କ୍ୟାମେରାମ୍ୟାନ Manas Swain ଙ୍କ ମାମଲାରେ ବଡ ଖୁଲାସା ! ସେଦିନର ସମସ୍ତ ଘଟଣା ଗୋଟି ଗୋଟି କରି ବଖାଣିଲା Sharmistha, ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ

କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତୟଆ ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ ହେବା ପରେ ଜେରା ବେଳେ ସତ ମାନିଛି । ଶର୍ମିଷ୍ଠା ଓ ତା ସହଯୋଗୀ ଝୁନାକୁ ଅନେକ ଦିନ ଧରି ଲୁଚି ରହି ପୋଲିସକୁ ଚକମା ଦେଇଥିଲେ । କିନ୍ତୁ ଶେଷରେ ଏଟିଏମରେ ଟଙ୍କା କାରବାର କରି ଧରା ପଡିଥିଲେ । କଲିକତାରୁ ବାଲେଶ୍ଵର ଆସିବା ବାଟରେ ତାଙ୍କୁ ଧରିଥିଲା ପୋଲିସ । ଗିରଫ ହେବା ପରେ ତାଙ୍କୁ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଆଉ ଜେରା ବେଳେ ପୁରା ଘଟଣା ଆଦାୟ କରିଛି କ୍ରାଇମବ୍ରାଞ୍ଚ ।

ସେ ମାନସଙ୍କୁ ହତୟଆ କରିବା ପାଇଁ ଯାହା ଯୋଜନା କରିଥିଲା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କ୍ରାଇମବ୍ରାଞ୍ଚର କହିବା ଅନୁଯାୟୀ, ଫେବୃୟାରୀ ୭ ତାରିଖରେ ଶର୍ମିଷ୍ଠା ମାନସଙ୍କୁ ଭଦ୍ରକ ଜିଲ୍ଲା ପଳାସପୁରରୁ ଅପହରଣ କରିଥିଲା । ଅପହରଣ କରା ଯାଇଥିବା କାର୍ ରେ ସେହି ସମୟରେ ରଞ୍ଜନ ନାୟକ, ଝୁନା ଭୋଇ, ଭାଗ୍ୟଧର ନାୟକ ଓ ବିବେକ ଓରଫ ନିଲୁ ଥିଲେ । ସେଠାରୁ ସିଧା ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଦୟାଲ ଆଶ୍ରମକୁ ମାନସଙ୍କୁ ଆଣିଥିଲେ ।

ଏହି ଆଶ୍ରମରେ ମାନସଙ୍କୁ ପ୍ରବଳ ମାଆଡ ମରାଆ ଯାଇଥିଲା । ମାନସଙ୍କର ଏହି ମାଡରେ ହିଁ ମୃତ୍ୟୁ ଘଟିଥିଲା । ଫେବୃୟାରୀ ୮ ତାରିଖରେ ଶର୍ମିଷ୍ଠାର କାର୍ ରେ ମାନସଙ୍କୁ ନିଆଯାଇ ନୟାଗଡ ଜିଲ୍ଲାର ରଣପୁର ଅଞ୍ଚଳରେ ପୋତା ଯାଇଥିଲା । ଏଥିରେ ବ୍ଯବହ୍ରୁତ ଗଇଁତି, ଫାଉଡା, ଶାଢୀ ଓ ବ୍ୟାଗ ନଷ୍ଟ କରିବା ପାଇଁ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ଠାରୁ ଦୁଇ କିଲୋମିଟର ଦୂରକୁ ମଧ୍ୟରାତ୍ରିରେ ସେମାନେ ଯାଇଥିଲେ ।

ହତୟଆକାଣ୍ଡ ପରେ ଭୁବନେଶ୍ବର ୧ ନମ୍ବର ମାର୍କେଟରୁ ଶର୍ମିଷ୍ଠା ଓ ଝୁନା ଯାଇ ଅଖା ବ୍ୟାଗ, ଗ୍ଳୋଭସ ଓ ସୁତୁଲି କିଣିଥିଲେ । ଆଉ ରଣପୁର ଯିବା ବାଟରେ ଦୁଇଜଣ ଯାକ ରାଜସୁନା ଖଳାରେ ୧୦ କିଲୋ ଲୁଣ କିଣିଥିଲେ । ରାଜସୁନା ଖଳାରେ ଭାଗ୍ୟଧର ଓ ରଞ୍ଜନ ଫାଉଡା ଏବଂ ଗଇଁତି କିଣିଥିଲେ । ରଣପୁରର ନୂଆକାଟେଣି ଗାଁ ପାଖରେ ସେମାନେ ମୃତଦେହକୁ ନେଇ ପୋତିଥିଲେ । ଅଭିଯୁକ୍ତ ଭାଗ୍ୟଧରର ଘର ରଣପୁରର ବଧିପାଟଣା ଗାଁରେ ।

ମୃତଦେହ ପୋତା ଯାଇଥିବା ସ୍ଥାନ ଠାରୁ ବଧିପାଟଣାର ଦୂରତା ୨ କିଲୋମିଟର । ସେଥିପାଇଁ ମୃତଦେହ ପୋଛିବା ପାଇଁ ସେମାନେ ସେହି ସ୍ଥାନକୁ ବାଛିଥିଲେ ବୋଲି ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।