କନ୍ୟା କେଉଁ ମାସରେ ବିବାହ କଲେ ସୌଭାଗ୍ୟଶାଳୀ ହୋଇଥାଏ ଏବଂ ବିବାହ ବେଳେ ଋତୁମତି ହେଲେ କଣ ହୋଇଥାଏ ? ଏହା ସହ ଜାଣନ୍ତୁ ଆହୁରି 10 ଟି ଅନୁଚିନ୍ତା

ଆମ ଜୀବନକୁ ସରଳ ଓ ସୁନ୍ଦର କରିବା ପାଇଁ ଶାସ୍ତ୍ରରେ କିଛି ନିୟମ ମାନ ଉଲ୍ଲେଖ ରହିଛି ଯାହାର ପାଳନ କରିବା ଦ୍ଵାରା ଆମ ଜୀବନ ସୁଖ ସମୃଦ୍ଧିରେ ଭରି ଉଠେ । ଏହାସହ ଜୀବନ ସହ ଜଡିତ ଅନେକ ଅନୁଚିନ୍ତା ସବୁ ମଧ୍ୟ ରହିଛି ଯାହା ଜାଣିବା ଦ୍ଵାରା ଆମ ଜୀବନ ସହଜ ଓ ସରଳ ହୋଇଯାଏ । ମନେ ରଖନ୍ତୁ ଦୁର୍ଜନ, ଶଠ, ହଡା, ପୁରୁଣା ବସ୍ତ୍ର, ମତ୍ତ ହାତୀ, ମୂର୍ଖ ଏବଂ ମତ୍ତ ହୋଇଥିବା ଶଣ୍ଢ ପାଖକୁ ଯିବା ଉଚିତ ନୁହେଁ, ଏହାଦାର ଆପଣଙ୍କ ଉପରେ ବିପଦ ପଡିଥାଏ ।

ଅଳସୁଆ, ଅଳ୍ପ ବୁଦ୍ଧିଆ, ଭିକାରି, ଭାଟ, ଭଣ୍ଡାରି, ବାମନ, ମଠୁଆ, କୁଜା, ଅନ୍ଧ, ଛୋଟ। ଖୋସାମତିଆ, ଚୁଗୁଲିଆ, ଚୋର ଏବଂ ଠକ ଲୋକଙ୍କ ସହିତ ମନ୍ତ୍ରଣା କଲେ ଆପଣଙ୍କର ସର୍ବଦା ଅମଙ୍ଗଳ ହୋଇଥାଏ । ଅଲାଜୁକ, ଘରବୁଡା ଏବଂ ବ୍ୟବସାୟୀ ଲୋକଙ୍କ ସ୍ନେହକୁ କେବେବି ବିଶ୍ବାସ କରିବା ଉଚିତ ନୁହେଁ, ଏହାଦ୍ବାରା ଆପଣ ବିପଦରେ ପଡିବାର ସମ୍ଭାବନା ରହିଥାଏ । ପବିତ୍ରତା ଦ୍ଵାରା ବିପ୍ରର, ବ୍ରହ୍ମବିଦ୍ୟା ଦ୍ଵାରା ଯୋଗୀଙ୍କର, ସତୀତ୍ଵ ଦ୍ଵାରା ନାରୀର, ସ୍ନେହ ଆଦର ଦ୍ଵାରା ଭାତୃତ୍ବର ଏବଂ ନୀତି ଆଦରହ ଦ୍ଵାରା ମନୁଷ୍ୟର ଗୌରବ ବୃଦ୍ଧି ହୋଇଥାଏ ।

ଯେତେ ସମ୍ପତ୍ତି ଥିଲେବି ଯଦି ସଦଗୁଣ ନଥାଏ ତେବେ ମନୁଷ୍ୟ ଦରିଦ୍ର ହୋଇଥାଏ ଏବଂ ନିଜ ବୃତ୍ତି ଛାଡି ଅନାର ବୃତ୍ତି କରିବା ଦ୍ଵାରା ଘରକୁ ଦାରିଦ୍ର୍ୟତା ଆସିଥାଏ । ସତ ହୋଇଥିଲେ ବି କେବେ କୋଣସି ବ୍ୟକ୍ତିଙ୍କର ମର୍ମକଥା କହିବା ଉଚିତ ନୁହେଁ, ଏହାଦ୍ବାରା ଅମଙ୍ଗଳ ହୋଇଥାଏ ଏବଂ କେବେବି କୌଣସି କଥାରେ ଆଗୁଆ କଥା ହେବା ଉଚିତ ନୁହେଁ ।

