ଆପଣଙ୍କର ନିଶ୍ଚୟ ମନେଥିବ ଯେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଞ୍ଚ ଉପରେ କହିଥିଲେ କି ଭାରତ ଦିନେ ଆତ୍ମନିର୍ଭର ହେବ, ଭାରତକୁ ବିଶ୍ଵଗୁରୁ ବୋଲି କୁହାଯିବ ଏବଂ ଭାରତର ଶକ୍ତିକୁ ସାରା ଦୁନିଆ ସଲାମ କରିବ । ଆଉ ଏବେ ଭାରତ ଆମେରିକାର ପ୍ରତିବନ୍ଧକ ସତ୍ତ୍ୱେ ଋଷ ଠାରୁ ଅଶୌଧିତ ତେଲ କିଣୁଛି ଏବଂ ଆମେରିକା କେବଳ ମନ୍ତବ୍ୟ ଦେବା ଛଡା ଔ କିଛି କରିପାରୁନି । ଭାରତର ବର୍ଦ୍ଧିତ ଶକ୍ତିକୁ ଦେଖି ଏବେ ଟେକନିକ ମାମଲାରେ ଭାରତ ବି ଆଗକୁ ବଢିବାରେ ଲାଗିଛି ବୋଲି ଆମେରିକା ମଧ୍ୟ ମାନି ସାରିଲାଣି ।
ଏକ ସମୟରେ ନିଜ ହତିଆରକୁ ନେଇ ବିଶ୍ଵ ଉପରେ ରୋବାବ ଦେଖାଉଥିବା ଆମେରିକା ମଧ୍ୟ କହୁଛି କି ହାଇପରସୋନିକ ପ୍ରଦ୍ୟୋଗିକରେ ଭାରତ ଅନେକ ପ୍ରଗତି କରି ସାରିଲାଣି । ଆମେରିକାର ଜେନ ଶୀର୍ଷ ସାଂସଦ ମନ୍ତବ୍ୟ ଦେଇଥିଲେ କି, ଆଧୁନିକ ଟେକନିକ ମାମଲାରେ ଆମେରିକା ଆଉ ସେତେ ପ୍ରଭାବଶାଳୀ ନାହିଁ ଯେତିକି ଭାରତ, ଚୀନ ଓ ଋଷ ହାଇପରସୋନିକ ପ୍ରଦ୍ୟୋଗିକରେ ପ୍ରଗତି କରିଛନ୍ତି ।
ସିନେଟ ଆର୍ମ ସର୍ଭିସର କମିଟିର ଅଧ୍ୟକ୍ଷ ଜ୍ୟାକ ରିଡ ବୁଧବାର ଦିନ ଏକ ନାମାଙ୍କନର ପୁଷ୍ଟିକୁ ନେଇ ହେଉଥିବା ଯୁକ୍ତିତର୍କରେ କହିଥିଲେ କି, ଆମେ ବର୍ତ୍ତମାନ ଏଭଳି ସ୍ଥିତିରେ ଅଛୁ ଯେଉଁଠି କେବଳ ଟେକନିକ ସମ୍ବନ୍ଧିତ ସୁଧାର କରୁଛୁ । ଗୋଟିଏ ସମୟରେ ଟେକନିକ ହିଁ ଆମର ସବୁଠୁ ବଡ ଗର୍ବ ଥିଲା । କିନ୍ତୁ ଏବେ ଆଉ ସେପରି ନାହିଁ ବରଂ ହାଇପରସୋନିକ ଟେକନିକରେ ଭାରତ, ଋଷ ଓ ଚୀନ ଖୁବ ଉନ୍ନତି କରି ସାରିଲେଣି ।
ଏହାପରେ ଏହି ଚ୍ୟାଲେଞ୍ଜକୁ କେମିତି ନିଆଯିବ ବୋଲି ଲେଫ୍ଟନାଣ୍ଟ ଡକ୍ଟର ୱିଲିୟମ ତାଙ୍କୁ ପଚାରିଥିଲେ । ଏହାର ଜବାବରେ ରିଡ କହିଥିଲେ କି ଆମେ ବିଶ୍ବରେ ପ୍ରଥମ ଥର ପାଇଁ ତ୍ରିପାକ୍ଷିକ ପରମାଣୁ ପ୍ରତିଯୋଗୀତାର ସାମ୍ନା କରୁଛୁ । ଏହା ପୂର୍ବ ଭଳି ଆଉ ଦ୍ଵିପାକ୍ଷିକ ନାହିଁ । ବର୍ତ୍ତମାନ ଏହି ମୁକାବିଲା କେବଳ ସୋଭିଏତ ସଂଘ ଏବଂ ଆମେରିକା ଭିତରେ ନୁହେଁ ବରଂ ଭାରତ, ଋଷ, ଚୀନ ଏବଂ ଆମେରିକା ମଧ୍ୟରେ ହେଉଛି ।
ଆମେରିକା ଯେଉଁ ହାଇପରସୋନିକ ମିଶାଇଲର ଚର୍ଚ୍ଚା ଆମେରିକା କରୁଛି ତାହା ଧ୍ୱନି ଠାରୁ ୧୦ ଗୁଣ ତୀବ୍ର ବେଗରେ ଗତି କରିପାରେ । ଏହି ମିଶାଇଲ ୬ ହଜାର କିମି ପ୍ରତି ଘଣ୍ଟା ବେଗରେ ଗତି କରିପାରେ ଓ ଏହା କମ୍ ଉଚ୍ଚତାରେ ମଧ୍ୟ ଉଡିପାରେ । ଯାହାକୁ ଶତ୍ରୁ ଦେଖିବା ମୁସ୍କିଲ ହୋଇଯାଏ ।
ଏହି ମିଶାଇଲ ପରାମ୍ପରାଗତ ହତିଆର ସହ ପରମାଣୁ ହତିଆରକୁ ମଧ୍ୟ ନେବାରେ ସକ୍ଷମ ଅଟେ । ବର୍ତ୍ତମାନ ବିଶ୍ବରେ ଯୁଦ୍ଧ ସଙ୍କଟ ଚାଲିଥିବା ବେଳେ ଆମେରିକା ନିଜ ପ୍ରତିଦ୍ଵନ୍ଦୀ ଋଷକୁ ଚାରିଆଡୁ ଘେରିବାରେ ଯୋଜନା ଚଳେଇଛି । ଏହା ମଧ୍ୟରେ ଋଷ ପରମାଣୁ ହତିଆରର ଧମକ ଅନେଇ ଥର ଦେଇ ସାରିଥିବା ବେଳେ ଭାରତ ଆଧୁନିକ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ବହୁତ ପ୍ରଗତି କରିସାରିଛି ବୋଲି ଆମେରିକା ବି ଏବେ ମାନୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।