ନମସ୍କାର ବନ୍ଧୁଗଣ ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅସାନୀ ବର୍ତ୍ତମାନ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହା ପୁରୀ ଠାରୁ ୮୮୦ କିଲୋମିଟର ଦୂରରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଏହି ଭୀଷଣ ବାତ୍ୟା ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ଗତକାଲି ଗଭୀର ଅବପାତ ପରେ ଆଜି ଏହା ବାତ୍ୟାର ରୂପ ନେଇଥିଲା । ତେବେ ଆଇଏମଡି ଆକଳନ କହୁଛି, ସମୁଦ୍ରରେ ଯେତେ ବଳ ଗୋଟାଇଲେ ବି ଏହା ପ୍ରବଳ ବାତ୍ୟାରେ ହିଁ ସୀମିତ ରହିବ । ଉପକୂଳ ଅତିକ୍ରମ କରିବାର ସମ୍ଭାବନା ନାହିଁ । ୧୦ ତାରିଖରେ ଏହା ବଙ୍ଗୋପସାଗରର ପଶ୍ଚିମରେ କେନ୍ଦ୍ରୀଭୂତ ହେବ ପରେ କ୍ରମଶଃ ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରିବ । ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ ବାତ୍ୟାର ପ୍ରଭାବରେ ଉପକୂଳ ଅଞ୍ଚଳରେ ଅତି ବେଶିରେ ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ।
ତେବେ ସେହିପରି ପାଣିପାଗ ବିଜ୍ଞାନୀ ସନ୍ଦୀପ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ଉପରେ ବାତ୍ୟା ଅସାନିର ବିଶେଷ ବିପଦ ନାହିଁ । କାରଣ ଏହା ପୁରୀରୁ ୧୦୦ କିଲୋମିଟର ଦୂରରେ ଯିବ । ଏହି ସମୟରେ ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୫୦ କିଲୋମିଟର ରହିପାରେ । ୧୦ ତାରିଖରେ ଗଜପତି, ଗଂଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ ।
୧୧ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ବର୍ଷାର ପୂର୍ବାନୁମାନ କରାଯାଇଥିବ ବେଳେ ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବର୍ଷା ହେବ ବୋଲି କୁହାଯାଇଛି । ୭ ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆକଳନ ସତ୍ତ୍ୱେ ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ପାଣି ପାଗ ବୈଜ୍ଞାନିକ । ତଥାପି ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ଥିବାରୁ ପଦକ୍ଷେପ ନିଆଯାଇଛି ।
ଗଞ୍ଜାମ, ପୁରୀ, ଅସ୍ତରଙ୍ଗ, ଜଗତସିଂହପୁର, କେନ୍ଦ୍ରାପଡ଼ା ପାଇଁ ଓଡ୍ରାଫ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ମାନଙ୍କୁ କ୍ଷମତା ଦିଆ ଯାଇଥିବା କହିଛନ୍ତି ପ୍ରଫେସର ସନ୍ଦୀପ ପଟ୍ଟନାୟକ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ଏବଂ ସାବଧାନ ରୁହନ୍ତୁ ।