ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ବନ୍ଧ ରଖିବା ବଳାତ୍କାର ନୁହେଁ ! କିନ୍ତୁ…

ବିବାହ ପୂର୍ବରୁ ଶାରୀରିକ ସମ୍ବନ୍ଧ ରଖିବା ଏକ ମାମଲାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଫଇସଲା ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ହାଇକୋର୍ଟ କହିଛନ୍ତି କି ଯଦି ବିବାହ ପାଇଁ ସତ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ବନ୍ଧ ରଖାଯାଉଛି ଏବଂ ପରେ କୌଣସି କାରଣ ପାଇଁ ବିବାହ ହୋଇପାରୁ ନାହିଁ ତେବେ ଏହାକୁ ବଳାତ୍କାର ବୋଲି କୁହାଯାଇ ପାରିବ ନାହିଁ । ଏଭଳି ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ ଏହି ରାୟ ଶୁଣାଇଥିଲେ, ଯେଉଁଥିରେ ଜଣେ ବ୍ୟକ୍ତି ଓ ମହିଳା ଦୀର୍ଘ ସମୟ ଧ୍ଶ୍ରୀ ଶାରୀରିକ ସମ୍ବନ୍ଧରେ ଥିଲେ ଓ ତାଙ୍କର ନିର୍ବନ୍ଧ ମଧ୍ୟ ହୋଇ ସାରିଥିଲା ।

କିନ୍ତୁ କୌଣସି କାରଣରୁ ସେମାନଙ୍କ ବିବାହ ହୋଇପାରି ନଥିଲା ଓ ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥିଲା । ନ୍ୟାୟାମୂର୍ତ୍ତି ସୁବ୍ରମନ୍ଯମ ପ୍ରସାଦ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬(୨) ଅନୁସାରେ ବ୍ୟକ୍ତିଙ୍କ ବିରୋଧରେ ତଳ କୋର୍ଟ ଶୁଣାଇଥିବା ଅଦାଲତକୁ ଖାରଜ କରି ଦେଇଥିଲେ । ଉକ୍ତ ମାମଲା ଅନୁଯାୟୀ ବ୍ୟକ୍ତିଙ୍କ ଉପରେ ବିବାହର ଆଳ ଦେଖାଇ ମହିଳାଙ୍କୁ ବାରମ୍ବାର ବଳାତ୍କାର କରୁଥିବା ଆରୋପ ଲଗା ଯାଇଥିଲା ।

ଜଜ୍ କହିଥିଲେ କି ଉକ୍ତ ବ୍ୟକ୍ତିଙ୍କ ପକ୍ଷରୁ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ମହିଳାଙ୍କ ପିତାମାତାଙ୍କୁ ବିବାହ ପାଇଁ ରାଜି ହେବାକୁ ବୁଝା ଯାଇଥିଲା ଏବଂ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ସ୍ଥାପନ କରିବା ବେଳେ ମହିଳାଙ୍କୁ ସେ କୌଣସି ମତେ ମିଛ ପ୍ରତିଶ୍ରୁତି ଦେଇ ନଥିଲେ କି ଭୟଭୀତ ମଧ୍ୟ କରାଇ ନଥିଲେ ।

ଆଦାଲତ ନିଜ ଆଦେଶରେ କହିଛନ୍ତି କି ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ସମାରୋହ ହୋଇଥିଲା ସେଥିରେ ଦୁହିଁଙ୍କ ପରିବାରର ସବୁ ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ । ଯାହା ଦର୍ଶାଉଛି କି ପୀଡ଼ିତା ମହିଳାଙ୍କୁ ବିବାହ କରିବା ପାଇଁ ଉକ୍ତ ବ୍ୟକ୍ତିଙ୍କ ସତରେ ଇଛା ଥିଲା । ସମ୍ବନ୍ଧ ଶେଷ ହୋଇଗଲା ବୋଲି କହି ବା ଚିନ୍ତା କରି ବ୍ୟକ୍ତିଙ୍କ ତରଫରୁ ମହିଳାଙ୍କୁ ବିବାହ ନ କରିବାର କୌଣସି ବି ଉଦ୍ଦେଶ୍ୟ ପରିଲକ୍ଷିତ ହେଉ ନାହିଁ ।

ଏହାକୁ ଆଧାର କରି ନ୍ୟାୟାଳୟ ରାୟ ଶୁଣାଇଥିଲା କି, ମହିଳା ଭୁଲ ଭାବେ କିମ୍ବା ଭୟରେ ଶାରୀରିକ ସମ୍ବନ୍ଧ ପାଇଁ ସହମତି ପ୍ରକାଶ କରି ନଥିଲେ । ବରଂ ତାଙ୍କର ପୂର୍ଣ୍ଣ ସହମତି ଓ ସ୍ବଇଚ୍ଛାରେ ଏହା ହୋଇଛି । ତେଣୁ ଏହି ମାମଲାରେ ବ୍ୟକ୍ତିଙ୍କୁ ଅଦାଲତ ନିର୍ଦ୍ଦୋଷ ସାବ୍ୟସ୍ତ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।