ସରକାରୀ ଚାକିରିଆଙ୍କ ପାଇଁ ବଡ ଖବର । ଏପ୍ରିଲରୁ ସପ୍ତାହକୁ ୫ଦିନ କାମ ରହିବ । ସରକାରୀ ଚାକିରିଆଙ୍କ ପାଇଁ ଏମିତି ଏକ ଖୁସି ଖବର ଆସିଛି । ଆସନ୍ତା ମାସ ଅର୍ଥାତ ଏପ୍ରିଲ ୧ ତାରିଖରୁ ସବୁ ସରକାରୀ ଚାକିରିଆ ମାନେ ସପ୍ତାହକୁ ୫ଦିନ କାମ କରିବେ ଆଉ ଦୁଇ ଦିନ ଛୁଟି କାଟିବେ । ସୋମବାରରୁ ଶୁକ୍ରବାର ସବୁ କର୍ମଚାରୀ ଅଫିସରେ କାମ କରିବେ ଆଉ ସବୁ ଶନିବାର ରହିବାର ଛୁଟି ପାଇବେ ।

ତେବେ ସପ୍ତାହକୁ ମାତ୍ର ୫ଦିନ କାମ କରିବାର ସୁଯୋଗ ପୁରା ଭାରତର ଲୋକ ନୁହେଁ ବରଂ ମଣିପୁରର ଲୋକ ପାଇବେ ବୋଲି ସୂଚନା ମିଳିଛି । ମାର୍ଚ୍ଚ ୨୨ରେ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ଯାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏ ସମ୍ପର୍କରେ ବିଲ୍ ପାସ୍ ହେବା ପରେ ମଣିପୁର ରାଜ୍ୟପାଳ ମଧ୍ୟ ଏହି ବିଲ୍ ରେ ସ୍ଵାକ୍ଷର କରି ସାରିଛନ୍ତି ।
ତାଙ୍କ କାର୍ଜ୍ଯାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଏପ୍ରିଲ ୧ ରୁ ମଣିପୁର ରାଜ୍ୟରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ କାର୍ଜ୍ୟାଳୟ, ଏଜେନ୍ସି ଏବଂ ପିଏସୟୁ ପାଇଁ ୫ ଦିନିଆ କାର୍ଯ୍ୟ ଦିବସ ରହିବ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସରକାରୀ କାର୍ଜ୍ୟାଳୟ, ଏଜେନ୍ସି ଏବଂ ପିଏସୟୁ ପାଇଁ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟ ଦିବସ ରହିବ ।

ଯଦି ଏହିଦିନ ମାନଙ୍କରେ ସରକାରୀ ଛୁଟି ପଡେ ତେବେ ମଧ୍ୟ ଅଫିସ ବନ୍ଦ ରହିବ ବୋଲି ଜଣାପଡିଛି । ଏବେ ଗ୍ରୀଷ୍ମ ଦିନ ପାଇଁ ମାର୍ଚ୍ଚରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ସକାଳ ୯ଟା ରୁ ୫ଟା ୩୦ ପର୍ଯ୍ୟନ୍ତ କାର୍ଜ୍ୟାଳୟ ଖୋଲା ରହିବ । ଏହାସହ ଶୀତଦିନ ପାଇଁ ସକାଳ ୯ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସବୁ ସରକାରୀ କାର୍ଜ୍ୟାଳୟ ଚାଲିବ । କେବଳ ଏତିକି ନୁହେଁ ଅବରଙ୍ଗ ସମସ୍ତ ଅରକରି ଏବଂ ଘରୋଇ ବିଦ୍ୟାଳୟରେ ଏଣିକି ସକାଳ ୮ଟା ରୁ ପାଠପଢା ଆରମ୍ଭ ହେବ ।
ତେବେ ଯାହାବି ହେଉ ମଣିପୁର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଏବେ ସାରା ଭାରତରେ ଭାରି ଚର୍ଚ୍ଚା ହେଉଛି । ଏହା ନିଶ୍ଚିତ ଭାବେ କର୍ମଚାରୀ ମାନଙ୍କୁ କାର୍ଯ୍ୟ ପ୍ରତି ଅଧିକ ଉତ୍ସାହ ଯୋଗାଇବା ସହ ପରିବାର ସହ ସମୟ ବିତାଇବାକୁ ମଧ୍ୟ ଯଥେଷ୍ଟ ଶିଯୋଗ ମିଳିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।