ଭାବିଥିଲେ ବଡ ବୈଜ୍ଞାନିକ ହେବେ । ଛୋଟବେଳୁ ତାଙ୍କ ଅଞ୍ଚଳର ସେ ସମସ୍ତଙ୍କର ପ୍ରିୟ ଥିଲେ । କାରଣ ସେ କେବଳ ପିଲାଟିଏ ନୁହେଁ ବରଂ ହୀରାଖଣ୍ଡେ ଥିଲେ । ତାଙ୍କ ପ୍ରତିଭା କଥା କହିଲେ ସେ ମାତ୍ର ୨୭ ବର୍ଷ ବୟସରେ ଇସ୍ରୋ ବା ଭାରତୀୟ ଅନ୍ତରୀକ୍ଷ ସଂସ୍ଥାରେ ଯୁବ ବୈଜ୍ଞାନିକ ଭାବେ କାମ କରୁଥିଲେ । ଏତିକିରୁ ଆପଣ ଭାବି ପାରୁଥିବେ ନୀହାର ତାଙ୍କ ଭବିଷ୍ୟତକୁ ନେଇ କଣ ବା ସ୍ଵପ୍ନ ଦେଖି ନଥିବେ । କିନ୍ତୁ ସେସବୁ ସ୍ଵପ୍ନ ନିହାରଙ୍କ ସହ ଜୁଇରେ ଜଳି ପାଉଁଶ ହୋଇଯାଇଛି ।

ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ବୁଡି ପ୍ରାଣ ହରାଇଛନ୍ତି ଏହି ଉଦୀୟମାନ ଯୁବ ବୈଜ୍ଞାନିକ । ଯାହା ଆମ ରାଜ୍ୟ ତଥା ଦେଶ ପାଇଁ ଏକ ବିରାଟ ବଡ କ୍ଷତି କହିଲେ ଅତ୍ଯୁକ୍ତି ହେବ ନାହିଁ । ତାଙ୍କ ବିୟୋଗରେ ଗ୍ରାମବାସୀ ସତେ ଯେମିତି ଭାଙ୍ଗି ପଡିଛନ୍ତି । ଏମିତି କେହି ନାହିଁ ଯାହାର ଆଖିରେ ଲୁହ ନାହିଁ । ସ୍ଵପ୍ନ ଦେଖୁ ଦେଖୁ ଯେମିତି ତାଙ୍କ ଆଖି ଦୁଇଟି ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ଗାଧୋଇବା ସମୟରେ ତାଙ୍କୁ କୋଳେଇ ନେଇଛି କାଳ ।
ଏପରି ଏକ ଦୁଃଖଦ ଖବର ଆସିଛି ବରଗଡ ଜିଲ୍ଲା ଅମ୍ବାଘନା ବ୍ଲକ ଅନ୍ତର୍ଗତ ଛାରପାଲି ଗ୍ରାମରୁ । ଛାରପାଲି ଗ୍ରାମର ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ନିହାର ବାପା ରାଜକୁମାର ପ୍ରଧାନ ଓ ମା ପଙ୍କଜିନୀଙ୍କର ସାନ ପୁଅ ଥିଲେ । ସେ ପିଲାଟି ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବୈଜ୍ଞାନିକ ହେବାର ସ୍ଵପ୍ନ ଦେଖିଥିଲେ ।

ଆଉ ତାଙ୍କ ସ୍ଵପ୍ନ ପୂରଣ ମଧ୍ୟ ହୋଇଥିଲା । ୨୦୨୧ ମସିହା ଜାନୁୟାରୀ ମାସରେ ସେ ଇସ୍ରୋରେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ । ଗତ ଶନିବାର ସେ ନିଜ ଗ୍ରାମ ଛାରପାଲିକୁ ଛୁଟିରେ ଆସିଥିଲେ । ଆଉ ଆଜି ମଧ୍ୟାହ୍ନରେ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଘଟି ଯାଇଥିଲା ଏଭଳି ଅଘଟଣ । ଗୋଟିଏ ଛୋଟ ଚାଷୀ ପରିବାରରୁ ଆସି ନିହାର ବରଗଡ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ସାଜିଥିଲେ ।
ଆଉ ଆଜି ତାଙ୍କ ଅକାଳ ବିୟୋଗରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଗ୍ରାମ ସମେତ ସମସ୍ତ ଜିଲ୍ଲା ବାସୀ । ନିହାରଙ୍କ ଏପରି ଅକାଳ ମୃତ୍ୟୁରେ ସାରା ବରଗଡ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।