ଆଜିଠୁ ଆରମ୍ଭ ହେଉଛି ଏକ ନୂଆ ମାସ ଏବଂ ନୂଆ ଆର୍ଥିକ ବର୍ଷ । ପ୍ରତି ମାସ ଆରମ୍ଭରେ କିଛି ନା କିଛି ଛୋଟ ବଡ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ସେହିପରି ଏପ୍ରିଲ ମାସ ଆରମ୍ଭରୁ ମଧ୍ୟ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି । ନୂଆ ମାସରୁ ସବୁଠୁ ବଡ ହେଉଛି ପିଏଫ ଆକାଉଣ୍ଟରେ ଅଧିକ ଯୋଗଦାନ କ୍ଷେତ୍ରରେ ସରକାର ସୀମା ଧାର୍ଯ୍ୟ କରିଛନ୍ତି । କେନ୍ଦ୍ରୀୟ ପ୍ରତ୍ଯକ୍ଷ ଟିକସ ବୋର୍ଡ ଆୟକର ନିୟମ 2021 ଅନୁଯାୟୀ ଇପିଏଫ ଖାତାରେ ୨.୫ ଟଙ୍କା ପର୍ଯ୍ୟନ୍ତ ଟିକସମୁକ୍ତ ଅର୍ଥ ଯୋଗଦାନ କ୍ଷେତ୍ରରେ ସୀମା ଲାଗୁ କରାଯାଇଛି ।

ଅଧିକ ଅର୍ଥ ଯୋଗଦାନ କ୍ଷେତ୍ରରେ ହେଉଥିବା ଆୟ ଉପରେ ସଦସ୍ୟ ଟିକସ ଦେବେ । ଏଥିସହିତ ସରକାରୀ କର୍ମଚାରୀଙ୍କ ଇପିଏଫକୁ ଟିକସମୁକ୍ତ ଅର୍ଥ ଯୋଗଦାନର ସୀମା ବାର୍ଷିକ ୫ଲକ୍ଷ ଟଙ୍କା ରଖାଯାଇଛି । ସେହିପରି ଏପ୍ରିଲ ମାସର ପ୍ରଥମ ଦିନରୁ ଏକ ପ୍ରମୁଖ ପରିବର୍ତ୍ତନ ତଥା କ୍ରିପ୍ଟୋ କରେନ୍ସି ଉପରେ ଟିକସ ଲାଗୁ ବ୍ୟବସ୍ଥା ହୋଇଛି । ୨୦୨୨-୨୩ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ସମସ୍ତ ଭର୍ଚୁଆଲ ଡିଜିଟାଲ ସମ୍ପତ୍ତି ବା କ୍ରିପ୍ଟୋ କରେନ୍ସି ଉପରେ ୩୦ ପ୍ରତିଶତ ଟିକସ ଘୋଷଣା କରିଥିଲେ ।
ଡାକଘର ମାସିକ ଯୋଜନା, ବରିଷ୍ଠ ନାଗରିକ ସଞ୍ଚୟ ଜମା କିମ୍ବା ଡାକଘର ବଢି ଜମା ଯୋଜନାରେ ବିନିଯୋଗ ସହିତ ନିୟମ ମଧ୍ୟ ବଦଳିଛି । ଏହି ଯୋଜନା ଗୁଡିକରେ ଆଜି ଠାରୁ ସୁଧ ପରିମାଣ ଉପଲବ୍ଧ ହେବ ନାହିଁ, ଏଥିପାଇଁ ଆପଣଙ୍କୁ ସଞ୍ଚୟ ଖାତା ଖୋଲିବାକୁ ପଡିବ ।

ସେହିପରି ସାଧାରଣ ଲୋକଙ୍କ ଚିନ୍ତା ବଢାଇବ ଔଷଧ ମୂଲ୍ଯରେ ବୃଦ୍ଧି । ମୁଦ୍ରାସ୍ଫୀତିର ପ୍ରଭାବରେ ୮୦୦ରୁ ଅଧିକ ଔଷଧର ମୂଲ୍ୟ ୧୦.୭ ପ୍ରତିଶତ ବୃଦ୍ଧି ହୋଇଛି । ଏଥିପାଇଁ ଜ୍ଵର, ସଂକ୍ରମଣ, ରକ୍ତଚାପ ଓ ହୃଦରୋଗ ଭଳି ଟୋଗରେ ଉପଯୋଗ ହେଉଥିବା ଔଷଧର ମୂଲ୍ୟ ବଢିଛି ।
ସେହିଭଳି ସିବିଆଇସି ଦ୍ରବ୍ଯ ଏବଂ ଜିଏସଟି ଅଧୀନରେ ଇ-ଚାଲାଣ ପ୍ରଦାନର କାରବାର ସୀମାକୁ ୫୦କୋଟି ଟଙ୍କାରୁ ୨୦ କୋଟି ଟଙ୍କାକୁ ହ୍ରାସ କରାଯାଇଛି । ଆକ୍ସିସ ବ୍ଯାଙ୍କରେ ଯେଉଁ ଗ୍ରାହକଙ୍କ ଦରମା କିମ୍ବା ସଞ୍ଚୟ ଖାତା ଅଛି ସେମାନଙ୍କ ପାଇଁ ବଡ ଖବର । ଏବେ ବ୍ଯାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ସୀମାକୁ ୧୦ ହଜାର ଟଙ୍କାରୁ ୧୨ ଟଙ୍କାକୁ ବୃଦ୍ଧି କରାଯାଇଛି ।

ପ୍ରତ୍ଯେକ ମାସ ଭଳି ଚଳିତ ମାସରେ ମଧ୍ୟ ଗ୍ଯାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି । ନିକଟରେ ଏଲପିଜି ସିଲିଣ୍ଡରର ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି ହୋଇଥିଲା ଯାହା ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଥିଲା । ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବଢି ଚାଲିଥିବା ବେଳେ ଗ୍ଯାସର ଦର ପୁଣି ବଢିପାରେ ସୂଚନା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।