ନାଚି ନାଚି ପାଣି ଟ୍ୟାଙ୍କର ଶେଷ କରିଦେଲା ଏହି କୁକୁର, ଏହି ଭାଇରାଲ Video ଦେଖିଲେ ଆପଣ ବି ନାଚି ପକେଇବେ, ଦେଖନ୍ତୁ…

କିଛି କହିବା ପୂର୍ବରୁ ପ୍ରଥମେ ଏହି ଭିଡିଓକୁ ଥରେ ଦେଖି ନିଅନ୍ତୁ ଦେଖିବେ ଆପଣଙ୍କ ମୁହଁରେ ଏହା ହସ ଭରିଦେବ । କୁକୁରର ପାଣି ଖେଳ ଦେଖି ଆପଣଙ୍କୁ ନିଜ ପିଲାଦିନ ନିଶ୍ଚୟ ମନେ ପଡି ଯାଇଥିବ । ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଦେଖିଲେ ତ କେବଳ ମଣିଷ ନୁହେଁ ବରଂ କୁକୁରମାନେ ବି ପାଣି ଦେଖିଲେ କେମିତି ଦୁଷ୍ଟାମି ଆରମ୍ଭ କରି ଦିଅନ୍ତି । ବିଶେଷ କରି ଖରାଦିନେ ଥଣ୍ଡା ପାଣି ଟିକେ ଦେହରେ ପଡିଗଲେ ଖୁବ ଭଲ ଲାଗିଥାଏ ।

ଇଚ୍ଛା ହୁଏ ସେମିତି ପାଣିରେ ବୁଡି ରହି ଖେଳିବାକୁ । ତେବେ କେବଳ ମଣିଷ ନୁହେଁ ପଶୁପକ୍ଷୀ ବି ଖରାଦିନେ ପାଣିରେ ଗାଧୋଇବାକୁ ଭଲ ପାଆନ୍ତି । ଆଉ ଏହି ଭିଡିଓଟି ଏହାର ଜ୍ଵଳନ୍ତ ଉଦାହରଣ । ଆଗେ ଆଗେ ଚାଲିଛି ଏକ ପାଣି ଟ୍ୟାଙ୍କର, ଯାହା ଘର ଘର ବୁଲି ପାନୀୟ ଜଳ ଯୋଗାଏ । ଏହି ପାଣି ଟ୍ୟାଙ୍କର ଗାଡି ଉପରେ ଜଣେ ବ୍ୟକ୍ତି ବସିଛନ୍ତି ଆଉ ପାଇପରେ ରାସ୍ତା ଉପରକୁ ପାଣି ପକାଉଛନ୍ତି । ଏହାସହ ପାଣି ଟ୍ୟାଙ୍କର ଗାଡିଟି ବି ଆଗକୁ ଆଗକୁ ବଢିଚାଲିଛି ।

ଆଉ ଗାଡି ପଛେ ପଛେ ପାଣି ଖେଳି ଖେଳି ଡେଇଁ ଡେଇଁ ଯାଉଛି କଳା କୁକୁର ଟିଏ । ରିମଝିମ ପାଣିର ତାଳେ ତାଳେ ମତୁଆଲା ହେବା ପରି ନାଚି ନାଚି ଯାଉଛି କୁକୁରଟି । ପାଣି ଯୁଆଡେ ଯୁଆଡେ ଯାଉଛି କୁକୁରଟି ବି ସେଆଡେ ସେଆଡେ ବୁଲୁଛି । ଆପଣ ବାଥରୁମ୍ ସାୱାରରେ ଯେଉଁ ମଜା ନେଇ ପାରୁ ନଥିବେ ଏହି କୁକୁରଟି ତା’ର ମଜା ମାଗଣାରେ ଖୋଲା ଆକାଶ ତଳେ ନେଉଛି ।

ଗାଡି ଉପରେ ବସିଥିବା ଭାଇ ଜଣକ ବି କୁକୁରର ମନ ଜାଣି ତା ସହ ଖେଳିବା ବାହାନାରେ ପାଣିକୁ ଏପଟ ସେପଟ ହଲେଇ ମଜା ନେଉଛନ୍ତି । ଏହି ଭିଡିଓଟି ବର୍ତ୍ତମାନ ଟ୍ବିଟରରେ ଭାଇରାଲ ହେଉଥିବା ବେଳେ ୟୁଜର୍ସ ମାନେ ଏହାକୁ ଦେଖି ଖୁସି ହେଉଛନ୍ତି । ତେବେ ଏହି ଦୃଶ୍ୟର ଭିଡିଓ ତାଙ୍କ ପଛରେ ଥିବା କାର୍ ରୁ ଶୁଟିଙ୍ଗ କରା ଯାଇଥିବା ଜଣାପଡୁଛି । ଯିଏ ହୁଏତ ସେହି ବାଟ ଦେଇ ଯାଉଥିବା ବେଳେ କୁକୁରର ପାଣି ଖେଳ ଦେଖି ଶୁଟିଙ୍ଗ ନକରି ରହି ପାରି ନଥିଲେ ।

ତେବେ ମନେ ରଖନ୍ତୁ ଖୁସି ଏକ ଗନ୍ତବ୍ୟସ୍ଥଳ ନୁହେଁ ବରଂ ଏକ ଯାତ୍ରା ଅଟେ । ତେଣୁ ଯେଉଁ ମୁହୂର୍ତ୍ତରେ ଖୁସି ମିଳୁଛି ତାକୁ ଉପଭୋଗ କରନ୍ତୁ ଦେଖିବେ ଜୀବନ ସୁନ୍ଦର ଲାଗିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।