ଗତ କିଛି ମାସ ଧରି କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଦେଶରେ ତଥା ରାଜ୍ୟରେ ଧୀରେ ଧୀରେ ପରିସ୍ଥିତି ସାମାନ୍ଯ ହେବାକୁ ଲାଗିଛି । ପରିସ୍ଥିତିକୁ ଅନୁଧ୍ୟାନ କରି କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ କଟକଣାକୁ କୋହଳ କରି ଥିବାର ଦେଖିବାକୁ ମିଳୁଛି । ଯାହାଫଳରେ ସାଧାରଣ ଲୋକମାନେ ପୂର୍ବ ଭଳି ଅନାୟାସରେ ଜୀବନ ଜୀବିକା ନିର୍ବାହ କରି ପାରୁଛନ୍ତି । ଗତ ଦୁଇ ବର୍ଷରେ କରୋନାର ତିନୋଟି ଲହରକୁ ସାମ୍ନା କରିସାରିଛି ଭାରତ ।

ଦ୍ଵିତୀୟ ଲହର ସବୁଠୁ ଅଧିକ ଭୟଙ୍କର ରୂପ ନେଇଥିବା ବେଳେ ତୃତୀୟ ଲହର ମଧ୍ୟ ଖୁବ ତୀବ୍ର ଗତିରେ ସଂକ୍ରମଣ କରୁଥିଲା । ତେବେ ବର୍ତ୍ତମାନ ପୁଣି ଥରେ କରୋନାର ଆଉ ଏକ ଲହର ତଥା ଚତୁର୍ଥ ଲହର ଭୟ ମଧ୍ୟ ଦେଶକୁ ଘାରିଲାଣି । କରୋନା କଟକଣାରେ କୋହଳ ପରେ ଲୋକମାନେ ପୂର୍ବ ଭଳି ସେତେଟା ସଚେତନତା ଅବଲମ୍ବନ କରୁ ନଥିବାର ଦେଖାଯାଉଛି । ଯାହାଫଳରେ ଖୁବ ଶୀଘ୍ର ଚତୁର୍ଥ ଲହର ଆସିପାରେ ବୋଲି ଆଶଙ୍କା କରାଯାଉଛି ।
ଦିଲ୍ଲୀ ଭଳି କିଛି ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ବଢିବାରେ ଲାଗିଛି । ଯାହାଫଳରେ ରାଜ୍ୟ ସରକାର ମଧ୍ୟ ସଜାଗ ହୋଇଥିବାର ଦେଖାଯାଉଛି । ଓଡିଶାରେ ପୁଣି ଥରେ କରୋନାର ଚତୁର୍ଥ ଲହର ନେଇ ଭୟ ଦେଖା ଦେଇଛି, ଯାହାଫଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ସଚେତନ କରାଯାଉଛି ।ଆମ ରାଜ୍ୟରେ ଏବେ ମାତ୍ର ୭ ରୁ ୮ଟି ଜିଲ୍ଲାକୁ ଛାଡି ଦେଲେ ବାକି କୌଣସି ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମଣ ମାମଲା ଦେଖିବାକୁ ମିଳୁନାହିଁ । ତେଣୁ ଆତଙ୍କିତ ହେବାର କିଛି କାରଣ ନାହିଁ ।

ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରିସ୍ଥିତି ଉପରେ ନଜର ରଖାଯାଇଛି । ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଆଇସିଏମଆର ଗାଇଡଲାଇନ ଅନୁଯାୟୀ ଟେଷ୍ଟିଙ୍ଗ ମଧ୍ୟ ବଢାଯାଇଛି । ଯେଉଁଠି ବି ସଂକ୍ରମଣ ଆଉଟବ୍ରେକ ହେଉଛି ତା’ ଉପରେ ତୀକ୍ଷ୍ମ ନଜର ରଖାଯାଉଛି । ଯେଉଁ ସ୍ଥାନ ମାନଙ୍କରେ ଅଧିକ ଜନଗହଳି ରହିଛି ସେ ସବୁ ସ୍ଥାନ ଉପରେ ଅଧିକ ନଜର ରଖା ଯାଇଥିବା ନେଇ ସୂଚନା ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ତେବେ ଚତୁର୍ଥ ଲହର ଯେପରି ନ ଆସେ ସେଥିପାଇଁ ଆମେ ସମସ୍ତେ ମିଶି ଏବେଠୁ ଜାଗ୍ରତ ରହିବା ସହ ଯଥା ସମ୍ଭବ କୋଭିଡ ନିୟମମାନ ମାନ୍ୟ କରିବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।