ଏମିତି ଗାଁ ଯେଉଁଠି ଗାୟବ ହୋଇଯାନ୍ତି ମଣିଷ, ଏହି ଗାଁର ଭୟଙ୍କର ରହସ୍ୟ ବିଷୟରେ ଜାଣିଲେ ଭୟରେ ଥରିବେ

କିଛି ଲୋକ ଜାଦୁକୁ ମନର ଭ୍ରମ ବୋଲି କହୁଥିବା ବେଳେ ଆଉ କିଛି ଏହାକୁ ବିଶ୍ବାସ ବି କରନ୍ତି । ମନୋରଞ୍ଜନ ପାଇଁ ଜାଦୁ ଆରମ୍ଭ ହୋଇଥିଲେ ମଧ୍ୟ କିଛିଲୋକ ଏହାର ଅପବ୍ୟବହାର କରିଥାନ୍ତି । ଜାଦୁର ମଧ୍ୟ ଭଲ ଓ ମନ୍ଦ ଦୁଇଟି ପାର୍ଶ୍ଵ ରହିଛି । ଭଲ ହେଉଛି ଯାହା ଆପଣଙ୍କୁ ହସାଏ ଏବଂ ଆଶ୍ଚର୍ଯ୍ୟ କରାଯାଏ । କିନ୍ତୁ ଖରାପ ହେଉଛି ଯାହା ଆପଣଙ୍କୁ ବଶବର୍ତ୍ତୀ କରାଏ, ଡରାଏ ଏବଂ ଜୀବନ ମଧ୍ୟ ନେଇଯାଏ । ଆଉ ଏହି ମନ୍ଦ ଜାଦୁକୁ କଳାଜାଦୁ ବୋଲି କୁହାଯାଏ ।

ଆଜିର ଆଧୁନିକ ଯୁଗରେ ଏହାକୁ ବିଶ୍ବାସ କରିବା କଷ୍ଟ ହେଲେ ମଧ୍ୟ ଆଜିବି କିଛି ଏପରି ସ୍ଥାନ ରହିଛି ଯେଉଁଠି ଏହି କଳାଜାଦୁ କରାଯାଏ । ଭାରତରେ ଏମିତି କିଛି ଗାଁ ରହିଛି ଯେଉଁଠି କଳାଜାଦୁର ପ୍ରଭାବ ଖୁବ ଅଧିକ ଓ ସେଠାରେ ପିଲାଙ୍କୁ ବି ପାଠଠୁ ଅଧିକ କଳାଜାଦୁ ଶିକ୍ଷା ଦିଆଯାଏ । ସବୁଜିମା ଓ ପ୍ରାକୃତିକ ସୌନ୍ଦର୍ଜ୍ୟରେ ପରିପୂର୍ଣ୍ଣ ଆସାମ ରାଜ୍ୟର ରାଜଧାନୀ ଗୌହାଟି ଠାରୁ ପ୍ରାୟ ୪୦କିମି ଦୂରରେ ରହିଛି ମୋରିଙ୍ଗା ଜିଲ୍ଲା ।

ସେଠାରେ ଏକ ୱାଇଲ୍ଡ ଲାଇଫ ସେଞ୍ଚୁରୀ ରହିଛି ଆଉ ଏହା ନିକଟରେ ଏକ ସ୍ଥାନ ରହିଛି ଯାହାକୁ କଳାଜାଦୁର ମାଟି ବୋଲି କୁହାଯାଏ । ସେଠାକାର ଲୋକେ ଏହି ସ୍ଥାନକୁ ମାୟୋଙ୍ଗ ବୋଲି କୁହନ୍ତି । ମାୟା ଓ ଭ୍ରମ ଅନୁସାରେ ଏହିଭଳି ନାଁ ଦିଆଯାଇଛି । ଏଠାକାର ଲୋକମାନେ କଳାଜାଦୁରେ ମହାରଥୀ ହାସଲ କରିଛନ୍ତି । ବିଶେଷ କରି ଲୋକଙ୍କୁ ଗାୟବ କରେଇବା ଓ ନିଜେ ଗାୟବ ହେବା ଭଳି ଜାଦୁରେ ଏମାନେ ଖୁବ ପାରଙ୍ଗମ ।

