି ଦୁଇଟି ନମ୍ବରରୁ ଆସୁଥିବା ଫୋନ କଲ ମାଧ୍ୟମରେ ସାଇବର ଠକମାନେ ବ୍ୟାଙ୍କର ନାମ ବ୍ୟବହାର କରି ଠକେଇ କରିଥାନ୍ତି । ସୂଚନା ମୁତାବକ ଆସାମ ସିଆଇଡି ପ୍ରଥମେ ଏହି ଦୁଇଟି ନମ୍ବର ବାବଦରେ ସତର୍କ କରାଇଥିଲା । ସିଆଇଡି ଏକ ଟୁଇଟରେ ଲେଖିଛି, “ଏସବିଆଇ ଗ୍ରାହକଙ୍କୁ କେୱାଇସିକୁ ଅପଡେଟ୍ କରିବା ପାଇଁ ଏହି ଦୁଇଟି ନମ୍ବରରୁ କଲ ଆସିଥାଏ ।

ଏହି ନମ୍ବରରୁ କଲ ଆସିବା ପରେ ଏକ ଲିଙ୍କ ଆସିଥାଏ । ଗ୍ରାହକ ଯଦି ଲିଙ୍କ ଉପରେ କ୍ଲିକ କରନ୍ତି ତେବେ ତାଙ୍କ ଆକାଉଣ୍ଟରୁ ଟଙ୍କା ମୂଳପୋଛ ହୋଇ ଯାଇଥାଏ । ତେବେ ସମସ୍ତ ଏସବିଆଇ ଗ୍ରାହକଙ୍କୁ ଏପରି କୌଣସି ସନ୍ଦେହ ଜନକ ଲିଙ୍କରେ କ୍ଲିକ୍ ନକରିବାକୁ ଅନୁରୋଧ କରା ଯାଇଛି’ । ପରେ ବ୍ୟାଙ୍କ ମଧ୍ୟ ଏହି ଟୁଇଟକୁ ସମର୍ଥନ କରି ଗ୍ରାହକଙ୍କୁ ଫୋନ ନ ଉଠାଇବାକୁ ଏବଂ କେୱାଇସି ଅପଡେଟ୍ ଲିଙ୍କରେ କ୍ଲିକ୍ ନକରିବାକୁ କୁହା ଯାଇଛି ।

କେବଳ କଲରେ ନୁହେଁ ଏସଏମଏସ, ଇମେଲ ଇତ୍ୟାଦିରେ ମଧ୍ୟ ଏହି ଲିଙ୍କ ପ୍ରତି ଏସବିଆଇ ସତର୍କ ରହିବାକୁ କହୁଛି । ବ୍ୟାଙ୍କ କହିଛି ଯେ ଏପରି କୌଣସି ଲିଙ୍କରେ କ୍ଲିକ କରନ୍ତୁ ନାହିଁ ଯେଉଁଥିରେ ଏଟିଏମ୍ ପିନ, ସିଭିଭି ନମ୍ବର ବା ଓଟିପି ବାବଦରେ ତଥ୍ୟ ଦେବାକୁ କୁହା ଯାଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।