ଏକାଠି ହାତ ଧରାଧରି ହୋଇ ଚାଲିଗଲେ ନବ ବିବାହିତ ସ୍ଵାମୀ-ସ୍ତ୍ରୀ, ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ମଧ୍ୟ କୋହରେ ଫାଟି ପଡିବ

ଘର କାନ୍ଥରୁ ବାହା ଚିତା ଲିଭିନି ହେଲେ ଗାଁ ମଶାଣିରେ ପୁଅ ବୋହୂଙ୍କ ଚିତା ଲାଗିଲା ।   ବିବାହର ମାତ୍ର ୮ ମାସ ପରେ ବିଷ ପିଇ ଜୀବନ ହାରି ଦେଇଛନ୍ତି ସ୍ଵାମୀ ସ୍ତ୍ରୀ । ଏକା ସାଙ୍ଗରେ ପୁଅ ବୋହୂଙ୍କର କୋକେଇ ଉଠୁଥିବା ଦେଖି ଅସହ୍ୟ ହେଉଛନ୍ତି ପରିବାର ଲୋକେ । ସମସ୍ତେ ବାକ୍ ଶୂନ୍ୟ ହୋଇ ଯାଇଛନ୍ତି । ଯେମିତି ବାହାଘର ଦିନ ଏକା ସନଗ ସଜେଇ ହୋଇ ଘରକୁ ପ୍ରବେଶ କରିଥିଲେ ଆଜି ଠିକ ସେମିତି ଏକ ସାଙ୍ଗରେ ସଜେଇ ହୋଇ ଗାଁ ମଶାଣିକୁ ଗଲେ ।

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଲପଡା ଗାଁ ରେ ଦେଖିବାକୁ ମିଳିଛି ଏମିତି ହୃଦୟ ବିଦାରକ ଦୃଶ୍ୟ । ଗାଁ ର ନବ ବିବାହିତା ରବୀନ୍ଦ୍ର ବେହେରା ଓ ତାଙ୍କ ସ୍ତ୍ରୀ ଅନୁସୂୟା ଏକା ସାଙ୍ଗରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସୂଚନା ମିଳିଛି ଯେ ଗତ ୨୪ ତାରିଖ ରାତିରେ ଘର ପାଖରେ ଥିବା ଚାଷ ଜମିରେ ଉଭୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆଉ ୨୫ ତାରିଖ ସକାଳୁ ଉଭଯଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରା ଯାଇଥିଲା ।

କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଉଭଯଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ବଡ ମେଡିକାଲରେ ପ୍ରଥମେ ଅନୁସୂୟା ହାରି ଯାଇଥିବା ବେଳେ ତାଙ୍କ ପରେ ପରେ ରବୀନ୍ଦ୍ର ମଧ୍ୟ ପ୍ରାଣ ହରାଇଛନ୍ତି । ମୃତ ରବୀନ୍ଦ୍ର ଭୁବନେଶ୍ବରରେ ଏକ କମ୍ପାନୀରେ କାମ କରୁଥିଲେ । ତେବେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିବା ପଡୋଶୀ କହିଛନ୍ତି ।

କିନ୍ତୁ ତଥାପି ସେମାନେ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ପରିବାର ଲୋକଙ୍କ ସହ ମଧ୍ୟ ସେମାନଙ୍କର ସମ୍ପର୍କ ଭଲ ଥିବା ଓ କୌଣସି ମନୋମାଳିନ୍ୟ ହୋଇ ନଥିବା କହିଛନ୍ତି ପରିବାର ଲୋକେ । ହୋଲି ପାଇଁ ସେ ଘରକୁ ଯାଇଥିବା ବେଳେ ସାଙ୍ଗ ମାନଙ୍କ ସହ ମନ ଭରି ରଙ୍ଗ ଖେଳିଥିଲେ ଓ ଭୋଜି କରି ମଧ୍ୟ ମଜାମସ୍ତି କରିଥିଲେ । କିନ୍ତୁ ହଠାତ ଏମିତି କଣ ହୋଇଗଲା ଯେ ଉଭୟ ସ୍ଵାମୀ ସ୍ତ୍ରୀ ଏଭଳି ନିଷ୍ପତ୍ତି ନେଲେ ତାହାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।

ଏହି ଘଟଣା ଖବର ପ୍ରସାରିତ ହେବା ପରେ ଏବେ ସମସ୍ତେ ଏହାକୁ ନେଇ ଖୁବ ଚର୍ଚ୍ଚା କରୁଛନ୍ତି । ଦୁଇ ଜଣ ଏକାଠି ହାତ ଧରି ସାତ ଜନ୍ମର ସାଥି ହୋଇଥିଲେ ଆଉ ଏକାଠି ହାତ ଧରାଧରି ହୋଇ ଚାଲିଗଲେ ବୋଲି ସମସ୍ତେ କହୁଛନ୍ତି । କିନ୍ତୁ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେବା କୌଣସି ମତେ ମଧ୍ୟ ଠିକ ନୁହେଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।