ଚୈତ୍ର ନବରାତ୍ରିରେ ହିନ୍ଦୁ ନବବର୍ଷର ଆରମ୍ଭ ହୋଇଥାଏ । ଏହି ନବ ଦିନରେ ମା ଦୂର୍ଗାଙ୍କର ପୂଜା ଖୁବ ଜାକଜକମରେ କରାଯାଏ । ଚଳିତ ବର୍ଷ ଏପ୍ରିଲ ମାସ ୧୦ ତାରିଖ ନବରାତ୍ରି ସମାପ୍ତ ହେବ । ଏଥର ନବରାତ୍ରିରେ ମା ଦୂର୍ଗାଙ୍କ ସହ ଭଗବାନ ଶ୍ରୀରାମଙ୍କ ବିଶେଷ କୃପା କିଛି ରାଶିଙ୍କ ଉପରେ ପଡିବାକୁ ଯାଉଛି । କାରଣ ଗ୍ରହ ମାନଙ୍କର ସ୍ଥିତିରେ ଏକ ମହା ସଂଯୋଗ ବନୁଅଛି, ଯାହାଫଳରେ ଏହି ୬ଟି ରାଶିଙ୍କ ଭାଗ୍ଯର ତାଲା ଖୋଲିବାକୁ ଯାଉଛି । ତେବେ ଚାଲନ୍ତୁ ଦେଖିବା କେଉଁ ଗୁଡିକ ସେହି ଭାଗ୍ୟଶାଳୀ ରାଶି ।

ସିଂହ ରାଶି । ଆପଣଙ୍କ ସମୟ ଖୁବ ଆନନ୍ଦମୟ ହେବାକୁ ଯାଉଛି ଓ ଆର୍ଥିକ ପକ୍ଷରେ ମଧ୍ୟ ସୁଧାର ଆସିବାକୁ ଯାଉଛି । କାର୍ଯ୍ୟ କ୍ଷେତରେ ପ୍ରମୋଶନ ହୋଇପାରେ । ଆପଣଙ୍କ ପାଇଁ ଜୀବନରେ ଉନ୍ନତିର ନୂଆ ନୂଆ ମାର୍ଗ ଉନ୍ମୁକ୍ତ ହେବାକୁ ଯାଉଛି । ଏହି ସମୟରେ ଆପଣ କୌଣସି ନୂଆ ଯୋଜନା କରିବାକୁ ଚେଷ୍ଟା କରିପାରନ୍ତି । ଆପଣଙ୍କୁ ଆଗକୁ ଅପାର ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ବନୁଅଛି ।
କୁମ୍ଭ ରାଶି । ଆପଣ ସାମାଜିକ ସ୍ତରରେ ମାସ ସମ୍ମାନ ପ୍ରାପ୍ତ କରିବେ ଓ ଧାର୍ମିକ ସ୍ଥାନକୁ ମଧ୍ୟ ଯାତ୍ରା କରିବେ । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବା ସହ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଆପଣ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚିତ ଭାବେ ସଫଳତା ହାସଲ କରିବେ । ଯଦି ଆପଣ କୌଣସି କାର୍ଯ୍ୟରେ ସଫଳତା ପାଇବା ନିମନ୍ତେ ଆଶା ରଖିଥିବେ ତେବେ ତାହା ନିଶ୍ଚିତ ଭାବେ ପାଇବେ ।

ତୁଳା ରାଶି । ଆପଣଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ ଓ ମା ଦୂର୍ଗାଙ୍କ କୃପାରୁ ଅଚାନକ ଧନ ଲାଭ ମଧ୍ୟ ହେବ । ସମାଜରେ ମାନ ସମ୍ମାନରେ ବୃଦ୍ଧି ହେବ ଓ ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ମଧ୍ୟ ପ୍ରାପ୍ତ ହେବ । ମା ଦୂର୍ଗାଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ବର୍ଷିବାକୁ ଯାଉଥିବାରୁ ଆପଣ ଧନବାନ ମଧ୍ୟ ହେବେ । ଏହି ସମୟରେ ଆପଣଙ୍କୁ ସମସ୍ତ ପ୍ରକାରର ଭୌତିକ ସୁଖ ପ୍ରାପ୍ତ ହେବ ଓ ପାରିବାରିକ ଜୀବନରେ ସୁଖଶାନ୍ତି ଆସିବ ।
କନ୍ୟା ରାଶି । ଏହି ସମୟରେ ଆପଣଙ୍କର ଯଥା ଖର୍ଚ୍ଚ ଆଉ ହେବ ନାହିଁ ଓ ଆପଣ ନିଜ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିବାରେ ସଫଳ ହେବେ । ଯାହାଫଳରେ ଆପଣଙ୍କ ଆର୍ଥିକ ସ୍ଥିତିରେ ବହୁତ ସୁଧାର ଦେଖାଯିବ । ଆପଣଙ୍କ ଜୀବନରେ ସଫଳତାତ ନୂଆ ନୂଆ ରାସ୍ତା ଖୋଲିବାକୁ ଯାଉଛି । ଏହି ନବରାତ୍ରି ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ଏହା ଆପଣଙ୍କୁ ଧନରେ ମାଲାମାଲ କରିବ । କୌଣସି ଜାଗାରେ ଟଙ୍କା ନିବେଶ କରିଥିଲେ ସେଥିରୁ ଲାଭ ପାଇବେ ।

ମିଥୁନ ରାଶି । ଏହିଦିନ ଠାରୁ ଆପଣଙ୍କ ସମୟ ଅତ୍ୟନ୍ତ ଶୁଭ ହେବ । ଗୁରୁଜନଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ । ଆପଣଙ୍କ ଜୀବନରେ ବହୁତ ଅଧିକ ସକାରାତ୍ମକ ପରିଣାମ ଦେଖିବାକୁ ମିଳିବ । ଆପଣଙ୍କ ଧନରେ ବୃଦ୍ଧି ହେବା ସହ ପାରିବାରିକ ଜୀବନରେ ସୁଖଶାନ୍ତି ଆସିବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଗାମୀ ଦିନ ଗୁଡିକ ଅତ୍ୟନ୍ତ ଶୁଭ ରହିବ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କଲେ ସେଥିରେ ସଫଳତା ନିଶ୍ଚୟ ପାଇବେ ।

ମକର ରାଶି । ଆପଣଙ୍କ ପାଇଁ ମଧ୍ୟ ଏହି ନବରାତ୍ରି ବହୁତ ଶୁଭ ରହିବାକୁ ଯାଉଛି । ଆପଣଙ୍କୁ ଧନ ଦୌଲତ ପ୍ରାପ୍ତ ହେବା ସହ ଅନେକ ପ୍ରକାରର ସଫଳତା ମଧ୍ୟ ମିଳିବ । ଚେଷ୍ଟା କଲେ ପ୍ରତ୍ଯେକ କାର୍ଯ୍ୟରେ ସଫଳତା ପାଇବେ । ଆପଣଙ୍କୁ ଯଶ, ଖ୍ଯାତି ଓ ସମ୍ମାନ ପ୍ରାପ୍ତ ହେବାକୁ ଯାଉଛି । ପୁରୁଣା ମିତ୍ରଙ୍କ ସହ ମଧ୍ୟ ସାକ୍ଷାତ ହୋଇପାରେ। ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ବେଶ ଭଲ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ କରନ୍ତୁ ।