ବେଶ କିଛିଦିନ ହେଲା ପାରିବାରିକ ସମସ୍ଯାକୁ ନେଇ ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଯାହାର ମାମଲା ଏବେବି କୋର୍ଟରେ ଚାଲିଛି । ସେମାନଙ୍କ ବିବାଦ କେବଳ କୋର୍ଟ କଚେରୀରେ ସୀମିତ ରହି ନାହିଁ ବରଂ ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ଆକ୍ଷେପ ଓ ପ୍ରତ୍ୟାରୋପ ଲାଗି ରହିଥିବାର ଦେଖିବାକୁ ମିଳେ । ଯାହା ସାରା ଓଡିଶା ଦେଖିଛନ୍ତି ଓ ଜାଣିଛନ୍ତି ମଧ୍ୟ । କିନ୍ତୁ ଏବେ ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲାଗି ଦୁହିଁଙ୍କ ସ୍ଵର ଏକ ହୋଇଥିବାର ଦେଖିବାକୁ ମିଳୁଛି ।

ସାଂସଦ ପିନାକୀ ମିଶ୍ର ଦେଇଥିବା ବକ୍ତବ୍ୟକୁ ଉଭୟ ବର୍ଷା ଏବଂ ଅନୁଭବ ସମର୍ଥନ କରିଛନ୍ତି, ଯାହାକି ରାଜ୍ୟରେ ଏବେ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି । କେହି କେହି କହୁଛନ୍ତି କି ଜାଗା ପାଇଁ ବର୍ଷା ଆଉ ଅନୁଭବ ଏକ ହେଲେ । ଶ୍ରୀ ମନ୍ଦିର ଐତିହ୍ୟ କରିଡରରେ ଗାତ ଖୋଳା ଯିବାକୁ ନେଇ ରାଜ୍ୟରେ ବିବାଦ ଦେଇଥିଲା । ଅନେକ ଲୋକ ଏହାକୁ ବିବାଦ କରିଥିବା ବେଳେ ଏହାକୁ କେବଳ ଉନ୍ନତି ମୂଳକ କାର୍ଯ୍ୟ ବୋଲି ଦର୍ଶାଇଥିଲେ ଶାସକଦଳର କିଛି ନେତା ।
ତେବେ ଏହି ପ୍ରସଙ୍ଗ ଗତ କିଛିଦିନ ତଳେ ଶ୍ରୀମନ୍ଦିର ପ୍ରସଙ୍ଗ ପାର୍ଲିଆମେଣ୍ଟରେ ଉଠିଥିଲା । ଶ୍ରୀମନ୍ଦିର ଚାଲିପଟେ ବେଆଇନ ଭାବେ ଖନନ କାର୍ଯ୍ୟ କରାଯାଉଛି ବୋଲି ସାଂସଦ ଅପରାଜିତା ଷଡଙ୍ଗୀ ସଂସଦରେ କହିଥିଲେ । ଆଉ ଏହାର ଉତ୍ତରରେ ଶ୍ରୀମନ୍ଦିର କରିଡର ଚାଲିପାଖେ ଚାରୋଟି ଟଏଲେଟ ନିର୍ମାଣ ହେଉଛି ବୋଲି ସାଂସଦ ପିନାକୀ ମିଶ୍ର ସାଂସଦର କହିଥିଲେ ।

ସାଂସଦ ପିନାକୀ ମିଶ୍ର ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗରେ ଉଠିବା ଏହି ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ସାଂସଦ ଅନୁଭବ ମହାନ୍ତି ୟେସ ୟେସ ବୋଲି କହିବା ସହ ଟେବୁଲ ବାଡେଇ ପିନାକିଙ୍କ କଥାକୁ ଜୋରଦାର ସମର୍ଥନ କରିଥିଲେ । ସେତେବେଳେ ଅନୁଭବଙ୍କ ଏହିପରି ସମର୍ଥନ କରିବାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଏହାର ମାତ୍ର କିଛିଦିନ ପରେ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରି ଟ୍ବିଟ କରିଛନ୍ତି ।
ଶ୍ରୀମନ୍ଦିର କରିଡରରେ ଟଏଲେଟ ନଥିଲେ ଅନେକ ସମସ୍ଯା ହେଉଛି ଏବଂ ମନ୍ଦିର କରିଡର ଭିତରେ ଭକ୍ତଙ୍କ ପାଇଁ କରା ଯାଉଥିବା ସୁବିଧାକୁ ବିରୋଧ କରା ନଯାଉ ବୋଲି ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି । ଆଉ ଏହି ପ୍ରସଙ୍ଗରେ ଅନୁଭବ ଏବଂ ବର୍ଷା ଏକ ସ୍ଵରରେ ଆୱାଜ ଦେଉଛନ୍ତି ବୋଲି ସବୁଆଡେ ଚର୍ଚ୍ଚା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।