ନମସ୍କାର ବନ୍ଧୁଗଣ ତେବେ ତତଲା ତାଓ୍ବାରେ ସିଝୁଛି ସାରା ଓଡିଶା । ଖରାର ପ୍ରକୋପ ବଢ଼ଉଥିବାରୁ ବାହାରକୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । କାଲି ଠାରୁ ୫ ଦିନ ପାଇଁ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ସରକାର । ଏନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦେଖି ସ୍କୁଲ ଛୁଟି କରିବାକୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା ।
କିନ୍ତୁ ବର୍ତ୍ତମାନ ରାଜ୍ୟରେ ଯେଉଁ ପରିମାଣରେ ଖରା ହେଉଛି ବାହରକୁ ବାହାରିବା ସମ୍ଭବକର ହୋଇପାରୁ ନାହିଁ । ତେଣୁ ଏଥିପାଇଁ ରାଜ୍ୟରେ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟସରକାର । ତେବେ ଖରା ପାଇଁ ବିଦ୍ୟାଳୟ ବନ୍ଦ କରିବା ବିଷୟରେ ଆଲୋଚନା କରିବା ପାଇଁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ ।
ମଙ୍ଗଳବାରଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଛୁଟି ରହିବ । ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରଖିବାକୁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ ।
ତେବେ ଚଳିତବର୍ଷ ସ୍କୁଲ୍ର ଖରାଛୁଟି ଅବଧିକୁ କମାଇ ଦେଇଥିଲେ ରାଜ୍ୟ ସରକାର । ପ୍ରତି ବର୍ଷ ଦେଢ଼ ମାସରୁ ଊର୍ଦ୍ଧ୍ୱ ଦିନ ଧରି ଖରାଛୁଟି ହେଉଥିବା ବେଳେ ଏଥର ୧୦ ଦିନରେ ସୀମିତ ରଖାଯାଇଛି । ଜୁନ୍ ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଯାହାକୁ କିନ୍ତୁ ଅଭିଭାବକ ଓ ଶିକ୍ଷାବିତମାନେ ବିରୋଧ କରିଥିଲେ । ଗ୍ରୀଷ୍ମ ପ୍ରବାହକୁ ଦେଖି ମେ’ ମାସରୁ ଖରା ଛୁଟି କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ।
ତେବେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଆଜି ଏନେଇ ମାଧ୍ୟମିକ ଶିକ୍ଷା, ଗଣଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ବୋର୍ଡ ଅଫ ସେକେଣ୍ଡାରୀ ସଭାପତି , ସିଏଚଏସଇ ଅଧ୍ୟକ୍ଷଙ୍କୁ ଚିଠି ଲେଖି ରାଜ୍ୟରେ ହିଟ୍ ୱେଭ୍ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନ ଓ ଘରୋଇ ସ୍କୁଲ(ଉଭୟ ଓଡ଼ିଆ ଓ ଇଂରାଜୀ ମିଡିୟମ)ର ସମସ୍ତ କ୍ଲାସକୁ ୨୬ରୁ ୩୦ତାରିଖ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ନିଲମ୍ବନ କରିଛନ୍ତି ।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ବିଶେଷକରି ଭୁବନେଶ୍ୱର ସମେତ ରାଜ୍ୟର ସବୁ ଭାଗରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ସହ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଖରା ତାତିକୁ ଦୃଷ୍ଟିରେ ରଖି ବିଭିନ୍ନ ମହଲରୁ ସ୍କୁଲଗୁଡ଼ିକୁ ଛୁଟି କରିବା ନିମନ୍ତେ ଦାବି ହେଉଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।