କେବଳ ସେତିକି ନୁହେଁ ଏମାନଙ୍କୁ ମଣିଷ ରୂପରୁ ଜଙ୍ଗଲି ଜୀବଜନ୍ତୁଙ୍କ ରୂପ ଧାରଣ କରିବା ଜାଦୁ ମଧ୍ୟ ଆସୁଛି । ଏମାନେ ପିଢି ପରେ ପିଢି ଜାଦୁ ଶିଖିଥାନ୍ତି । ସେମାନେ ବିଶ୍ବାସ କରନ୍ତି ଜେ ଏହି ଦୁନିଆରେ ବଞ୍ଚିବାକୁ ହେଲେ ଜାଦୁ ଶିଖିବା ନିହାତି ଦରକାର । କାରଣ ଏହା ଅସୁବିଧା ସମୟରେ ନିଜର ରକ୍ଷା କରିପାରିବ । ସେଥିପାଇଁ ଏହି ସ୍ଥାନର ପ୍ରତ୍ଯେକ ଲୋକ ଚାଷବାସ ଓ ଶିକାର କରି ଚଳନ୍ତି ସତ କିନ୍ତୁ ପିଲାଙ୍କୁ ଜାଦୁ ଶିଖାଇବା ବି ଭୁଲନ୍ତି ନାହିଁ ।

ଏହି ଗାଁରେ ପୁରାତନ ସମୟରୁ ନରବଳୀ ଦିଆଯାଏ । ଏହି ମାୟୋଙ୍ଗରେ ଅଷ୍ଟଧଳ ଓ ୟୋନି ନାମକ ଦୁଇଟି କୁଣ୍ଡ ରହିଛି । ଅଷ୍ଟଧଳା କୁଣ୍ଡରେ ବୌଦ୍ଧମାନେ ଓ ୟୋନି କୁଣ୍ଡରେ ହିନ୍ଦୁମାନେ ତନ୍ତ୍ର ସାଧନା କରୁଥିଲେ । ଏହି ଗାଁ ବିଷୟରେ ମହାଭାରତରେ ମଧ୍ୟ ଉଲ୍ଲେଖ ଅଛି । କୁହାଯାଏ ଭୀମଙ୍କ ପୁତ୍ର ଘଟୋତ୍ଵ ଏଠାରେ ଜନ୍ମ ହୋଇଥିଲେ ଓ ଏଠାକାର ରାଜା ଥିଲେ ।

ଆହୁରି ମଧ୍ୟ କୁହାଯାଏ କି ୧୯୩୨ରେ ମୋଗଲ ସମ୍ରାଟ ପାସା ମହମ୍ମଦ ଶାହା ୧ଲକ୍ଷ ଘୋଡା ଧରି ଏଠାରେ ପହଞ୍ଚିଥିଲେ । ସେତେବେଳେ ସେଠାରେ ଏକ ହଜାର ତାନ୍ତ୍ରିଳ ରହୁଥିଲେ ଆଉ ସେମାନେ ନିଜ ଯାଦୁବଳରେ ଗାଁ ଚାରିପଟେ ଏମିତି ଏକ କାନ୍ଥ ତିଆରି କରିଥିଲେ ଯାହା ନିକଟକୁ ଶତ୍ରୁ ଆସିଲେ ଆପେ ଆପେ ଗାୟବ ହୋଇଯିବ । ଆଉ ମୋଗଲ ମାନଙ୍କ ସହ ଠିକ ସେମିତି ହୋଇଥିଲା ।

ସେହିପରି କେରଳ ତ୍ରିଶୂରରେ, ହାଇଦ୍ରାବାଦର ସୁଲତାନ ସାହି ଗାଁରେ, କଲିକତାର ନିମତାଲା ଘାଟରେ ମଧ୍ୟ କଳାଜାଦୁ କରାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।