ରାତିରେ ଶୋଇବା ପୂର୍ବରୁ ବାସନ ମାଜନ୍ତି ବିଶ୍ଵର ଏହି ବିଶିଷ୍ଟ ଧନୀ ବ୍ୟକ୍ତି, ଏହା ପଛର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ !

ଶୋଇବା ପୂର୍ବରୁ ବାସନ ମାଜନ୍ତି ଜେଫ ବେଜୋସ ଏବଂ ବିଲ ଗେଟସ୍ । ମାନସିକ ଶାନ୍ତି ପାଇଁ ଏମିତି କାମ କରନ୍ତି । ଉଭୟଙ୍କୁ ନେଇ ବିଶ୍ବରେ ବଢିଲା ଚର୍ଚ୍ଚା । ମାନସିକ ଶାନ୍ତି ପାଇଁ ରାତିରେ ଶୋଇବା ପୂର୍ବରୁ ପ୍ରତିଦିନ ବାସନ ମାଜୁଛନ୍ତି ଆମାଜନର ପୂର୍ବତନ ସିଇଓ ଜେଫ ବେଜୋସ ଓ ମାଇକ୍ରୋସଫ୍ଟର ପୂର୍ବତନ ସହ ପ୍ରତିଷ୍ଠାତ ବିଲ ଗେଟସ୍ । ହୁଏତ ଏହି କଥା ଆପଣ ବିଶ୍ବାସ ନ କରି ପାରନ୍ତି କିନ୍ତୁ ଏହା ଏକଦମ ସତ୍ୟ ଅଟେ । ୨୦୧୪ ରେ ଆମାଜନର ପୂର୍ବତନ ସିଇଓ ଜେଫ ବେଜୋସ ଏକ ସାକ୍ଷାତକାରରେ ଏକଥା ଖୁଲାସା କରିଥିଲେ ।

ସେ କହିଥିଲେ କି ମୁଁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ବାସନ ମାଜେ । ଏହା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୁରା ସତ । ସେହିପରି ବିଲ ଗେଟସ୍ କହିଥିଲେ ଯେ ମୁଁ ଶୋଇବା ପୂର୍ବରୁ ବାସନ ମାଜିବାକୁ ଭଲ ପାଏ । ମୋତେ ସାହାଯ୍ୟ କରିବା ପାଇଁ ଲୋକ ଥିଲେ ବି ମୁଁ ମୋର ବାସନ ମାଜିବା ଶୈଳୀକୁ ଅଧିକ ଭଲ ପାଏ । ବାସନ ମାଜି ସାରିବା ପରେ ମୁଁ  ବହି ପଢେ ଏବଂ ଏହା ପରେ ସାଙ୍ଗେ ସାଙ୍ଗେ ନିଦ ଆସିଯାଏ ଆଉ ମୁଁ ଶୋଇପଡେ ।

ବିଶ୍ଵର ବଡ କମ୍ପାନୀ ମାନଙ୍କର ସହ ପ୍ରତିଷ୍ଠାତା ଏବଂ ସିଇଓ ମାନଙ୍କର ଜୀବନଯାପନ ପ୍ରଣାଳୀ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବେଳେବେଳେ ସେମାନଙ୍କ କାମକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହୁଏ । ହେଲେ ଏତେ ବଡ ବଡ କମ୍ପାନୀ ଏତେ ବଡ ପଦବୀରେ ଥାଇ ମଧ୍ୟ କାହିଁକି ସେମାନେ ଏପରି କାମ କରୁଛନ୍ତି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା ହେଉଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉଭୟ କହୁଛନ୍ତି ଯେ ମାନସିକ ଶାନ୍ତି ପାଇଁ ବାସନ ମାଜିବା ବହୁତ ଭଲ । ଯଦି ରାତିରେ ଭଲ ନିଦ ଦରକାର ତେବେ ଅନ୍ୟମାନେ ବି ଏମିତି କରନ୍ତୁ ବୋଲି ସେ କହିଛନ୍ତି । ଆମେ ସମସ୍ତେ ଜାଣନ୍ତି କି ରାତିରେ ଶୋଇବା ପୂର୍ବରୁ ମାନସିକ ସ୍ଥିରତା ନିହାତି ଦରକାର । ତେଣୁ କିଏ କେମିତି ଶୈଳୀରେ ତାହା ଆପଣାଏ ତାହା ଗୁରୁତପୁର୍ଣ୍ଣ ।

ସେ ଯାହା ବି ହେଉ ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ଜେଫ ବେଜୋସ ଓ ବିଲ ଗେଟସ୍ ଙ୍କ ବାସନ ମାଜିବାକୁ ନେଇ ଏବେ ସବୁଠୁ ଚର୍ଚ୍ଚା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।