ଏହି ଘଟଣା କୌଣସି ଫିଲ୍ମର କାହାଣୀ ଠାରୁ କିଛି କମ୍ ନୁହେଁ । ଏହି ବ୍ୟକ୍ତିଜଣକ ଗୋଟିଏ ନାଗ ସାପକୁ ମାରିଥିଲେ । ଯେଉଁଥି ପାଇଁ ତାଙ୍କୁ ସାତ ଥର କାମୁଡିଲାଣି ନାଗୁଣୀ । ଫିଲ୍ମ ମାନଙ୍କରେ ନାଗ ନାଗୁଣୀ ପ୍ରତିଶୋଧ ନେଉଥିବାର ଦୃଶ୍ୟ ଆପଣ ନିଶ୍ଚୟ ଦେଖିଥିବେ । ଓଲିଉଡ ଏବଂ ବଲିଉଡରେ ଏମିତି ଅନେକ ଫିଲ୍ମ ତିଆରି ହୋଇ ସାରିଛି । ଯାହାକୁ ଦର୍ଶକ ଖୁବ ପସନ୍ଦ କରନ୍ତି । ତେବେ ଫିଲ୍ମ ଦୁନିଆରେ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଉଥିବା ନାଗ ନାଗୁଣୀର କାହାଣୀର ପ୍ରତିଶୋଧ ଅପେକ୍ଷା ବାସ୍ତବରେ ଏହା ଆହୁରି ଭୟଙ୍କର ।

ଉତ୍ତର ପ୍ରଦେଶର ରାମପୁରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ସେଠାରେ ନାଗକୁ ହତ୍ୟା କରାଯିବା ପରେ ନାଗୁଣୀ ପ୍ରତିଶୋଧ ପରାୟଣ ହୋଇପଡିଛି । ନାଗ ସାପକୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ନାଗୁଣୀ ପ୍ରାୟ ସାତ ଥର କାମୁଡି ସାରିଲାଣି । ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇ ପଡିଛନ୍ତି । ରାମପୁର ଜିଲ୍ଲା ମିର୍ଜାପୁର ଗାଁର ବବଲୁ ଏକ ଫାର୍ମରେ କାମ କରନ୍ତି । ଗତ ସାତ ମାସ ପୂର୍ବେ ସେ ଏକ ନାଗ ନାଗୁଣୀକୁ ସାମ୍ନା କରିଥିଲେ ।
ବବଲୁ ନିଜକୁ ବଞ୍ଚାଇବାକୁ ଯାଇ ଏକ ବାଡିରେ ନାଗକୁ ପିଟି ମାରି ଦେଇଥିଲେ । କିନ୍ତୁ ନାଗୁଣୀ ବଞ୍ଚି ଯାଇଥିଲା । ଆଉ ସେ ଏବେ ନିଜ ସାଥି ନାଗ୍ର ମୃତ୍ୟୁର ପ୍ରତିଶୋଧ ନେବାରେ ଲାଗି ପଡିଛି । ଫିଲ୍ମର କାହାଣୀ ଭଳି ସୁଯୋଗ ମିଳିବା ମାତ୍ରେ ବବଲୁକୁ ନାଗୁଣୀ କାମୁଡି ଦେଇଥିଲା । କିନ୍ତୁ ଠିକ ସମୟରେ ଚିକିତ୍ସା ଯୋଗୁଁ ବବଲୁ ବଞ୍ଚି ଯାଇଥିଲେ ।

କିଛି ଦିନ ପରେ ନାଗୁଣୀ ବବଲୁକୁ ପୁଣି କାମୁଡିଥିଲା । ହେଲେ ଏଥର ବି ବବଲୁ ବଞ୍ଚି ଯାଇଥିଲେ । ଏପରି ବବଲୁ କୁ ନାଗୁଣୀ ସାତ ଥର କାମୁଡିଥିଲେ ମଧ୍ୟ ମୃତ୍ୟୁମୁଖରୁ ସେ ବଞ୍ଚି ଯାଇଛନ୍ତି । ବାସ୍ତବରେ ନାଗୁଣୀର ପ୍ରତିଶୋଧ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏବେ ବବକୁ ଭୟଭୀତ ଅବସ୍ଥାରେ ବଞ୍ଚିବାକୁ ବାଧ୍ୟ ହେଉଛି । କିନ୍ତୁ ସବୁ ଥର ବବଲୁଙ୍କୁ କାମୁଡି ନାଗୁଣୀ ନିଜକୁ ବଞ୍ଚାଇବାରେ ସଫଳ ହୋଇଛି ।
ନାଗୁଣୀ ଓ ବବଲୁଙ୍କ ମଧ୍ୟରେ ଚାଲିଥିବା ଲଢେଇ ଆଗକୁ କେଉଁ ରୂପ ନେବ ତାହା କେହି ଜାଣନ୍ତି ନାହିଁ । କିନ୍ତୁ ସ୍ଥାନୀୟ ଅଞ୍ଚଳରେ ଏହା ଅତ୍ୟନ୍ତ ଚର୍ଚ୍ଚାର ବିଷୟ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।