ରାଜନୀତିରେ ପ୍ରବେଶ କରିବାର ଇଛା ନାହିଁ ବୋଲି କହି ବୁଲୁଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ଧୀରେ ଧୀରେ ରାଜନୀତିରେ ଗୋଡ ପୂରେଇବା ଆରମ୍ଭ କରି ଦେଲେଣି । ସ୍ଵାମୀ ଅନୁଭବ ମହାନ୍ତିଙ୍କ ପ୍ରଭାବ ବିଜେଡି ଦଳରେ ହ୍ରାସ ପାଇବା ପରେ ବର୍ଷା ଏବେ ବିଜେଡ଼ିର ଛତା ତଳକୁ ଆସିବା ଆରମ୍ଭ କରିଛନ୍ତି । ନିର୍ବାଚନ ସମୟରେ ବିଜେଡି ଦଳ ତରଫରୁ ଠିଆ ହୋଇଥିବା ଅନେକ ପ୍ରାର୍ଥୀଙ୍କ ପାଇଁ ବର୍ଷା ପ୍ରିୟଦର୍ଶିନୀ ପ୍ରଚାରରେ ଯାଉଥିବା ବେଳେ ଏବେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରି ଚର୍ଚ୍ଚାକୁ ଆସିଛନ୍ତି ।

ବିବାଦ ଘେରକୁ ଆସିଥିବା ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ ସମ୍ପର୍କରେ ଟ୍ବିଟ କରି ବର୍ଷା ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି । ସେ ନିଜ ଟ୍ବିଟରେ ଲେଖିଛନ୍ତି, “ମୁଁ ଜଣେ ଓଡିଆ ଝିଅ, ଯେତେବେଳେ ମୁଁ ଶ୍ରୀମନ୍ଦିର ଯାଏ ନିକଟରେ କୌଣସି ଟଏଲେଟ ପାଏ ନାହିଁ । ଏହି ସମାନ ଅଭିଯୋଗ ମୁଁ ଅନେକ ମହିଳା ଭକ୍ତଙ୍କ ଠାରୁ ଶୁଣିଛି । ଯଦି ଭକ୍ତଙ୍କ ପାଇଁ ସରକାର ପୁରୀରେ ସୁବିଧା ସୁଯୋଗ କରୁଛନ୍ତି ତେବେ ଏଥିରେ ଆପଣଙ୍କର ଅସୁବିଧା କଣ ?” ବର୍ଷା ଆହୁରି ମଧ୍ୟ ଲେଖିଛନ୍ତି କି, “ଦୟାକରି ଏଥିରେ ରାଜନୀତି କରନ୍ତୁ ନାହିଁ ।
ଗୋଟିଏ ପଟେ ବଦ୍ରିନାଥ ଓ କାଶୀ ବିଶ୍ଵନାଥର ବିକାଶ ହୋଇଛି । କିନ୍ତୁ ଆପଣ ପୁରୀ ଓ ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ଵର ଉନ୍ନତିକରଣର ବିରୋଧ କରୁଛନ୍ତି । ଯେତେବେଳେ ଆପଣ ରାଜନୀତିକୁ ଆସିଲେ ଆମେ ଭାବିଥିଲୁ କି ଆପଣ ଓଡିଶାର ବିକାଶ ଦିଗରେ କାର୍ଯ୍ୟ କରିବେ । କିନ୍ତୁ ଏବେ ଆମେ ଆପଣଙ୍କୁ ନେଇ ଗଭୀର ଭାବେ ନିରାଶ ହୋଇଛୁ । ମୁଁ ଆଶା କରୁଛି ଆପଣ ଭକ୍ତଙ୍କ ସମସ୍ଯାକୁ ବୁଝି ପାରୁଥିବେ ।” ତେବେ ବର୍ଷାଙ୍କ ଏହି ଟ୍ବିଟକୁ ନେଇ ଅପରାଜିତା କୌଣସି ପ୍ରତିକ୍ରିୟା ଦେବାକୁ ଉଚିତ ମଣି ନାହାନ୍ତି ।

ଏବେ ରାଜନୈତିକ ପଣ୍ଡିତଙ୍କ ପ୍ରଶ୍ନକୁ ନେଇ ରୁପେଲି ପରଦାର ଅଭିନେତ୍ରୀ ହଠାତ ଏହି ପାଇଖାନା ବିବାଦ ଭିତରେ ପଶିଲେ କାହିଁକି ? ଏଥିପାଇଁ ତାଙ୍କୁ କିଏ ପ୍ରେରିତ କରିଛି ନା ଏହାକୁ ମାଧ୍ୟମ କରି ସେ ବିଜେଡିରେ ନିଜ ଜାଗା ସୁରକ୍ଷା କରିବାକୁ ଚାହୁଁଛନ୍ତି ? ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ବିବାଦ ଉଠିଥିବା ବେଳେ ବର୍ଷା କେବଳ ଟଏଲେଟ ପ୍ରସଙ୍ଗ ଉଠାଇଲେ କାହିଁକି ? ଏହାର ଅର୍ଥ ଏହାକି ଲୋକସଭାରେ ପୁରୀ ସାଂସଦ ପିନାକୀ ମିଶ୍ର ଐତିହ୍ୟ କରିଡର ସମ୍ପର୍କରେ ଦେଇଥିବା ଅସମ୍ପୂର୍ଣ୍ଣ ଓ ଦ୍ଵନ୍ଦାତ୍ମକ ମନ୍ତବ୍ୟକୁ ବର୍ଷା ମଧ୍ୟ ସମର୍ଥନ କରୁଛନ୍ତି ।
ଏସଆଇର ଅନୁମତି ନଥିଲେ ମଧ୍ୟ ଶହେ ମିଟର ମଧ୍ୟରେ ବେଆଇନ ନିର୍ମାଣକୁ ସେ ସମର୍ଥନ ଦେଉଛନ୍ତି । ଏଥିରୁ ଅନେକ ପ୍ରଶ୍ନ କରୁଛନ୍ତି କି ଆଗାମୀ ଦିନରେ ବିଜେଡି ବର୍ଷାଙ୍କୁ ଭୁବନେଶ୍ବରରୁ ଲୋକସଭା ଆସନ ପାଇଁ ସଜ କରୁଛି କି ? ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।