ଆଗକୁହା, ଆଗଚଲା, ଆଗଖିଆ ହେବା ଦ୍ଵାରା ଅମଙ୍ଗଳ ହୋଇଥାଏ । କ୍ଷୁଧା ସମୟରେ ଅନ୍ନଦାନ କଲେ ଅଶେଷ ପୂଣ୍ୟ ପ୍ରାପ୍ତ ହୁଏ ଏବଂ ସୁହଖ ସମୟରେ ଦୁଃଖକୁ ସୁଖ ମନେ କଲେ ଦୁଃଖ ଶୀଘ୍ର ଅପସରି ଯାଏ । ପଦ୍ମାସନରେ ବସିବା ଦ୍ଵାରା ମନ ସ୍ଥିର ହୋଇଥାଏ ଏବଂ ପାଦରେ ଥିବା ବାତଜାତୀୟ ବ୍ୟଥା ଦୂର ହୋଇଥାଏ । ସିଂହ ଆସନରେ ବସିବା ଦ୍ଵାରା ଅଭ୍ଯାସ କରିବା ଦ୍ଵାରା ଟନସିଲ ସମସ୍ଯା ଦୂ ହୋଇଥାଏ ଏବଂ ଶ୍ରବଣ ଶକ୍ତି ବୃଦ୍ଧି ହୋଇଥାଏ ।

ଶାସ୍ତ୍ର ଅନୁସାରେ ଦୁର୍ଭିକ୍ଷ, ରାଷ୍ଟ୍ର ଭଙ୍ଗ ଏବଂ ପିତାମାତାଙ୍କ ପୌଢ ଅବସ୍ଥାରେ ଶୁଭ ସମୟକୁ ଅପେକ୍ଷା ନକରି ବିବାହ କଲେ ମଙ୍ଗଳ ହୋଇଥାଏ । ବିବାହ, ଯଜ୍ଞ ଏବଂ ହୋମ ସମୟରେ କନ୍ୟା ଋତୁମତି ହେଲେ ବିଧିପୂର୍ବକ ସଂସ୍କାର କରି ବିବାହ କାର୍ଯ୍ୟ ଆଦିରେ ନିଯୁକ୍ତି ହୋଇପାରିବେ । ମାଘ, ଫାଲଗୁନ, ବୈଶାଖ, ମାର୍ଗଶିର, ଜ୍ୟେଷ୍ଠ ଏବଂ ଅଷାଢ ମାସରେ ବିବାହ କଲେ କନ୍ୟା ସୌଭାଗ୍ୟବତୀ ହୋଇଥାଏ ।

ଜନ୍ମ ମାସ, ଜନ୍ମ ଦିବସ କିମ୍ବା ଜନ୍ମ ନକ୍ଷତ୍ରରେ ପୁତ୍ର ଓ କନ୍ୟା ମାନଙ୍କର ବିବାହ ଆଦି ଶୁଭକର୍ମ କରିବା ଉଚିତ ନୁହେଁ, ଏହା ଅମଙ୍ଗଳ ହୋଇଥାଏ । ସୁନା ଜିନିଷ ପାଇବା ଦ୍ଵାରା ଅଶୁଭ ହୋଇଥାଏ ଏବଂ ଗ୍ରହ ଦୋଷ ଉତ୍ପନ୍ନ ହୋଇଥାଏ । ତେଣୁ ମନ୍ଦିରରେ ପୂଜାପାଠ କରି ପିଲାଙ୍କୁ ମିଷ୍ଟାନ୍ନ ବାଣ୍ଟିବା ଦ୍ଵାରା ମଙ୍ଗଳ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।